ଚାଷୀ ମୁଣ୍ଡରେ ଚଡ଼କ

ଛେଣ୍ଡିପଦା, ୧୫ା୧୧ (ସ୍ବ.ପ୍ର.): ରାତି ହେଲେ ଧାନ ବିଲରେ ପଶୁଛନ୍ତି ବାର୍‌ହା ପଲ। ଏକର ଏକର ଜମିରେ ଫସଲ ନଷ୍ଟ କରୁଛନ୍ତି ଏହି ଜଙ୍ଗଲୀ ଜନ୍ତୁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନି ବନ ବିଭାଗ। ଏପରି କି ବାର୍‌ହା ଘଉଡ଼ାଇବାକୁ ଚାଷୀଙ୍କୁ ବାଣ, ଲାଇଟ୍‌ ଆଦି ଯୋଗାଇ ଦିଆଯାଉ ନାହିଁ। କ୍ଷୟକ୍ଷତିର ଉପଯୁକ୍ତ ଆକଳନ ସହ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯାଉ ନାହିଁ। ଫଳରେ ଉଜୁଡ଼ା ଫସଲ ଦେଖି କରଜ କରି ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ପଡ଼ୁଛି ଚଡ଼କ।
ବାର୍‌ହା ଉପଦ୍ରବକୁ ନେଇ ବର୍ଷ ବର୍ଷ ଧରି ଏପରି ହଇରାଣ ହେଉଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ଚାଷୀ। କେତେବେଳେ ହାତୀ ତ ପୁଣି ବାର୍‌ହା ଦ୍ୱାରା ଫସଲ ନଷ୍ଟ ହେଉଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛେଣ୍ଡିପଦା ବ୍ଲକର କୋଶଳା ବହିଆଳି, ମୁଣ୍ଡାମାଳ, ଷଣ୍ଡପାଳ, ଭାଗଲକଟା, ବ୍ରାହ୍ମଣବିଲ, କଙ୍କୁରପାଳ, କମ୍ପସଲା, ବାହାଳସାହି, ଚାଙ୍ଗୁଡିଆ, ବରପଦା, କୋରଡା, କୁଶକିଳା, ତେଣ୍ଟୁଲୋଇ, ବାଲିପଟା, କିସିଣ୍ଡା, ଶିମିଳିପାଳ, ଦୁବନାଳି, ଫୁଲଝରୀ, ବସନ୍ତପୁର, ପାଟକମୁଣ୍ଡା ଆଦି ପ୍ରାୟ ୫୦ରୁ ଅଧିକ ଗ୍ରାମର ଚାଷୀ। ଜଙ୍ଗଲ ନିକଟସ୍ଥ ଜମିରେ ଏମାନେ ଚାଷ କରିଥିବାରୁ ବହୁ ସଂଖ୍ୟାରେ ବାର୍‌ହା ପଲ ଧାନ, ଚିନାବାଦାମ, ପରିବା ଫସଲ ଖାଇ ନଷ୍ଟ କରିଦେଉଛନ୍ତି। ଗତ କିଛିମାସ ହେବ କୋଶଳା ରିସର୍ଚ୍ଚ ନର୍ସରି ଚତୁଃପାର୍ଶ୍ୱରେ ଥିବା ଜମି ଗୁଡିକରୁ ବହୁ ଧାନ ଫସଲଖାଇ ନଷ୍ଟ କଲେଣି ଏହି ଜଙ୍ଗଲି ଜନ୍ତୁ। ତେଣୁ ଚାଷୀମାନେ ସେମାନଙ୍କ ଫସଲକୁ ରକ୍ଷା କରିବା ପାଇଁ ମଞ୍ଚାମାନ ତିଆରି କରି ଜଗି ରହୁଛନ୍ତି। ଗତ ଶୁକ୍ରବାର ରାତିରେ କୋଶଳା ଚନ୍ଦନ ନଗରଠାରେ ଥିବା ମୁଣ୍ଡାମାଳ ଜମିରେ ବାର୍‌ହା ପଲ ପଶି ବହୁ ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ଏ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏପରିକି ଅନେକ ଥର ବାର୍‌ହାପଲଙ୍କୁ ଘଉଡାଇବା ବେଳେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି। ଗତ ଫେବୃୟାରୀରେ ଜରପଡା ବନାଞ୍ଚଳ ଜେରେଙ୍ଗ ଗୋପୀନାଥପୁର ଗ୍ରାମର ସନୁ ସାହୁ ଗ୍ରାମ ନିକଟସ୍ଥ ବୁଢ଼ୀ ମୁଣ୍ଡିଆ ପାହାଡ଼ ପାଖ ବଗିଚାକୁ ଯାଉଥିବାବେଳେ ବାର୍‌ହା ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସନୁଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବସନ୍ତପୁର ଗ୍ରାମର ସ୍ବପ୍ନେଶ୍ୱରଙ୍କ ପୁତ୍ର ବିଶ୍ୱନାଥ ସାହୁ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ତଥାପି ଫସଲ ବଞ୍ଚାଇବାକୁ ରାତି ଅନିଦ୍ରା ହୋଇ ଜମି ନିକଟରେ ଚାଷୀମାନେ ଜଗି ବସିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri