ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ବିସ୍ତୃତ ସୂଚନା ଦେଇଛି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରାୟ ୭.୪୭ ଲକ୍ଷ ନୂତନ ସଦସ୍ୟ ଯୋଡ଼ି ହୋଇଥିବାବେଳେ ୧୮ରୁ ୨୫ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ ରହିଛି। ନୂତନ ସଦସ୍ୟଙ୍କ ୫୬.୮୩% ଏହି ବର୍ଗର ବ୍ୟକ୍ତି ବୋଲି ସୂଚନା ରହିଛି। ଇପିଏଫ୍‌ଓରେ ଯୋଡ଼ିହୋଇଥିବା ଅଧିକାଂଶ ଯୁବପିଢ଼ି ବା ପ୍ରଥମ ଥର ଚାକିରିରେ ନିଯୁକ୍ତ ହୋଇଥିତ୍ବା ବ୍ୟକ୍ତି ଅଟନ୍ତି। ମିଳିଥିବା ସୂଚନାନୁସାରେ ପ୍ରାୟ ୧୧.୮୦ ଲକ୍ଷ ସଦସ୍ୟଙ୍କ ନାମ ତାଲିକାରୁ ହଟିଥିବାବେଳେ ବର୍ତ୍ତମାନ ପୁଣିଥରେ ଯୋଗ ଦେଇଛନ୍ତି। ଏହି ସଦସ୍ୟମାନେ ସେମାନଙ୍କର ଚାକିରି ବଦଳାଇଥିବାବେଳେ ପାଣ୍ଠିରୁ ଜମା ଟଙ୍କା ଉଠାଇବା ପରିବର୍ତ୍ତେ ଜମା ଅର୍ଥରାଶିକୁ ସ୍ଥାନାନ୍ତର କରିଛନ୍ତି। ତେବେ ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ନୂତନ ସଦସ୍ୟ ମହିଳା ଅଟନ୍ତି। ମାର୍ଚ୍ଚ ମାସରେ ନେଟ ମହିଳା ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨.୯୦ ଲକ୍ଷ ଥିଲା। ମାସକୁ ମାସ କରାଯାଇଥିବା ବିଶ୍ଲେଷଣରୁ ଶିଳ୍ପ କ୍ଷେତ୍ରରେ ନିୟୋଜନ ବଢ଼ିଥିବା ଜଣାପଡ଼ିଛି। ଉତ୍ପାଦନ, ମାର୍କେଟିଂ ସେବା, କମ୍ପ୍ୟୁଟରର ବ୍ୟବହାର, ରେଷ୍ଟୁରାଣ୍ଟ, ଚାର୍ଟାର୍ଡ କିମ୍ବା ପଞ୍ଜୀକୃତ ପ୍ରତିଷ୍ଠାନ ସହ ମାଛ ପ୍ରକ୍ରିୟାକରଣ ଏବଂ ଆମିଷ ଖାଦ୍ୟ ସଂରକ୍ଷଣ, ବିଡି ତିଆରି ଇତ୍ୟାଦି। ସମୁଦାୟ ନେଟ ସଦସ୍ୟତା ମଧ୍ୟରୁ ପ୍ରାୟ ୪୩% ଅତିରିକ୍ତ ବିଶେଷଜ୍ଞ ସେବାଗୁଡିକ ମାନବସମ୍ବଳ ଯୋଗାଣକାରୀ, ସାଧାରଣ କଣ୍ଟ୍ରାକ୍ଟର, ସୁରକ୍ଷା ସେବା, ବିବିଧ କାର୍ଯ୍ୟକଳାପ ଇତ୍ୟାଦିକୁ ନେଇ ଗଠିତ ।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri