ରାସ୍ତାରେ ବୁଲୁଛି କ୍ଷତାକ୍ତ ଦନ୍ତା

ଢେଙ୍କାନାଳ ଅଫିସ, ୧୨ ।୩

ଢେଙ୍କାନାଳ ସଦର ରେଞ୍ଜ୍‌ ଗହମଖୁଣ୍ଟି ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ବୁଲୁଥିବା ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀର ପଛ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦନ୍ତା ଗର୍ଜନରେ ଅଞ୍ଚଳର ଥରହର ହେଉଥିବା ସୂଚନା ପାଇ ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା ଆରମ୍ଭ ହୋଇଛି।
ଦୀର୍ଘ ୩ଦିନ ହେଲା ଉକ୍ତ ହାତୀ ଯନ୍ତ୍ରଣାରେ ଛଟପଟ ହୋଇ ଇତସ୍ତତଃ ହୋଇ ଘୂରିବୁଲୁଛି। ଅତ୍ୟଧିକ କଷ୍ଟ ସହି ନ ପାରି ଦନ୍ତା ବାରମ୍ବାର ପୋଖରୀରେ ପଶିଯାଉଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ବାରମ୍ବାର ସୂଚନା ଦେବା ସତ୍ତ୍ୱେ ବନ ବିଭାଗ ଏହାକୁ ଗୁରୁତ୍ୱ ଦେଇ ନ ଥିଲା। ଶୁକ୍ରବାର ବନ କର୍ମଚାରୀ, ପ୍ରାଣୀ ଚିକିତ୍ସକ ଏବଂ ମାହୁନ୍ତଙ୍କ ସହାୟତାରେ ଘଟଣାସ୍ଥଳରେ ପହଞ୍ଚତ୍ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ଏହାପରେ ଆଣ୍ଟିଓବାୟୋଟିକ୍‌ ଇଞ୍ଜେକ୍ସନ ଦିଆଯାଇଥିଲା। ତେବେ ଇଞ୍ଜେକ୍ସନ ଦେବା ପରେ ଦନ୍ତା ହଠାତ୍‌ ହିଂସ୍ର ରୂପ ଧାରଣ କରି ଆକ୍ରମଣ କରିଥିଲା। ଏଥିରେ ହାତୀ ସ୍କ୍ବାଡ୍‌ କର୍ମଚାରୀ ବିଶ୍ୱରଞ୍ଜନ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ତାଙ୍କ ଛାତିରେ ଆଘାତ ଲାଘିଛି। ତାଙ୍କୁ ପ୍ରଥମେ ଜିଲା ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଞ୍ଚଳବାସୀଙ୍କ କହିବା କଥା, ଗୋବିନ୍ଦପୁର, ଗହମଖୁଣ୍ଟି, ବୋରାପଦା, ମେଘା ଅଞ୍ଚଳରେ କିଛି ମାସ ହେଲା ଏହି ହାତୀ ଘୂରିବୁଲୁଛି। ଦିନକୁ ଦିନ ଅଧିକ ହିଂସ୍ର ହେବାରେ ଲାଗିଛି। କିଛି ମାସ ମଧ୍ୟରେ ୩ ଜଣଙ୍କ ଜୀବନ ନେଲାଣି। ଗୁଳିମାଡ଼ କିମ୍ବା ବିସ୍ଫୋରକ ସାମଗ୍ରୀ ଉପରେ ପାଦ ପକାଇ ଦେଇଥିବାରୁ ଏହାର ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଗୁଳିମାଡ଼ ହେଲେ ଗୋଡ ଉପରେ ଆଘାତ ଲାଗିଥାଆନ୍ତା। ହେଲେ ପାଦ ତଳ ଅଂଶରେ କ୍ଷତ ସୃଷ୍ଟି ହୋଇଥିବାରୁ ଏହା ଗୁଳିମାଡ଼ ନୁହେଁ ବୋଲି ଜଣାପଡୁଛି। ହାତୀକୁ ଆଣ୍ଟିଓବାୟୋଟିକ୍‌ ଇଞ୍ଜେକ୍ସନ ଦିଆଯାଇଛି। ହାତୀ ଆକ୍ରମଣରେ ଗୁରୁତର ସ୍କ୍ବାଡ୍‌ କର୍ମଚାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହାର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri