ରେସଲରଙ୍କ ଆବେଦନ ଉପରେ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟଙ୍କ ଦ୍ୱାରା ମଙ୍ଗଳବାର ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ଦେଇଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଦିଲ୍ଲୀ ପୋଲିସ ଓ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ବିନେଶ ଫୋଗାଟଙ୍କ ସମେତ ୭ ଜଣ ମହିଳା କୁସ୍ତି ଯୋଦ୍ଧା ସୋମବାର ସୁପ୍ରିକମୋର୍ଟରେ ଆବେଦନ କରିଛନ୍ତି। ଏଥିରେ ଯୌନ ନିର୍ଯ୍ୟାତନା ଅଭିଯୋଗ ନେଇ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ଦାବି କରାଯାଇଥିଲା।

ମଙ୍ଗଳବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ପିଏସ ନରସିଂହାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଏହାକୁ ଏକ ଗୁରୁତର ବିଷୟ ବୋଲି ବର୍ଣ୍ଣନା କରି ଖେଳାଳିଙ୍କ ଏଫଆଇଆର ଦାବିରେ ବେଞ୍ଚ ଦିଲ୍ଲୀ ପୋଲିସ ଓ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୮ରେ ହେବ।

Share