ମହାଳୟାରେ ପୂଜକ ପିନ୍ଧିବେ ଧଳାବସ୍ତ୍ର

ସମ୍ବଲପୁର,୨୪ା୯(ବ୍ୟୁରୋ): ମହାଳୟା ତିଥିରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦିନ ମନ୍ଦିରର ପୂଜକମାନେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରିବେ। ଉକ୍ତ ଦିନ ମା’ ସମଲେଶ୍ୱରୀ ଶୁଭ୍ର ରୂପ ଧାରଣ କରୁଥିବାରୁୁ ପୂଜା କରୁଥିବା ସେବକମାନେ ମଧ୍ୟ ଧଳା ଧୋତି, ଗାମୁଛା ପିନ୍ଧିବେ। ଏଥିପାଇଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ ସମସ୍ତ ପୂଜକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସାଧାରଣତଃ ବର୍ଷ ସାରା ନାଲି, ଗେରୁଆ, ହଳଦିଆ ବସ୍ତ୍ର ପିନ୍ଧୁଥିବା ପୂଜକମାନେ ଧବଳମୁଖୀ ବେଶ ଅବସରରେ ଧଳା ବସ୍ତ୍ର ପିନ୍ଧିବାକୁ ସମସ୍ତେ ସ୍ବାଗତ କରିଛନ୍ତି।