ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ (ଏନ୍ଏସଇ-ଆଜୁନି)ର ରାଇଟ୍ସ ଇସ୍ୟୁ ୨୦୨୪ ମେ ୨୧ରେ ଖୋଲିବାକୁ ଯାଉଛି। ଏପରିକି ଏବିଏଲର ୪୩.୮୧ କୋଟି ଟଙ୍କାର ରାଇଟ୍ସ ଇସ୍ୟୁ କରିବାକୁ ଯାଉଛି। ଏହି ଇସ୍ୟୁ ଜରିଆରେ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ ଭୂମି ଅଧିଗ୍ରହଣ ବାବଦ ଖର୍ଚ୍ଚ, ସ୍ଥାନର ବିକାଶ ଏବଂ ସିଭିଲ କାର୍ଯ୍ୟ, କାରଖାନା ଓ ଯନ୍ତ୍ରପାତି କ୍ରୟ, କାର୍ଯ୍ୟକାରୀ ମୂଳଧନ ଆବଶ୍ୟକତା ନିମନ୍ତେ ଆଂଶିକ ପାଣ୍ଠି ଯୋଗାଣ ଏବଂ କର୍ପୋରେଟ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ। କମ୍ପାନୀର ରାଇଟସ ଇସ୍ୟୁ ଶେୟାର ପିଛା ୫ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯାଉଛି। ଏପରିକି ୨୦୨୪ ମେ ୧୮ରେ ବନ୍ଦ ହୋଇଥିବା ଶେୟାର ମୂଲ୍ୟ ୬.୫ ଟଙ୍କା ଉପରେ ୨୦% ରିହାତି ପ୍ରଦାନ କରାଯାଉଛି। ଏପରିକି ରାଇଟସ ଇସ୍ୟୁ ୨୦୨୪ ମେ ୩୧ରେ ବନ୍ଦ ହେବ। କମ୍ପାନୀର ପ୍ରମୋଟର ଗ୍ରୁପ ମଧ୍ୟ ଏହି ରାଇଟସ ଇସ୍ୟୁରେ ଅଂଶଗ୍ରହଣ କରୁଛନ୍ତି। ସେହିଭଳି କମ୍ପାନୀ ପ୍ରତି ୫ଟଙ୍କା ମୂଲ୍ୟର ଇକ୍ୱିଟି ଶେୟାର ପିଛା ପ୍ରତି ୨ଟଙ୍କା ଫେସ ଭାଲ୍ୟୁର ନଗଦ ଅର୍ଥରେ ୮,୭୬,୧୩,୭୨୧ ଫୁଲି ପେଡ-ଅପ ଇକ୍ୱିଟି ଶେୟାର ଇସ୍ୟୁ କରିବ। ଏହାର ମୋଟ ମୂଲ୍ୟ ୩.୮୧ କୋଟି ଟଙ୍କା ରହିଛି। ଏପରିକି ପ୍ରସ୍ତାବିତ ଇସ୍ୟୁ ନିମନ୍ତେ ରାଇଟସ ଏନଟାଇଟଲମେଣ୍ଟ ଅନୁପାତ ୧:୧ (ରେକର୍ଡ ତାରିଖ ୨୦୨୪ମେ ୭ରେ ଇକ୍ୱିଟି ଅଂଶଧନ ଧାରକଙ୍କ ଦ୍ୱାରା ଧାରଣ କରାଯାଇଥିବା ପ୍ରତ୍ୟେକ ୧ଟି ଇକ୍ୱିଟି ଶେୟାର ପିଛା ପ୍ରତ୍ୟେକ ୨ ଟଙ୍କା ଫ୍ରେସ ଭାଲ୍ୟୁ ବିଶିଷ୍ଟ ୧ଟି ଇକ୍ୱିଟି ଶେୟାର) ଧାର୍ଯ୍ୟ କରାଯାଇଛି। ରାଇଟସ ଏନଟାଇଟଲମେଣ୍ଟର ଅନ-ମାର୍କେଟ ପରିସମାପ୍ତିର ଶେଷ ତାରିଖ ୨୦୨୪ ମେ ୨୭ ରଖାଯାଇଛି।
ଏ ସମ୍ପର୍କରେ ଅଜୁନି ବାୟୋଟେକ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଯଶଯୋତ ସିଂହ କହିଥିଲେ, ଆମେ ଉଚ୍ଚ ଗୁଣମାନର ପିୟୋର ଭେଜ ଗୋ ଖାଦ୍ୟ ଏବଂ ପିୟୋର ଭେଜ ପରିପୂରକ ଯୋଗାଇ ଦେବା କ୍ଷେତ୍ରରେ ସ୍ବତନ୍ତ୍ର ଅଭିଜ୍ଞତା ହାସଲ କରିଛୁ, ଯାହା ଗାଈ-ଗୋରୁଙ୍କର ଖାଦ୍ୟଗତ ଆବଶ୍ୟକତା ପୂରଣ କରୁଛି। ଏପରିକି ଆମର ଉପତ୍ାଦଗୁଡିକ ସୁସ୍ଥ ଅଭିବୃଦ୍ଧି ଓ ପ୍ରଜନନ କ୍ଷମତାରେ ଉନ୍ନତି ଏବଂ ଗୋରୁ ଗାଈଙ୍କର ସାମଗ୍ରିକ ବୃଦ୍ଧି ଘଟାଇବା ନିମନ୍ତେ ଡିଜାଇନ କରାଯାଇଛି। ସେହିଭଳି ପ୍ରାଣୀ ସ୍ବାସ୍ଥ୍ୟ ଓ କଲ୍ୟାଣ ଉପରେ ଆମର ଦୃଷ୍ଟି ନିବଦ୍ଧ ହୋଇଥିବାରୁ ଆମେ କୃଷକଙ୍କୁ ସେମାନଙ୍କର ଗୋରୁ ଗାଈଙ୍କ ପାଇଁ ଯଥାସମ୍ଭବ ସର୍ବୋତ୍ତମ ସମାଧାନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ। ଏପରିକି ଆମେ ସମ୍ପ୍ରତି ବି୨ସି ବଜାରରେ ପ୍ରବେଶ କରୁଛୁ, ଯାହା ଆମର ବ୍ୟବସାୟିକ ସୁଯୋଗର ଏକ ଉଲ୍ଲେଖଯୋଗ୍ୟ ସମ୍ପ୍ରସାରଣ ହେଉଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

