Categories: ଖେଳ

ବିଶ୍ୱର ନଂ ୧ ର଼୍ୟାଙ୍କକୁ ଫେରିଲେ ରେସଲର ଭିନେଶ

ରୋମ,୭।୩ : ଦୁଇ ସପ୍ତାହରେ ଦୁଇଟି ସ୍ବର୍ଣ୍ଣ ପଦକ ହାତେଇଥିବା ଷ୍ଟାର ଭାରତୀୟ ରେସଲର ଭିନେଶ ଫୋଗଟ୍‌ ତାଙ୍କ ଓଜନ ବର୍ଗରେ ନଂ ୧ ର଼୍ୟାଙ୍କକୁ ଫେରିପାଇଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଭିନେଶ ମାଟେଓ ପେଲାକୋନ ର଼୍ୟାଙ୍କିଙ୍ଗ୍‌ ସିରିଜ୍‌ରେ ୫୩ କେଜି ବର୍ଗର ଫାଇନାଲରେ ୪-୦ ବ୍ୟବଧାନରେ କାନାଡାର ଡାଇନା ମ୍ୟାରି ହେଲେନଙ୍କୁ ହରାଇ ଦେଇଥିଲେ। ବିଶ୍ୱର ୩ୟ ର଼୍ୟାଙ୍କ ଖେଳାଳି ଭାବେ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ ୨୬ ବର୍ଷୀୟା ଫୋଗଟ୍‌। ପୂରା ଟୁର୍ନାମେଣ୍ଟରେ ତାଙ୍କ ବିରୋଧରେ କୌଣସି ଖେଳାଳି ସ୍କୋର ପରିପାରି ନ ଥିଲେ ଗୋଟିଏ ହେଲେ ପଏଣ୍ଟ।

Share