Categories: ଖେଳ

ମହିଳା ପ୍ରିମିୟର ଲିଗ୍ ନିଲାମ ତାରିଖ ପ୍ରକାଶ ପାଇଛି, ଜାଣନ୍ତୁ ନିଲାମ କେବେ ଏବଂ କେଉଁଠାରେ ହେବ

ମୁମ୍ବାଇ,୨୪।୧୧: ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମର ତାରିଖ ପ୍ରକାଶ ପାଇଛି। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ପ୍ରିମିୟର ଲିଗ୍ ନିଲାମ ଡିସେମ୍ବର ୯ ରେ ଅନୁଷ୍ଠିତ ହେବ। ଏବଂ ମୁମ୍ବାଇ ସହରରେ ଏହି ନିଲାମର ଆୟୋଜନ ହେବ। ଏହି ନିଲାମରେ ଅନେକ କ୍ରିକେଟରଙ୍କ ଉପରେ ବହୁତ ଟଙ୍କା ବର୍ଷା ହୋଇପାରେ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସମେତ ପ୍ରାୟ ସମସ୍ତ ଦଳ ଏହି ନିଲାମ ପାଇଁ ପ୍ରସ୍ତୁତ ରହିଛନ୍ତି। ଏହାପୂର୍ବରୁ, ଦଳଗୁଡିକ ମୋଟ 60 ଖେଳାଳିଙ୍କୁ ନିଜ ସହିତ ରଖିଥିଲେ। ଯେଉଁଠାରେ ଦଳ ଅନେକ ବଡ ଖେଳାଳିଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ।

ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ହରମାନପ୍ରୀତ କୌର ଏବଂ ଅମାନଜୋତ କୌରଙ୍କୁ ନିଜ ସହିତ ରଖିଥିଲା। ଯେଉଁଠାରେ ୟୁପି ୱାରିୟର୍ସ ଆଲିସା ହେଲି, ଦୀପ୍ତି ଶର୍ମା ଏବଂ ଗ୍ରେସ୍ ହାରିସ୍ଙ୍କୁ ନିଜ ସହିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ବାଙ୍ଗାଲୋର ଆଲିସ୍ ପେରି, ହେଥର ନାଇଟ୍ ଏବଂ ରେଣୁକା ସିଂଙ୍କୁ ନିଜ ସହିତ ରଖିଛି। ଗୁଜୁରାଟ ଆନ୍ନାବେଲ ସଟରଲ୍ୟାଣ୍ଡକୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି।

Share