ଗଞ୍ଜାମ,୨୫।୧୦(ବିଦ୍ୟାଧର ସାହୁ ): ପୁଇଁତୋଳା ସାନ ସାହି ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ରବିବାର ଆରମ୍ଭ ହୋଇଛି । ଶନିବାର ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରାରେ ବଡ଼ ବନ୍ଧ ପୁଷ୍କରିଣୀରୁ ପାଣି ଅଣାଯିବା ପରେ ହୋମ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ସମଗ୍ର ପୁଇଁତୋଳା ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି ।
ଦୀର୍ଘ ପାଞ୍ଚ ବର୍ଷ ହେବ ହରି ହର ବିଶ୍ୱାଳଙ୍କ ନେତୃତ୍ୱରେ ସାହି ଯୁବ ଗୋଷ୍ଠୀଙ୍କ ଦ୍ୱାରା ମା’ଙ୍କ ଏହି ପୂଜା ପାଳିତ ହୋଇ ଆସୁଛି । ଆସନ୍ତା ମାସ ତିନିରେ ପୂର୍ଣ୍ଣାହୁତି ଏବଂ ଚାରିରେ ବିସର୍ଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ପୁରା ଗ୍ରାମ ସାରା ବିଭିନ୍ନ ଆକାର୍ଷଣୀୟ ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଲାଇଟ ବୋର୍ଡ ଲଗା ଯାଇଛି । ଏହି ପୂଜା ନଅ ଦିନ ଧରି ଚାଲିବ ।
ପୂଜା ଆରମ୍ଭ ଦିନ ହୋମ ଯଂଜ୍ଞ ପରେ ମା’ ଗଜଲକ୍ଷ୍ମୀଙ୍କୁ ଅସ୍ଥାୟୀ ପୀଠରେ ବିରାଜମାନ କରାଯିବ । ପ୍ରତ୍ୟେହ ସନ୍ଧ୍ୟାରେ ମହା ଆଳତି ସହ ବିଭିନ୍ନ ପାରମ୍ପରିକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।