ମୁନ୍‌ସୀ ମେଳଣ ପାଇଁ ପୀଠ ଦେବତାଙ୍କ ପୂଜାର୍ଚ୍ଚନା

ଭଣ୍ଡାରିପୋଖରୀ,୧୬।୩(ଡି.ଏନ.ଏ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଐତିହାସିକ ଗଣପର୍ବ ମୁନ୍‌ସୀ ମେଳଣ ପାଇଁ ଥାନା ପରିସର ଶୀତକଣ୍ଠେଶ୍ୱର ଶିବ ମନ୍ଦିରରେ ମଙ୍ଗଳବାର ଘଟ ସ୍ଥାପନା ପରେ ପୀଠ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଛି। ପ୍ରଥମେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଇଷ୍ଟ ଦେବତାଙ୍କ ପୂଜା ସହିତ ମହାଦେବଙ୍କୁ ୧୦୮ବେଲପତ୍ର ଅର୍ପଣ କରାଯାଇଥିଲା। ପରେ ଆଳତୀ ସହିତ ରାଧାକୃଷ୍ଣଙ୍କ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୂଜକ ରାଜକିଶୋର ପଣ୍ଡାଙ୍କ ସହିତ ଗୟାଧର ଦାସ, ଜଗବନ୍ଧୁ ପଣ୍ଡା, ମଧୁସୂଦନ ନାୟକ ବୈଦିକ ବିଧି ଅନୁଯାୟୀ ମୁନସୀ ମେଳଣ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ କର୍ତ୍ତୀକର୍ତ୍ତା ଭାବେ ବିଶ୍ୱକେଶନ ପରିଡ଼ା ଓ ମଧୁସ୍ମିତା ପରିଡ଼ା ଦାୟିତ୍ୱ ନିର୍ବାହ କରିଥିବା ବେଳେ ମେଳଣ କମିଟି କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ। ଭଣ୍ଡାରିପୋଖରୀ କଲେଜ ଅଧ୍ୟକ୍ଷ ଭରତ କରଣଙ୍କ ଅଧ୍ୟକ୍ଷତାରେ ମେଳଣ ଉତ୍ସବକୁ ଭଦ୍ରକ ଏସ୍‌ପି ଚରଣ ସିଂ ମିନା ଉଦ୍‌ଘାଟନ କରିଥିବା ବେଳେ ତହସିଲଦାର ସରୋଜକାନ୍ତ ନାୟକ, ଥାନା ଅଧିକାରୀ ଅମିତାଭ ଦାସ, ଅତିରିକ୍ତ ତହସିଲଦାର ସତ୍ୟନାରାୟଣ ଧଳ, ଅନନ୍ତ ତ୍ରିପାଠୀଙ୍କ ସମେତ ମେଳଣ କମିଟି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ୟାମ ସୁନ୍ଦର ମହାପାତ୍ର ଅତିଥି ପରିଚୟ ଓ ଲଳିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri