ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଜମା ସଂଗ୍ରହ କ୍ଷେତ୍ରରେ ବିଓଏମ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି,ଯେତେବେଳେ କି ଅଧିକାଂଶ ଋଣଦାତା ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ନାନା ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ପୁଣେସ୍ଥିତ ବିଓଏମ୍‌ର ମୁଖ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ବ୍ୟାଙ୍କର ମୋଟ୍‌ ବ୍ୟବସାୟ (ଘରୋଇ)ରେ ୧୫.୯୪% ଅଭିବୃଦ୍ଧି ଘଟିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ଜମା ସଂଗ୍ରହ ଅଭିବୃଦ୍ଧି କ୍ଷେତ୍ରରେ ୧୫.୬୬% ହାରରେ ବ୍ୟାଙ୍କ ନିଜର ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ବିଓଏମକୁ ମିଶାଇ କେବଳ ୪ଟି ବ୍ୟାଙ୍କ ୨ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ଏପରିକି ବ୍ୟାଙ୍କର ଚଳନ୍ତି ଖାତା ଏବଂ ସଞ୍ଚୟ ଖାତା (କାସା) ଜମା କ୍ଷେତ୍ରରେ ୫୨.୭୩% ଅଭିବୃଦ୍ଧି ହାର ହାସଲ କରି ଶୀର୍ଷ ସ୍ଥାନରେ ପହଞ୍ଚତ୍ଛି,ଋଣ ଅଭିବୃଦ୍ଧି କ୍ଷେତ୍ରରେ ୧୬.୩୦% ଅଭିବୃଦ୍ଧି ଘଟିଛି। ସେହିପରି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ ଏନ୍‌ପିଏ ଓ ନେଟ୍‌ ଏନ୍‌ପିଏ ଯଥାକ୍ରମେ ୧.୮୮% ଏବଂ ୦.୨%କୁ ହ୍ରାସ ପାଇଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୭.୩୮% ଅଭିବୃଦ୍ଧି ହାର ହାସଲ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri