ବାପାଙ୍କ କଟାକ୍ଷ ସତ୍ତ୍ୱେ ବିକିଥିଲେ ମୋମୋ, ଏବେ ଛିଡ଼ାକଲେ ୨୦୦୦ କୋଟିର କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଦେଶରେ ଫାଷ୍ଟଫୁଡ୍‌ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ପିଜା-ବର୍ଗର ଅଥବା ଅନ୍ୟ ଫାଷ୍ଟଫୁଡ୍‌ ଖାଇବାକୁ ରେଷ୍ଟୁରାଣ୍ଟ ଯିବାକୁ ପଡ଼ୁନାହିଁ, ପ୍ରତି ଗଳିକନ୍ଦିରେ ଏହା ସହଜରେ ଉପଲବ୍ଧ ହେଉଛି। ବିଶେଷକରି ମୋମୋ ଏବେ ପିଜା-ବର୍ଗରକୁ ସାଧାସଳଖ ଟକ୍କର ଦେଉଛି। ଏହାର ବଜାର ସାରା ଦେଶରେ କିଭଳି ବୃଦ୍ଧି ପାଇଛି ତାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛି ‘ଓ୍ବାଓ ମୋମୋ’। ଏହାର ସହ ପ୍ରତିଷ୍ଠାତାଙ୍କ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। କାରଣ ସେ ମୋମୋ ବିକ୍ରୟ କରି ୨୦୦୦ କୋଟିର କମ୍ପାନୀ ଛିଡ଼ା କରିଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ବିସ୍ତୃତ ଭାବେ ଜାଣିବା…

ପିଲାମାନଙ୍କୁ ଭଲ ଶିକ୍ଷା ଦେବା ଲାଗି ସବୁ ମାତାପିତା ଚାହାନ୍ତି। କାରଣ ଶିକ୍ଷିତ ହେବା ପରେ ସେମାନେ ଡାକ୍ତର, ଇଞ୍ଜିନିୟର, ପାଇଲଟ୍‌ କିମ୍ବା ଅନ୍ୟ ଅଫିସର ହୋଇପାରିବେ। ଭଲ ଦରମା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତୁ। ହେଲେ ଭଲ ଚାକିରି କେବେହେଳେ ସୁଖୀ ଜୀବନର ଗ୍ୟାରେଣ୍ଟି ଦିଏ ନାହିଁ। ବ୍ୟବସାୟ କ୍ଷେତ୍ରରେ ସଠିକ୍‌ ଧାରଣା ସହ ଏକ ଛୋଟ ଆରମ୍ଭ ପରବର୍ତ୍ତୀ ସମୟରେ ଜଣଙ୍କୁ ବହୁତ ଉପରକୁ ନେଇପାରେ। କିଛି ଏଭଳି କାହାଣୀ ହେଉଛି ‘ଓ୍ବାଓ ମୋମୋ’ର ସହ ପ୍ରତିଷ୍ଠାତା ସାଗର ଦରୟାଣୀଙ୍କର।

ସାଗରଙ୍କ ମାତାପିତା ତାଙ୍କୁ ପାଠପଢ଼ି ଭଲ ଚାକିରି କରନ୍ତୁ ବୋଲି ଚାହୁଁଥିଲେ। ହେଲେ ତାଙ୍କ ମୁଣ୍ଡରେ ଆଉ କିଛି ଭିନ୍ନ କରିବାର ଚିନ୍ତା ସବୁବେଳେ ରହୁଥିଲା। କୋଲକାତାର ସେଣ୍ଟ ଜାଭିଅର୍ସ କଲେଜରେ ଗ୍ରାଜୁଏଶନ ପଢ଼ୁଥିବା ବେଳେ ତାଙ୍କୁ ମୋମୋ ବିକ୍ରି କରିବାକୁ ଚାହିଁଥିଲେ। ସେତେବେଳେ ଏହାକୁ ଲୋକେ ଚାଇନାର ଫାଷ୍ଟଫୁଡ୍‌ ବୋଲି ଲୋକେ ଜାଣିଥିଲେ। ସେ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ। ହେଲେ ସମସ୍ତେ ତାଙ୍କ ମୁହଁରୁ ଏଭଳି କଥା ଶୁଣି ଚମକି ପଡ଼ିଥିଲେ। ଅସନ୍ତୋଷ ସତ୍ତ୍ୱେ ସାଗର ୨୦୦୮ରେ ବନ୍ଧୁ ବିନୋଦ କୁମାରଙ୍କ ସହ ମିଶି ‘ଓ୍ବାଓ ମୋମୋ’ର ଏକ ଦୋକାନ ଖୋଲିଥିଲେ। ପୁଅଙ୍କ ଏଭଳି କାମ ବିଷୟରେ ଜାଣିବା ପରେ ବାପା ତାଙ୍କୁ କଟାକ୍ଷ କରିଥିଲେ। ଏପରିକି ମୋ ପୁଅ ଏବେ ମୋମୋ ବିକିବ ବୋଲି କହିଥିଲେ। ହେଲେ ସେହି ମୋମୋ ଦୋକାନ ଏବେ ୨୦୦୦ କୋଟି ଟଙ୍କାର କମ୍ପାନୀରେ ପରିବର୍ତ୍ତିତ ହୋଇଛି।

ବନ୍ଧୁଙ୍କ ସହ ମିଶି ଛୋଟ ଦୋକାନରୁ ଆରମ୍ଭ କରିଥିବା କାମକୁ ଲୋକେ ପସନ୍ଦ କରିଥିଲେ। ଲଗାତାର ଭାବେ ଦୋକାନ ଆଗରେ ଗହଳି ପରିଲକ୍ଷିତ ହୋଇଥିଲା। ପରେ ଏହା ଏକ ଆଉଟଲେଟରେ ପରିଣତ ହୋଇଥିଲା। ପ୍ରାରମ୍ଭରେ ଟଙ୍କାର ଅଭାବ, କର୍ମଚାରୀଙ୍କ ଅଭାବ ଆଦି ଦେଖାଯାଇଥିଲା। ହେଲେ ସାଗର ହାରି ନ ଯାଇ ନିଜର ବ୍ରାଣ୍ଡର ପ୍ରମୋଶନ ଭିନ୍ନ ଧରଣରେ କରିଥିଲେ।

ସାଗର ଓ୍ବାଓ ମୋମୋର ସ୍ଲୋଗାନ ଥିବା ଟି-ଶର୍ଟ ପ୍ରିଣ୍ଟ କରିଥିଲେ। ଏହାକୁ ନିଜେ ପିନ୍ଧିବା ସହ ଆଉଟଲେଟ୍‌ରେ ଥିବା କର୍ମଚାରୀଙ୍କୁ ପିନ୍ଧିବାକୁ କହିଥିଲେ। ଧିରେ ଧିରେ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ। ଏହାଛଡ଼ା ଭିନ୍ନ ଧରଣର ମୋମୋ, ଯେପରିକି ତନ୍ଦୁରୀ ମୋମୋ, କୋକଲେଜ ମୋମୋ, ଫ୍ରାଇ ମୋମୋ ଆଦି ଆରମ୍ଭ କରିଥିଲେ। ସାଗରଙ୍କ ଏହି ପ୍ରୟାସ ଫଳପ୍ରଦ ହୋଇଥିଲା।

ଆଜି ଏହି କମ୍ପାନୀ ସାରା ଦେଶରେ ନିଜର ବ୍ରାଞ୍ଚ ଖୋଲିଛି। ସାରା ଦେଶର ୨୬ ରାଜ୍ୟରେ ଏହାର ୬୦୦ରୁ ଅଧିକ ଆଉଟ୍‌ଲେଟ୍‌ ରହିଛି। ପ୍ରତ୍ୟେକ ଦିନ ପ୍ରାୟ ୬ ଲକ୍ଷ ମୋମୋ ବିକ୍ରି କରାଯାଉଛି। କମ୍ପାନୀର ମୂଲ୍ୟ ବିଷୟରେ କହିଲେ ଏହା ୨୦୦୦ କୋଟି ଅତିକ୍ରମ କରିଛି। ସାଗର ନିଜେ ଏଥିରୁ ରୋଜଗାର କରିବା ସହ ଅନେକ ଲୋକଙ୍କୁ ରୋଜଗାର ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?