ଖବର ଚିନ୍ତା

Dillip Cherian

ଉତ୍ତରପ୍ରଦେଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନବନୀତ୍‌ ସେହଗଲ ଏବେ ଜିଲା, ବ୍ଲକ୍‌, ତହସିଲ ସୂଚନା ଅଧିକାରୀମାନଙ୍କୁ ପ୍ରକ୍ରିୟାର ମୌଳିକ ସ୍ତରରେ ପ୍ରକାଶିତ ଖବରଗୁଡ଼ିକର ଯାଞ୍ଚ କରିବା ପାଇଁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ କୁହାଯାଇଛି ଯେ, ସ୍ଥାନୀୟ ଖବରଗୁଡ଼ିକ ଯୋଗୀ ସରକାରଙ୍କ ଭାବମୂର୍ତ୍ତିକୁ ନଷ୍ଟକରୁଛି। ଏହି ଚିଠି ପରେ କେନ୍ଦ୍ର ଓ ରାଜ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବହୁଦିନ ହେଲା ସମ୍ପୂର୍ଣ୍ଣ ଗୁରୁତ୍ୱ ନ ଥିବା ଜିଲା ସ୍ତରୀୟ ବାବୁମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ପୂର୍ବାପେକ୍ଷା ଏବେ ସେମାନଙ୍କ କାର୍ଯ୍ୟ ଅଧିକ ସଶକ୍ତ ହେବ ବୋଲି ଜଣାପଡ଼ୁଛି। ତେବେ ତୃଣମୂଳସ୍ତରରୁ ଆସୁଥିବା ଖବରଗୁଡ଼ିକୁ ଯାଞ୍ଚ କରିବା ଲାଗି ଅକସ୍ମାତ ଯୋଗୀ ସରକାରଙ୍କ ବାଧ୍ୟତା ପଛରେ କ’ଣ ରହିଛି ତାହା ଦେଖିବାକୁ ହେବ। ସ୍ପଷ୍ଟତଃ, ଅଧିକାଂଶ ଜାତୀୟ ଓ ଆଞ୍ଚଳିକ ମିଡିଆରେ ଯୋଗୀ ସରକାର ତାଙ୍କ ଭାବମୂର୍ତ୍ତିକୁ ସଞ୍ଚାଳନ କରିବାକୁ ଅଧିକ ନିଶ୍ଚିତ ଥିବାବେଳେ, ଏହାକୁ କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପ୍ରସାର କରିବାକୁ ଅକ୍ଷମ ହୋଇଛି। ଏହିସବୁ ଅଞ୍ଚଳରେ ବାସ୍ତବତାଠାରୁ କମ୍‌ ଆକର୍ଷକ ମନେହେଉଥିବା ଅଧିକାଂଶ ଖବର ସାମ୍ନାକୁ ଆସୁଛି। ତେବେ ଦକ୍ଷ ତଥା କ୍ରାଇସିସ୍‌ ମ୍ୟାନେଜର ବା ସଙ୍କଟମୋଚକ ସଞ୍ଚାଳକ ଭାବେ ଜଣାଶୁଣା ସେହଗଲ ଏବଂ ତହସିଲରେ ଥିବା ବାବୁଗୋଷ୍ଠୀ ଏଭଳି ସ୍ଥିତିିରେ ଥିବା ଅଭାବ ପୂରଣ କରିପାରିବେ ବୋଲି ଆଶା କରାଯାଉଛି। ହାଥରସ୍‌ ବଳାକତ୍ାର ଘଟଣାରେ ସରକାର ତୀବ୍ର ଜନ ଅସନ୍ତୋଷ ସାମ୍ନା କରୁଥିବାବେଳେ ସେହଗଲ ସମାନ ପ୍ରକାର ଭୂମିକା ନିଭାଇଥିଲେ। କେବଳ ଏତିକି ନୁହେଁ, ସେ ପୂର୍ବରୁ ଦୁଇଟି ସରକାରରେ ମଧ୍ୟ କ୍ରାଇସିସ୍‌ ମ୍ୟାନେଜର ଭୂମିକା ନେଇଥିଲେ।
ବାବୁଙ୍କୁ ସମାଲୋଚନା
ବରିଷ୍ଠ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କର ପ୍ରଶାସନିକ ନିପୁଣତା ତାଙ୍କ ପାଇଁ ଖ୍ୟାତି ଆଣିଛି। ଏଥିପାଇଁ ସେ ‘ଟାସ୍କ ମାଷ୍ଟର’ ଭାବେ ଜଣାଶୁଣା। ସଡ଼କ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦାୟିତ୍ୱ ବହନ କରିଥିବା ଗଡକରୀ ନିକଟରେ କହିଛନ୍ତି ଯେ, ମନ୍ତ୍ରୀମାନଙ୍କ ଆଦେଶରେ ସରକାର ଚାଲୁଥିବାରୁ ସେମାନେ ଯାହା କହିଲେ ବାବୁମାନେ କେବଳ ‘ୟେସ୍‌ ସାର’୍‌ କହିବା ଉଚିତ। ସମ୍ଭବତଃ, ନିକଟରେ ‘ମୁଡ୍‌ ଅଫ୍‌ ଦି ନେଶନ’ ସର୍ଭେର ଫଳାଫଳ ଗଡକରୀଙ୍କୁ ଅଧିକ ଉତ୍ସାହିତ କରିଛି। କାରଣ ଏହି ସର୍ଭେ ମୋଦି ସରକାରରେ ସବୁଠୁ ଭଲ ପ୍ରଦର୍ଶନ କରୁଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଗଡକରୀଙ୍କୁ ସ୍ଥାନିତ କରିଥିଲା। ଏହା ସ୍ପଷ୍ଟ ଯେ, ଅଧିକ ନୂତନ ଚିନ୍ତାଧାରା ସମ୍ପନ୍ନ ତଥା ସମର୍ପିତ ମନ୍ତ୍ରୀମାନଙ୍କ ପ୍ରଦର୍ଶନ କମ୍‌ ରହିଲେ ସେମାନଙ୍କ ମଧ୍ୟରେ ହତାଶ ଭାବ ପ୍ରକାଶ ପାଏ। କିଛି ଦିନ ପୂର୍ବେ, ବହୁ ଖବର ଦର୍ଶାଇ ଆସୁଛି ଯେ, ନୂଆ ରାଜପଥ ନିର୍ମାଣର ଗତି ମାନ୍ଦା ପଡ଼ିଯାଇଛି ଓ ଅନେକ ନବନିର୍ମିତ ରାଜପଥରେ ଖାଲଖମା ଦେଖାଦେଇଛି। ଏହିସବୁ ଖବର ଗଡକରୀଙ୍କ ରାଜପଥ ନିର୍ମାଣ ଲକ୍ଷ୍ୟ ଓ ସଫଳତା ସମ୍ପର୍କିିତ ଦାବିକୁ ଭୁଲ୍‌ ଦର୍ଶାଉଛି। କିଛି ମାସ ପୂର୍ବେ ଗଡକରୀ ରୋଡ୍‌ ପ୍ରୋଜେକ୍ଟଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ସର୍ବସାଧାରଣରେ ବାବୁମାନଙ୍କୁ କଟୁ ସମାଲୋଚନା କରିଥିଲେ। ଏହାଦ୍ୱାରା ବାବୁମାନଙ୍କ ଉପରେ ଯେଭଳି ପ୍ରଭାବ ପଡିବ ବୋଲି ଆଶା କରାଯାଉଥିଲା ତାହା ହୋଇପାରିଲା ନାହିଁ। ବୁଝାପଡ଼ୁଛି ଯେ,ପଥଭ୍ରଷ୍ଟ ବାବୁମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଗଡକରୀ ସେମାନଙ୍କୁ ସମାଲୋଚନା କରୁଛନ୍ତି। ତେବେ ଏହା ସେମାନଙ୍କୁ କେତେଦୂର ଆଗକୁ ନେଇପାରିବ? ବାବୁମାନେ ସତର୍କତାର ସହ ନୀରବତା ଅବଲମ୍ବନ କରୁଛନ୍ତି। ମନ୍ତ୍ରୀମାନଙ୍କ ସହ କିଭଳି କାମ କରିବାକୁ ହୁଏ ସେ ଗୁଣ ବାବୁମାନଙ୍କୁ ଭଲ ଭାବେ ଜଣା ଏବଂ ସେଥିପାଇଁ ‘ୟେସ୍‌ ମିନିଷ୍ଟର’କହିବା ପାଇଁ ସେମାନଙ୍କ ତରଫରୁ କମ୍‌ ସେ କମ୍‌ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି!
ଅନିଚ୍ଛୁକ ଆଇପିଏସ୍‌ ଅଧିକାରୀ
କେନ୍ଦ୍ର ସରକାରରେ ଲଗାତର ଅଲ୍‌ ଇଣ୍ଡିଆ ସର୍ଭିସ ଅଧିକାରୀମାନଙ୍କର ଅଭାବ ଲାଗି ରହିଛି। ଏଭଳି ସ୍ଥିତିରେ କେବଳ ତିନି ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯିବାକୁ ଚାହିଁଛନ୍ତି। ସିବିଆଇ, ଆଇବି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ସମେତ ଅତିକମ୍‌ରେ ୧୭ଟି କେନ୍ଦ୍ରୀୟ ସଂସ୍ଥାରେ ଆଇପିଏସ୍‌ ଅଧିକାରୀଙ୍କ ନିମନ୍ତେ ୨୬୩ ପଦବୀ ଖାଲିରହିଛି। ସେଥି ମଧ୍ୟରୁ ଖାଲି ରହିଥିବା ଅଧିକାଂଶ ପଦବୀ ହେଉଛି ଡିଆଇଜି ଓ ଏସ୍‌ପି ସ୍ତରର। ସୂତ୍ରରୁ ଜଣାପଡ଼ିଛି ଯେ,ପୋଲିସ ଏସ୍‌ପି ର଼୍ୟାଙ୍କ୍‌ର ତିନି ଜଣ ଅଧିକାରୀ ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଆଇଜି ଏବଂ ଏହା ଉପର ର଼୍ୟାଙ୍କର କୌଣସି ଆଇପିଏସ୍‌ ଅଧିକାରୀଙ୍କ ପକ୍ଷରୁ ଅଫର ଆସିନାହିଁ। ଚଳିତ ବର୍ଷ ଫେବୃୟାରୀରେ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ସଂଶୋଧିତ ଆଇପିଏସ୍‌ କାର୍ଯ୍ୟକାଳ ନୀତି ସହ ଆଇପିଏସ୍‌ ଅଧିକାରୀମାନଙ୍କ ଅନିଚ୍ଛାର ସମ୍ପର୍କ ଅଛି ବୋଲି କୁହାଯାଇପାରେ। ଏହି ସଂଶୋଧିତ ନୀତି ନିଯୁକ୍ତି ତାଲିକା ପାଇଁ ଡିଆଇଜି ସ୍ତରର ଆଇପିଏସ୍‌ ଅଧିକାରୀ ହେବା ଭଳି ବାଧ୍ୟତାମୂଳକ ଆବଶ୍ୟକତାକୁ ହଟାଇ ଦେଇଥିତ୍ଲା। ଆଉ ଏକ ସମସ୍ୟା ହେଉଛି, ଅନେକ ରାଜ୍ୟ ଅଧିକ ସଂଖ୍ୟକ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଚାହଁୁନାହାନ୍ତି କିମ୍ବା ମନ୍ଥରତା ପ୍ରକାଶ କରୁଛନ୍ତି। ଏହି ଗୋଟିଏ ସମସ୍ୟା ଶୀଘ୍ର ସମାଧାନ ହୋଇ ପାରିବ ନାହିଁ କି ନିକଟ ଭବିଷ୍ୟତରେ ସ୍ଥିିତିରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri