ଘାରିଲା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କୋରାନାର ଦ୍ୱିତୀୟ ଲହର ହନ୍ତସନ୍ତ କରୁଥିବା ବେଳେ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢ଼ାଇ ଦେଇଛି। କୋରାନାରୁ ସୁସ୍ଥ ହେଉଥିବା କେତେଜଣ ବ୍ୟକ୍ତିଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖିବାକୁ ମିଳୁଛି। ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ରୋଗ ବ୍ୟାପୁଥିବାବେଳେ ଓଡ଼ିଶାରେ ମଧ୍ୟ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗର ଶୀଘ୍ର ଚିହ୍ନଟ ଓ ମୁକାବିଲା ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରିବା ସକାଶେ ରାଜ୍ୟ ସରକାର ଶୁକ୍ରବାର ୭ ଜଣିଆ ରାଜ୍ୟସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏଥିସହିତ ପ୍ରତ୍ୟେକ ସରକାରୀ ମେଡିକାଲ କଲେଜରେ ବ୍ଲାକ୍‌ ଫଙ୍ଗସ୍‌ ରୋଗର ଚିକିତ୍ସା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲ ନିୟମିତ ଭାବେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଆଡମିଶନ ସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।
ଏସ୍‌ସିବି ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ନିରୁପମା ଚଇନି ରାଜ୍ୟସ୍ତରୀୟ କମିଟିରେ ଅଧ୍ୟକ୍ଷ ଥିବାବେଳେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସଦସ୍ୟ ଆବାହକ ରହିଛନ୍ତି। ସେହିପରି ଏସ୍‌ସିବି ମେଡିକାଲ କଲେଜର ଅନ୍ୟ ୫ ଜଣ ପ୍ରଫେସରଙ୍କୁ ଏହି କମିଟିର ସଦସ୍ୟ ରଖାଯାଇଛ। ସେମାନେ ହେଲେ ପ୍ରଫେସର ଡା.ଜ୍ୟୋତି ପଟ୍ଟନାୟକ, ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଡା. ଶୁଭବ୍ରତା ପରିଡା, ପ୍ରଫେସର ଡା. ସୁବ୍ରତ ବେହେରା, ପ୍ରଫେସର ଡା. ପ୍ରସନ୍‌ଜିତ ମହାନ୍ତି। ଏହି କମିଟି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କୁ ତଦାରଖ କରିବା ସହ ଏହି ରୋଗକୁ ତୁରନ୍ତ ଚିହ୍ନଟ ଓ ନିରାକରଣ ପାଇଁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବ।
ସେହିପରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ ମଧ୍ୟ ଏକ ବିଶେଷଜ୍ଞ କମିଟି ଗଠନ କରିବେ। କମିଟିରେ ମେଡିସିନ କିମ୍ବା ପଲ୍‌ମୋନାରି ମେଡିସିନ, ଡର୍ମାଟୋଲୋଜି, ଇଏନ୍‌ଟି, ଅପ୍‌ଥାମୋଲୋଜି ଓ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ସାମିଲ କରାଯିବ। ସେମାନେ ମିଳିତ ଭାବେ ଏହି ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କରିବେ। ସରକାରୀ ମେଡିକାଲ କଲେଜର ଇଏନ୍‌ଟି ବିଭାଗରେ ରୋଗୀ ଚିହ୍ନଟ ପାଇଁ ବ୍ୟବସ୍ଥା କରିବେ। କରୋନାରୁ ସୁସ୍ଥ ହୋଇଥିବା ଓ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଅପ୍‌ଥାମୋଲୋଜି ବିଭାଗରେ ଚିକିତ୍ସା ସୁବିଧା କରାଯିବ। ଯଦି କୋଭିଡ୍‌ ସଂକ୍ରମିତଙ୍କ ଶରୀରରେ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଚିହ୍ନଟ ହୁଏ ତା’ହେଲେ ସମ୍ପୃକ୍ତ ରୋଗୀଙ୍କୁ ଇଏନ୍‌ଟି ଓ ଅପ୍‌ଥାମୋଲୋଜି ଡାକ୍ତରଙ୍କ ସହଯୋଗରେ ଚିକିତ୍ସା କରାଯିବ। ସମସ୍ତ ସରକାରୀ, କର୍ପୋରେଟ, ମିଶନାରି ଏବଂ ଘରୋଇ ହସ୍ପିଟାଲ ଏହି ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଭର୍ତ୍ତି ହେବାର ସୂଚନା ଓ ରୋଗୀଙ୍କ ଇନ୍‌ଭେଷ୍ଟିଗେଶନ ରେକର୍ଡକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ନିଶ୍ଚିତ ପଠାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ଦେଶରେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବ୍ଲାକ୍‌ ଫଙ୍ଗସ୍‌, ଯାହାର ଲକ୍ଷଣ ହେଉଛି ମୁଣ୍ଡବ୍ୟଥା, ଜ୍ୱର, ଆଖିରେ ପୀଡ଼ା, ନାକ ରୁନ୍ଧି ହେବା। ଏହି ରୋଗରେ ବେଶି ଶିକାର ହେଉଛନ୍ତି କରୋନା ଆରୋଗ୍ୟମାନେ। ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌, ସେମାନଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହେବାର ଅଧିକ ଆଶଙ୍କା ରହିଛି। ରୋଗର ଲକ୍ଷଣ ପ୍ରାଥମିକ ସ୍ତରରେ ଜଣାପଡ଼ିଲେ ଏହାକୁ ଆୟତ୍ତ କରିହେବ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri