ଭୁବନେଶ୍ୱର,୧୨।୮ : ଦେଶର ଅଗ୍ରଣୀ ଅନଲାଇନ୍ ଟ୍ରାଭେଲ୍ କମ୍ପାନୀ ଯାତ୍ରା (ୟାତ୍ରା) ର ପ୍ରଥମ ଅଫଲାଇନ୍ ଫ୍ରାଞ୍ଚାଇଜ୍ ଷ୍ଟୋର ଓଡିଶା ବଜାରରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଭୁବନେଶ୍ୱରର ଜୟଦେବଠାରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍ ଷ୍ଟୋର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ରାଞ୍ଚାଇଜ୍ ନେଟୱାର୍କର ସମ୍ପ୍ରସାରଣ ମାଧ୍ୟମରେ ଅଫଲାଇନ୍ ସେଟିଂରେ ସୁବିଧା ତଥା ବାଧାମୁକ୍ତ ଭ୍ରମଣ ସମାଧାନ ବିତରଣ କରିବାକୁ ଯାତ୍ରାର ବିସ୍ତାର ପ୍ରତିବଦ୍ଧତାକୁ ସୂଚିତ କରୁଛି। ଭୌତିକ ଇଣ୍ଟରଫେସ ଗ୍ରାହକମାନଙ୍କୁ ସେମାନଙ୍କର ସମସ୍ତପ୍ରକାରର ଭ୍ରମଣ ସୁବିଧା ପାଇଁ ବ୍ୟକ୍ତିଗତ ଧ୍ୟାନ ଚାଳିତ ସେବାଗୁଡିକ ଅନୁଭବ କରାଇଥାଏ। କମ୍ପାନୀର ନୂତନ ଫ୍ରାଞ୍ଚାଇଜ୍ ଷ୍ଟୋରକୁ ୧୦୦% ଡିଜିଟାଇଜେସନ୍ କରାଯିବା ସହିତ ଗ୍ରାହକଙ୍କୁ ଯାତ୍ରାର ଉତ୍ପାଦ ତଥା ସେବାଗୁଡିକ ଉପଲବ୍ଧ କରାଯାଇ ତୁରନ୍ତ ବୁକ୍ କରିବାକୁ ଅନୁମତି ଦିଆଯିବ ଯେଉଁଥିରେ ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ଗନ୍ତବ୍ୟସ୍ଥଳ, ଫ୍ଲାଇଟ୍ ବୁକିଂ, ହୋଟେଲ ବୁକିଂ, ଭିସା ସହାୟତା ସେବା, ଭ୍ରମଣ ବୀମା ଏବଂ ଛୁଟି ପ୍ୟାକେଜ୍ ଇତ୍ୟାଦି ଅନ୍ତର୍ଭୂକ୍ତ ରହିବ। ଏ ସମ୍ପର୍କରେ ଯାତ୍ରାର ସିଓଓ (କର୍ପୋରେଟ୍ ଟ୍ରାଭେଲ୍ ଆଣ୍ଡ ହେଡ୍ ଇଣ୍ଡଷ୍ଟ୍ରି ରିଲେସନସ୍) ସବିନା ଚୋପ୍ରା କହିଛନ୍ତି, ପୂବାଞ୍ଚଳ ବଜାର ଭୁବନେଶ୍ୱରଠାରେ ପ୍ରଥମ ଷ୍ଟୋର୍ ଖୋଲି ଆମେ ବେଶ ଆନନ୍ଦିତ। ଏପରିକି ଭୁବନେଶ୍ୱରରେ ଯାତ୍ରା.କମର କାର୍ଯ୍ୟାଳୟ ଘୋଲିବା ଆମ ପାଇଁ ଏକ ବିଶେଶ ମୁହୂର୍ତକୁ ସୂଚିତ କରୁଛି। ବିଶେଷ କରି ଅଫଲାଇନ୍ ଷ୍ଟୋର ଯାତ୍ରୀଙ୍କୁ ସଂଯୋଗ କରିବାକୁ ଏହା ବେଶ ସାହାଯ୍ୟ କରିବ। ଯାହାଦ୍ୱାରା ବ୍ରାଣ୍ଡ ଉପରେ ବିଶ୍ୱାସ ଦୃଢ ହେବ। ସେହିଭଳି ଇଣ୍ଟରାକ୍ଟିଭ୍ ଷ୍ଟୋର ଅଭିଜ୍ଞତା ଏବଂ ବ୍ୟକ୍ତିଗତ ସହାୟତା ଓ ବିଶେଷଜ୍ଞ ମାର୍ଗଦର୍ଶନ ସହିତ ଆମେ ଆମର ଭ୍ରମଣକାରୀଙ୍କ ପରିବର୍ତିତ ଆବଶ୍ୟକତାକୁ ପ୍ରଥମେ ପୂରଣ କରିବା ଏବଂ ସେମାନଙ୍କର ଯାତ୍ରା ଯାତ୍ରାକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛୁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

