Posted inଫୁରସତ

ଅଛି ପୂଜା, ନାହିଁ ମଜା…

ଏବେ ଚାଲିଛି ପାର୍ବଣର ସମୟ। ମା’ଦୁର୍ଗତିନାଶିନୀଙ୍କର ବି ହୋଇଛି ଧରାବତରଣ। ହେଲେ ଏଥର କରୋନା କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ବିଧି। ଯେଉଁଥିପାଇଁ ନା ଅଛି ସେ ଆକର୍ଷଣୀୟ ମଣ୍ଡପ ସଜ୍ଜା ଭିତରେ ମା’ଙ୍କର ବଡ଼ ବଡ଼ ମୃଣ୍ମୟୀ ମୂର୍ତ୍ତି, ନା ଦେଖିବାକୁ ମିଳୁଛି ସେ ସୁଦୃଶ୍ୟ ଆକାଶଛୁଆଁ ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା, ନା ସାଂସ୍କୃତିକ କାର୍ଯ୍ୟକ୍ରମରେ ସରଗରମ ହେଉଛି ମାହୋଲ…

ଏଥର ଫିକା ଫିକା ଦଶହରା। ମଣ୍ଡପଗୁଡ଼ିକରେ ମା’ଙ୍କର ଯଥାବିଧି ପୂଜାର୍ଚ୍ଚନା ହେଉଥିଲେ ହେଁ କରୋନା କଟକଣା ମା’ଙ୍କ ଦର୍ଶନରୁ ବଞ୍ଚତ୍ତ କରିଛି ଭକ୍ତଙ୍କୁ। ଅନ୍‌ଲାଇନ୍‌ରେ ମା’ଙ୍କ ଦର୍ଶନର ସୁଯୋଗ ମିଳୁଥିଲେ ହେଁ ସେଥିରେ ପ୍ରତ୍ୟକ୍ଷ ଦର୍ଶନର ଆନନ୍ଦ ନାହିଁ। ମଣ୍ଡପରୁ ମଣ୍ଡପ ବୁଲିବା, ଭଳିକି ଭଳି ଆଲୋକ ସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ ଦେଖିବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜା ଉଠାଇବା, ରାବଣପୋଡ଼ିରେ ବିଭିନ୍ନ ପ୍ରକାର ଆତସବାଜି ଦେଖିବା ହେଉ କି ଭସାଣି ବେଳେ ଡିଜେ ମ୍ୟୁଜିକ୍‌ ତାଳେ ତାଳେ ନାଚିବା ଏଥର ସର୍ବସାଧାରଣଙ୍କ ପାଇଁ ପାଲଟିଛି ସ୍ବପ୍ନ; ଯାହାକୁ ନେଇ ସଭିଙ୍କ ମନରେ ରହିଛି ଅବସୋସ। ଆସନ୍ତୁ ଜାଣିବା ଏଥର ଦଶହରାକୁ ନେଇ କ’ଣ ରହିଛି ଏମାନଙ୍କ ପ୍ରତିକ୍ରିୟା …
ମିସ୍‌ କରିବି ଭସାଣି ଡ୍ୟାନ୍ସ:ଦଶହରା ତ ସମସ୍ତଙ୍କ ପାଇଁ ସ୍ପେଶାଲ। ହେଲେ ଏହି ସମୟ ଆସିଲେ ଆମ କଟକିଆଙ୍କ ଖୁସି କହିଲେ ନ ସରେ। ସୁନ୍ଦର ଆଲୋକ ସଜାରେ ଝଲସି ଉଠୁଥିବା ପୂରା ସହରରେ ବୁଲି ବୁଲି ପ୍ରତିଟି ପୂଜା ମଣ୍ଡପରେ ଶୋଭା ପାଉଥିବା ମା’ଙ୍କ ମୂର୍ତ୍ତି ଦର୍ଶନ ସହ ରାବଣପୋଡ଼ି ସମୟରେ ଭଳିକି ଭଳି ଆତସବାଜି ଦେଖିବାକୁ ବହୁତ ଭଲ ଲାଗେ। ବୁଲାବୁଲି ବେଳେ ବିଭିନ୍ନ ଫୁଡ଼୍‌ ଷ୍ଟଲ୍‌ରେ ଖାଇବା ଏବଂ ପାର୍ଶ୍ୱରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମ୍ୟୁଜିକ୍‌ ତାଳେ ତାଳେ ନାଚିବାର ଖୁସି ଅଲଗା ପ୍ରକାର। ଲଗାତର ୩-୪ ଦିନ ସଂଧ୍ୟାରୁ ରାତି ପର୍ଯ୍ୟନ୍ତ ନାଚିଲେ ବି ନା ଥକେ ପାଦ ନା କମେ ଇଚ୍ଛା ବରଂ ଭସାଣିରେ ଡିଜେ ମ୍ୟୁଜିକ୍‌ରେ ନାଚିବାକୁ ଆହୁରି ବଢିଯାଏ ଜୋସ୍‌। ଏଥର କରୋନା ପାଇଁ ଏସବୁ ହୋଇପାରିବନି। ତେଣୁ ଏଥର ସବୁଠୁ ବେଶି ମିସ୍‌ କରିବି ଭସାଣି ଡ୍ୟାନ୍ସ।
– ପୁଷ୍ପରାଜ୍‌ ଚୌଧୁରୀ
ମେକାନିକାଲ ଇଞ୍ଜିନିୟର
ମାଛୁଆ ବଜାର, କଟକ
କରୋନା ଛଡ଼ାଇ ନେଲା
ପୂଜାର ମଜା:ପାର୍ବଣର ସମୟ ଆସି ଯାଇଛି। ହେଲେ କରୋନା ଚଳିତବର୍ଷ ନା କେବଳ ମା’ ମହିଷମର୍ଦିନୀଙ୍କ ଦର୍ଶନର ସୌଭାଗ୍ୟ ଛଡ଼ାଇ ନେଇଛି ବରଂ ମା’ଙ୍କ ମୂର୍ତ୍ତିରେ ରଙ୍ଗ ଦେବାଠୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକର ସାଜସଜ୍ଜା କରିବାରୁ ବି ବଞ୍ଚତ୍ତ କରିଛି। କିଛି ବର୍ଷ ହେବ ଦଶହରା ସମୟରେ ରସୁଲଗଡ଼, ଅଶୋକ ନଗର, ୟୁନିଟ-୯, ଖୋର୍ଦ୍ଧା କାଇପଦର ଆଦି ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ପୂଜାରେ ରଙ୍ଗ ଦେବା ଏବଂ ମଣ୍ଡପର ଭିତର ଏବଂ ବାହାର ଡେକୋରେଶନ କାର୍ଯ୍ୟ କରିଆସୁଛି। ଏହାଦ୍ୱାରା ବର୍ଷକୁ ଥରେ ମା’ଙ୍କ ସେବାର ସୁଯୋଗ ମିଳୁଥିବାରୁ ମାନସିକ ଶାନ୍ତି ମିଳେ। ତା’ଛଡ଼ା ବେଶ୍‌ ଭଲ ରୋଜଗାର ମଧ୍ୟ ହୋଇଥାଏ। ଏଥର ଏସବୁ ନ ହୋଇପାରୁଥିବାରୁ ଦୁଃଖ ଲାଗୁଛି। ତେଣୁ ଆଗାମୀ ବର୍ଷକୁ ଏ ମହାମାରୀ ଦୂର ହୋଇଯାଉ ଏବଂ ଭକ୍ତମାନେ ମା’ଙ୍କ ଦର୍ଶନର ସୁଯୋଗ ପାଆନ୍ତୁ ଏତିକି କାମନା।
– ମାନସ କୁମାର ମହାରଥିତ୍
ଛାତ୍ର, ଧଉଳି କଲେଜ ଅଫ
ଆର୍ଟ ଆଣ୍ଡ କ୍ରାଫ୍ଟ
ଦଶହରା ସମୟରେ ଘରେ ବୋର୍‌ ଲାଗୁଛି: ପୂଜା ପର୍ବ ମଧ୍ୟରେ ଦଶହରାର ମଜା ସବୁଠୁ ଭିନ୍ନ। ପ୍ରତିବର୍ଷ ଏହି ସମୟକୁ ଚାତକ ଭଳି ଚାହିଁ ରହିଥାଏ। କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି ବୁଲି ମା’ଙ୍କ ମୂର୍ତ୍ତି ଦର୍ଶନ କରିବା, ଆକର୍ଷଣୀୟ ତୋରଣ ଦେଖିବା, ଫଟୋ ଉଠାଇବା ଆଦି ଖୁବ୍‌ ଖୁସି ଲାଗେ। ହେଲେ ଏସବୁ ସହିତ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦାଣ୍ଡିଆ ନାଇଟ୍ସରେ ଭାଗ ନେଇ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରିବାର ଚାର୍ମ ନିଆରା। ଏଥିପାଇଁ ମୁଁ ପ୍ରତିବର୍ଷ ଦଶହରାର ପ୍ରାୟ ୧୫-୨୦ ଦିନ ପୂର୍ବରୁ ଲେହେଙ୍ଗା, ମ୍ୟାଚିଂ ଜୁଏଲେରୀ, ଡେକୋରେଟିଭ୍‌ ଦାଣ୍ଡିଆ ଷ୍ଟିକ୍‌ ଆଦି କିଣିଥାଏ। ହେଲେ ଏବର୍ଷ କରୋନା ମହାମାରୀ ଲାଗି ଏସବୁ ହୋଇପାରୁ ନ ଥିବାରୁ ବହୁତ ଦୁଃଖ ଲାଗୁଛି। ସତ କହିବାକୁ ଗଲେ ଦଶହରା ସମୟରେ ଘରେ ରହିବାକୁ ପଡ଼ୁଥିବାରୁ ଭାରି ବୋର୍‌ ବି ଲାଗୁଛି।
-ଶାଶ୍ୱତୀ ମିଶ୍ର, ଛାତ୍ରୀ, ଭୁବନେଶ୍ୱର
ପୂଜା ତ ଅଛି ହେଲେ ସେ ମଜା ନାହିଁ: ଦଶହରା ସମୟ ଆସିଲେ ଭାରି ଖୁସି ଲାଗେ। ଏ ସମୟରେ ମା’ଙ୍କ ଆଗମନରେ ଚତୁର୍ଦ୍ଦିଗ ଉତ୍ସବମୁଖରିତ ହୋଇଉଠେ। ତେବେ ଏ ସମୟଟି ମୋ ପାଇଁ ବେଶ୍‌ ଖାସ୍‌। କାରଣ ମା’ଙ୍କ ଦର୍ଶନ, ବୁଲା ବୁଲି ଆଦିର ମଜା ନେବା ସହ ନିଜେ ମଧ୍ୟ ଜଣେ ଡିଜେ ହିସାବରେ ବିଭିନ୍ନ ପ୍ରୋଗ୍ରାମ କରିଥାଏ। କଟକ ସହର ଏବଂ ଉପକଣ୍ଠ ଅଞ୍ଚଳରେ ଦଶହରା ସମୟରେ ବିଭିନ୍ନ ଷ୍ଟାଣ୍ଡିଂ ପ୍ରୋଗ୍ରାମ ଏବଂ ଭସାଣି ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରାୟ ୩ ମାସ ଆଗରୁ ଲକ୍ଷ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦେଇଯାଆନ୍ତି । ବିଶେଷ କରି କେତେକ ସ୍ଥାନରେ ନବମୀ ଏବଂ ଦଶମୀରେ ବଙ୍ଗୀୟ ରୀତିନୀତି ଅନୁଯାୟୀ ହେଉଥିବା ସିନ୍ଦୂର ଖେଳ ହେଉ କିମ୍ବା ଦାଣ୍ଡିଆ ନାଇଟ୍ସରେ ଡିଜେ ପ୍ରୋଗ୍ରାମର ମଜା ନିଆରା। ହେଲେ କରୋନା ଲାଗି ସରାକର ସାମାଜିକ କାର୍ଯ୍ୟକ୍ରମ ଏବଂ ଦୁର୍ଗାପୂଜାକୁ ନିରାଡ଼ମ୍ବରରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏବର୍ଷ ଦଶହରାରେ ପୂଜା ତ ଅଛି ହେଲେ ସେ ମଜା ନାହିଁ।
-ଧୀରେନ୍ଦ୍ର ବେହେରା, ଡିଜେ, କଟକ
ଖାଁ ଖାଁ ଲାଗୁଛି ଚାରିଆଡ଼:
ଦଶହରା ସମୟରେ ମା’ଙ୍କ ଦର୍ଶନ ଲାଗି ମଣ୍ଡପରୁ ମଣ୍ଡପ ବୁଲାବୁଲି ଏବଂ କିଲା ପଡ଼ିଆରେ ଆୟୋଜିତ ରାବଣପୋଡ଼ିରେ ଆତସବାଜି ଦେଖିବା ସହ ଭସାଣି ସମୟରେ ଡ୍ୟାନ୍ସ କରିବାର ଚାର୍ମ ଅଲଗା। ତା’ଛଡା ନିଜେ ମଧ୍ୟ ମଣ୍ଡପଠାରୁ ଆରମ୍ଭ କରି ବଡ଼ ବଡ଼ ଗେଟ୍‌ ଏବଂ କଲ୍ଚରାଲ ପ୍ରୋଗ୍ରାମ ପେଣ୍ଡାଲ ପର୍ଯ୍ୟନ୍ତ ଲାଇଟ୍‌ ଏବଂ ଅନ୍ୟାନ୍ୟ ଡେକୋରେଶନ୍‌ କାମ କିଛି ବର୍ଷ ହେବ କରି ଆସୁଛି। ତେଣୁ ଏହି କାମରେ ୨ ମାସ ପୂର୍ବରୁ ଅର୍ଡ଼ର ଆସିବା ସହ ଧୀରେ ଧୀରେ କାମ ଆରମ୍ଭ ହୋଇ ପୂଜା ସରିବାର କିଛି ଦିନ ପର୍ଯ୍ୟନ୍ତ କାମ ଚାଲିଥାଏ। ତେଣୁ ଏହି ସମୟଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟବହୁଳ ଥିଲେ ସୁଦ୍ଧା ଖୁସି ଲାଗିଥାଏ। ହେଲେ ଏଥର କରୋନା ଦଶହରାର ଆନନ୍ଦ ନେବା ସହ ରୋଜଗାର ଉଭୟରୁ ବଞ୍ଚତ୍ତ କରିଛି। ଗତ ବର୍ଷକୁ ମନେପକାଇଲେ ବର୍ତ୍ତମାନ ଚାରିଆଡ଼େ ଏତେ ଖାଁ ଖାଁ ଲାଗୁଛି ଯେ, ଏହା ଦଶହରା ସମୟ ବୋଲି ବିଶ୍ୱାସ ହେଉନାହିଁ।
-ଅନିଲ ପାତ୍ର
ଡେକୋରେଟର୍‌, କଟକ


Enter your email to get our daily news in your inbox.

All Right Reserved By Dharitri.Com

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri