ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ

ନୂଆଦିଲ୍ଲୀ,୧।୧୧: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦେଶ ପ୍ରଥମ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ଏହି ୬ଟି ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ। ଏହି ପାସପୋର୍ଟ ଏହାର ନାଗରିକମାନଙ୍କୁ ବିଶ୍ୱର ୨୨୭ଟି ଗନ୍ତବ୍ୟସ୍ଥଳ ମଧ୍ୟରୁ ୧୯୪କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରିଥାଏ। ୟୁରୋପର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଏହି ତାଲିତକାର ପ୍ରଥମ ସ୍ଥନରେ ସାମିଲ ଅଛନ୍ତି। ଏଥି ସହିତ କ୍ରମାଗତ ପାଞ୍ଚ ବର୍ଷ ଧରି ଏହି ସ୍ଥିତିରେ ରହି ଆସିଥିବା ଏସୀୟ ଦେଶ ଜାପାନ ଏବଂ ସିଙ୍ଗାପୁର ପୁଣି ଥରେ ନମ୍ବର-୧ ରହିଛନ୍ତି।
ୟୁରୋପୀୟ ଦେଶମାନେ ପୁଣି ଥରେ ହେନଲି ପାସପୋର୍ଟ ଇଣ୍ଡେକ୍ସର ଟପ-୧୦ରେ ପ୍ରବେଶ କରିଛନ୍ତି। ଏହି ତାଲିକାରେ ଦ୍ୱିତୀୟରେ ଫିନଲାଣ୍ଡ ଏବଂ ସ୍ବିଡେନ ସହିତ ଦକ୍ଷିଣ କୋରିଆ ଅଛି, ଯାହାର ପାସପୋର୍ଟ ୧୯୩ଟି ଗନ୍ତବ୍ୟ ସ୍ଥାନକୁ ଭିସା ମୁକ୍ତ ଯାତ୍ରା କରିବାକୁ ଅନୁମତି ଦେଇଥାଏ। ଏଥି ସହିତ ତୃତୀୟ ସ୍ଥାନରେ ଅଷ୍ଟ୍ରିଆ, ଡେନମାର୍କ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଅଛି, ଯାହାର ପାସପୋର୍ଟ ନାଗରିକମାନେ ୧୯୨ ଗନ୍ତବ୍ୟସ୍ଥଳକୁ ଭିସାମୁକ୍ତ ପ୍ରବେଶ କରିପାରିବେ। ୧୯୧ ଗନ୍ତବ୍ୟସ୍ଥଳକୁ ଭିସା ମୁକ୍ତ ପ୍ରବେଶ ସହିତ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି। ବ୍ରିଟେନ୍‌ ଗତ ବର୍ଷ ଷଷ୍ଠ ସ୍ଥାନରେ ରହିଥିଲା।
ଏହି ତାଲିକାରେ ଭାରତ ୮୦ତମ ସ୍ଥାନରେ ରହିଛି। ଭାରତୀୟମାନେ ବର୍ତ୍ତମାନ ସେମାନଙ୍କ ପାସପୋର୍ଟ ମାଧ୍ୟମରେ ଭିସା ବିନା ୬୨ ଗନ୍ତବ୍ୟସ୍ଥଳ ପରିଦର୍ଶନ କରିପାରିବେ। ଏଥି ମଧ୍ୟରେ ଥାଇଲାଣ୍ଡ, ଇଣ୍ଡୋନେସିଆ, ମରିସସ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସାମିଲ ଅଛି। ଅନ୍ୟପକ୍ଷରେ ଯଦି ଆମେ ଭାରତର ପଡୋଶୀ ଦେଶ ବିଷୟରେ କଥା ହେଉ, ଭିସା ମୁକ୍ତ ପ୍ରବେଶ ପାଇଁ ୮୫ ଗନ୍ତବ୍ୟସ୍ଥଳ ମଧ୍ୟରେ ଚାଇନା ୬୨ ତମ ସ୍ଥାନରେ ରହିଛି।
ଏଥି ସହିତ ଦୁର୍ବଳ ପାସପୋର୍ଟ ତାଲିକାରେ ଆଫଗାନିସ୍ତାନ ଶୀର୍ଷରେ ଅଛି। ତେବେ ପାକିସ୍ତାନର ପାସପୋର୍ଟ ମଧ୍ୟ ଦୁର୍ବଳ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଯୁଦ୍ଧ ପ୍ରଭାବିତ ସିରିଆ ଏବଂ ଇରାକର ପାସପୋର୍ଟ ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri