Posted inଫୁରସତ

ସବୁଠୁ ଉଚ୍ଚ ସ୍ବରରେ ରାବିଥାଏ ଏହି ପକ୍ଷୀ

ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ ସମସ୍ତଙ୍କ କାନରେ ପଡ଼ିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ପକ୍ଷୀ ଅଛି, ଯାହାର ସ୍ବର ସବୁଠୁ ଉଚ୍ଚ। ଆମେରିକାର ଗବେଷକମାନେ ଏକ ରିସର୍ଚ୍ଚ କରି ଏହା ଜାଣିବାକୁ ପାଇଛନ୍ତି। ଧଳାରଙ୍ଗର ବେଲ୍‌ବାର୍ଡ ହେଉଛି ବିଶ୍ୱରେ ସବୁଠୁ ଉଚ୍ଚ ସ୍ବର କରୁଥିବା ପକ୍ଷୀ। ମୈସାଚ୍ୟୁସେଟ୍‌ସ ୟୁନିଭର୍‌ସିଟିର ଗବେଷକଙ୍କ ମତରେ, ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଏହି ପକ୍ଷୀ ଖୁବ୍‌ ଉଚ୍ଚ ସ୍ବରରେ ବୋବାଇ ଥାଏ। ଏହା ପୂର୍ବରୁ ସ୍କ୍ରିମିଙ୍ଗ୍‌ ଫିୟାଜ୍‌ ପକ୍ଷୀ ଉଚ୍ଚ ସ୍ବରରେ ବୋବାଉଥିଲା। ମାତ୍ର ଏବେ ବେଲ୍‌ବାର୍ଡକୁ ବିଶ୍ୱରେ ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଉଚ୍ଚ ସ୍ବରରେ ବୋବାଉଥିବା ପକ୍ଷୀ ଭାବେ ଗଣନା କରାଯାଉଛି। ଏପରିକି ୨୨୫ ଡେସିବେଲ୍‌ରୁ ଏହା ଅଧିକ ଉଚ୍ଚ ସ୍ବରରେ ବୋବାଇଥାଏ। ଏହା ଆମାଜନ୍‌ ଜଙ୍ଗଲରେ ଦେଖିବାକୁ ମିଳେ। ଗବେଷକଙ୍କ ଅନୁଯାୟୀ, ଏହା ମାଈ ବେଲ୍‌ବାର୍ଡକୁ ଆକର୍ଷିତ କରିବା ପାଇଁ ଏପରି ଉଚ୍ଚ ସ୍ବରରେ ବୋବାଇଥାଏ। ଏଥିସହିତ ଏହି ପକ୍ଷୀ ପେଟର ମାଂସପେଶୀକୁ ବିକଶିତ କରିଥାଏ। ଏହା ଉଚ୍ଚ ସ୍ବର ବେଶୀ ସମୟ ପର୍ଯ୍ୟନ୍ତ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri