ଚିନ୍ତା ବଢ଼ାଉଛି ଡାଲି ଦର: ବେଆଇନ ମହଜୁଦକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଗତ କିଛିଦିନ ଧରି ଓଡ଼ିଶା ସମେତ ସମଗ୍ର ଦେଶରେ ଖାଇବା ସାମଗ୍ରୀର ଦରଦାମ୍‌ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି। ବିଶେଷକରି ମାସକ ମଧ୍ୟରେ ୨୦ଟଙ୍କାରୁ ଅଧିକ ମୂଲ୍ୟରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ବିକ୍ରି ହେଉଛି। ଏହା ମଧ୍ୟରେ ହୋର୍ଡିଂ ବିରୋଧରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ହରଡ଼ ଓ ବୁଟ ଡାଲି ଉପରେ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଛନ୍ତି। ଏହା ଡାଲିର ବେଆଇନ ମହଜୁଦକୁ ବନ୍ଦ କରିବ ବୋଲି ଆଶା କରାଯାଉଛି।

ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ ହୋଲ୍‌ସେଲର, ଖୁଚୁରା ବ୍ୟବସାୟୀ, ବଡ଼ ଚେନ୍‌ ରିଟେଲର, ମିଲର ଏବଂ ଆମଦାନୀକାରୀଙ୍କ ପାଇଁ ଡାଲି ଉପରେ ଷ୍ଟକ୍‌ ସୀମା ଧାର୍ଯ୍ୟ କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ହୋଲ୍‌ସେଲରଙ୍କ ପାଇଁ ୨୦୦ ଏମ୍‌ଟି, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ଏମ୍‌ଟି, ପ୍ରତ୍ୟେକ ଖୁଚୁରା ଆଉଟ୍‌ଲେଟ୍‌ରେ ୫ ଏମ୍‌ଟି ଏବଂ ବଡ଼ ଚେନ୍‌ ରିଟେଲରଙ୍କ ପାଇଁ ଡିପୋରେ ୨୦୦ ଏମ୍‌ଟି ମହଜୁଦ ସ୍ଥିର କରାଯାଇଛି।

ସେହିଭଳି ମିଲ୍‌ ମାଲିକମାନଙ୍କ ପାଇଁ ଷ୍ଟକ୍‌ ସୀମା ଉତ୍ପାଦନର ଶେଷ ୩ ମାସ କିମ୍ବା ବାର୍ଷିକ କ୍ଷମତାର ୨୫% ମଧ୍ୟରୁ ଯାହାର ପରିମାଣ ଅଧିକ ହେବ ତାହା ଲାଗୁହେବ। ଡାଲି ପାଇଁ ଏହି ଷ୍ଟକ୍‌ ସୀମା ଜୁନ୍‌ ୨୧ରୁ କାର୍ଯ୍ୟକାରୀ ହୋଇଥିବାବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁହେବ। ଏହି ଆଦେଶ ହରଡ଼ , ବୁଟ , କାବୁଲି ଡାଲି ଆଦି କ୍ଷେତ୍ରରେ ଲାଗୁ ହେବ। ଆମଦାନୀକାରୀଙ୍କୁ କୁହାଯାଇଛି, ସେମାନେ ଆମଦାନୀ ହୋଇଥିବା କଷ୍ଟମସ୍‌ କ୍ଲିୟରାନ୍ସ ତାରିଖଠାରୁ ୪୫ ଦିନରୁ ଅଧିକ ସମୟ ଧରି ଷ୍ଟକ୍‌ ରଖିପାରିବେ ନାହିଁ।

ନୂତନ ନିର୍ଦ୍ଦେଶର ଅନୁପାଳନ ନିଶ୍ଚିତ କରିବାକୁ ସରକାର ସମସ୍ତ ସମ୍ପୃକ୍ତ ବ୍ୟବସାୟୀ, ମିଲ୍‌ ଅପରେଟର ଏବଂ ଆମଦାନୀକାରୀଙ୍କୁ କହିଛନ୍ତି। ଏଥିପାଇଁ ସମସ୍ତ ସମ୍ପୃକ୍ତ ଦଳ ଗ୍ରାହକ ବ୍ୟାପାର ବିଭାଗର ପୋର୍ଟାଲ https://fcainfoweb.nic.in/pspରେ ଷ୍ଟକ୍‌ ସୂଚନା ଦେବେ। ଯଦି ସେମାନଙ୍କର ଧାର୍ଯ୍ୟ ଷ୍ଟକ୍‌ ସୀମାଠାରୁ ଅଧିକ ସାମଗ୍ରୀ ଅଛି, ତେବେ ସେମାନଙ୍କୁ ଜୁଲାଇ ୧୨ ସୁଦ୍ଧା ନିର୍ଦ୍ଧାରିତ ଷ୍ଟକ୍‌ ସୀମା ମଧ୍ୟକୁ ଆଣିବାକୁ ପଡିବ । ସୂଚନା ଥାଉକି, ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ସରକାର ୨୦୨୪ ମେ ୪ରୁ ଦେଶୀ ଡାଲି ଉପରେ ଆମଦାନୀ ଶୁଳ୍କ ୬୬ ପ୍ରତିଶତ ହ୍ରାସ କରିଥିଲେ।

ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆରେ ଡାଲି ଉତ୍ପାଦନ ଗତ ବର୍ଷ ତୁଳନାରେ ୨୦୨୪-୨୫ରେ ୫ ଲକ୍ଷ ଟନ୍‌ରୁ ୧୧ ଲକ୍ଷ ଟନ୍‌କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହା ଅକ୍ଟୋବରରୁ ଉପଲବ୍ଧ ହେବ। ପୂର୍ବ ଆଫ୍ରିକୀୟ ଦେଶରୁ ହରଡ଼ ଡାଲି ଆମଦାନୀ ଅଗଷ୍ଟ ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri