Posted inଜାତୀୟ

ଆଜିଥ୍ରୋମାଇସିନ୍‌ରେ ପୋକ: ଖେଳିଗଲା ଚାଞ୍ଚଲ୍ୟ

ଭୋପାଳ,୧୭ା୧୦:ମଧ୍ୟପ୍ରଦେଶରେ କୋଲ୍ଡରିଫ୍‌ କଫ୍‌ ସିରପ୍‌ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟର ଏକ ସରକାରୀ ହସ୍ପିଟାଲରେ ଆଜିଥ୍ରୋମାଇସିନ୍‌ ଔଷଧରେ ପୋକ ଥିବା ଅଭିଯୋଗ ଆସିବା ପରେ ଉକ୍ତ ଔଷଧର ସମ୍ପୂର୍ଣ୍ଣ ଷ୍ଟକ୍‌କୁ ଫେରାଇ ନିଆଯାଇଛି। ଆଜିଥ୍ରୋମାଇସିନ୍‌ ଓରାଲ ସସ୍ପେନ୍‌ଶନ୍‌ର ନମୁନା ପରୀକ୍ଷା ପାଇଁ ଭୋପାଳର ଏକ ଲାବରେଟୋରିକୁ ପଠାଯାଇଛି। ପିଲାମାନଙ୍କୁ ବିଭିନ୍ନ ସଂକ୍ରମଣରୁ ଆରୋଗ୍ୟ ପାଇଁ ସାଧାରଣତଃ ଆଜିଥ୍ରୋମାଇସିନ୍‌ ଦିଆଯାଇଥାଏ। ମଧ୍ୟପ୍ରଦେଶର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଜେନେରିକ୍‌ ଔଷଧକୁ ନେଇ ପ୍ରଶ୍ନ ଉଠିଛି।
ଆଜିଥ୍ରୋମାଇସିନ୍‌ ବୋତଲରେ ପୋକ ଥିତ୍ବା ନେଇ ମୋରାରସ୍ଥିତ ସରକାରୀ ହସ୍ପିଟାଲରେ ଜଣେ ମହିଳା ଅଭିଯୋଗ କରିଥିଲେ ବୋଲି ଡ୍ରଗ୍‌ ଇନ୍ସପେକ୍ଟର ଅନୁଭୂତି ଶର୍ମା ଗଣମାଧ୍ୟମକୁ କହିଛନ୍ତି। ମହିଳା ଆଣିଥିବା ଔଷଧ ବୋତଲ ଖୋଲା ଥିବାବେଳେ ଘଟଣାର ତଦନ୍ତ କରାଯାଉଛି। ହସ୍ପିଟାଲକୁ ଆସିଥିବା ଓ ଷ୍ଟକ୍‌ ଥିବା ସମସ୍ତ ୩୦୬ ବୋତଲ ଆଜିଥ୍ରୋମାଇସିନ୍‌କୁ ଫେରାଇ ନିଆଯିବା ସହ ଜବତ କରାଯାଇଛି। ଔଷଧର ନିରାପତ୍ତା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଏହାକୁ ଭୋପାଳ ଲାବରେଟୋରିକୁ ପଠାଯାଇଥିବାବେଳେ କୋଲକାତାର ସେଣ୍ଟ୍ରାଲ ଡ୍ରଗ୍‌ ଲାବରେଟୋରିକୁ ପଠାଯିବ ବୋଲି ଡ୍ରଗ୍‌ ଇନ୍ସପେକ୍ଟର କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri