ରାସ୍ତାରେ ବୁଲୁଛି କ୍ଷତାକ୍ତ ଦନ୍ତା

ଢେଙ୍କାନାଳ ଅଫିସ, ୧୨ ।୩

ଢେଙ୍କାନାଳ ସଦର ରେଞ୍ଜ୍‌ ଗହମଖୁଣ୍ଟି ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ବୁଲୁଥିବା ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀର ପଛ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦନ୍ତା ଗର୍ଜନରେ ଅଞ୍ଚଳର ଥରହର ହେଉଥିବା ସୂଚନା ପାଇ ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା ଆରମ୍ଭ ହୋଇଛି।
ଦୀର୍ଘ ୩ଦିନ ହେଲା ଉକ୍ତ ହାତୀ ଯନ୍ତ୍ରଣାରେ ଛଟପଟ ହୋଇ ଇତସ୍ତତଃ ହୋଇ ଘୂରିବୁଲୁଛି। ଅତ୍ୟଧିକ କଷ୍ଟ ସହି ନ ପାରି ଦନ୍ତା ବାରମ୍ବାର ପୋଖରୀରେ ପଶିଯାଉଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ବାରମ୍ବାର ସୂଚନା ଦେବା ସତ୍ତ୍ୱେ ବନ ବିଭାଗ ଏହାକୁ ଗୁରୁତ୍ୱ ଦେଇ ନ ଥିଲା। ଶୁକ୍ରବାର ବନ କର୍ମଚାରୀ, ପ୍ରାଣୀ ଚିକିତ୍ସକ ଏବଂ ମାହୁନ୍ତଙ୍କ ସହାୟତାରେ ଘଟଣାସ୍ଥଳରେ ପହଞ୍ଚତ୍ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ଏହାପରେ ଆଣ୍ଟିଓବାୟୋଟିକ୍‌ ଇଞ୍ଜେକ୍ସନ ଦିଆଯାଇଥିଲା। ତେବେ ଇଞ୍ଜେକ୍ସନ ଦେବା ପରେ ଦନ୍ତା ହଠାତ୍‌ ହିଂସ୍ର ରୂପ ଧାରଣ କରି ଆକ୍ରମଣ କରିଥିଲା। ଏଥିରେ ହାତୀ ସ୍କ୍ବାଡ୍‌ କର୍ମଚାରୀ ବିଶ୍ୱରଞ୍ଜନ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ତାଙ୍କ ଛାତିରେ ଆଘାତ ଲାଘିଛି। ତାଙ୍କୁ ପ୍ରଥମେ ଜିଲା ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଞ୍ଚଳବାସୀଙ୍କ କହିବା କଥା, ଗୋବିନ୍ଦପୁର, ଗହମଖୁଣ୍ଟି, ବୋରାପଦା, ମେଘା ଅଞ୍ଚଳରେ କିଛି ମାସ ହେଲା ଏହି ହାତୀ ଘୂରିବୁଲୁଛି। ଦିନକୁ ଦିନ ଅଧିକ ହିଂସ୍ର ହେବାରେ ଲାଗିଛି। କିଛି ମାସ ମଧ୍ୟରେ ୩ ଜଣଙ୍କ ଜୀବନ ନେଲାଣି। ଗୁଳିମାଡ଼ କିମ୍ବା ବିସ୍ଫୋରକ ସାମଗ୍ରୀ ଉପରେ ପାଦ ପକାଇ ଦେଇଥିବାରୁ ଏହାର ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଗୁଳିମାଡ଼ ହେଲେ ଗୋଡ ଉପରେ ଆଘାତ ଲାଗିଥାଆନ୍ତା। ହେଲେ ପାଦ ତଳ ଅଂଶରେ କ୍ଷତ ସୃଷ୍ଟି ହୋଇଥିବାରୁ ଏହା ଗୁଳିମାଡ଼ ନୁହେଁ ବୋଲି ଜଣାପଡୁଛି। ହାତୀକୁ ଆଣ୍ଟିଓବାୟୋଟିକ୍‌ ଇଞ୍ଜେକ୍ସନ ଦିଆଯାଇଛି। ହାତୀ ଆକ୍ରମଣରେ ଗୁରୁତର ସ୍କ୍ବାଡ୍‌ କର୍ମଚାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହାର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri