ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ

ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି ଯୋଡ଼ା-ଶରୀର ଭାଇଙ୍କ ପରଲୋକ ଘଟିଛି। ଓହିସ୍ଥିତ ଡେଟନ୍‌ ସହରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋନି ଓ ଡୋନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କର ଅନ୍ୟଜଣେ ଭାଇ ଜିମ୍‌ କହିଛନ୍ତି। ୨୮ ଅକ୍ଟୋବର ୧୯୫୧ରେ ଆମେରିକାର ଓହିଓ ସହରରେ ଏହି ଯୋଡ଼ା-ଶରୀର ଭାଇ ରୋନି ଓ ଡୋନିଙ୍କ ଜନ୍ମ ହୋଇଥିଲା। ଉଭୟଙ୍କର ୨ଟି ମୁଣ୍ଡ ଥିବାବେଳେ ଗୋଟିଏ ପେଟ ଥିଲା। ସେହିଭଳି ସେମାନଙ୍କର ମଳଦ୍ୱାର ଗୋଟିଏ ଥିବାବେଳେ ହୃଦୟ ୨ଟି ଥିଲା। ଗୋଡ଼ କିନ୍ତୁ ୪ଟି ରହିଥିଲା। ଶରୀର ଅସହାୟ ହେବା ସତ୍ତ୍ୱେ ରୋନି ଓ ଡୋନି ବହୁତ ପରିଶ୍ରମୀ ଥିଲେ। ମାତ୍ର ୩ ବର୍ଷ ବୟସରୁ ସେମାନେ ସର୍କସରେ କାମ କରିବା ଆରମ୍ଭ କରିଥିଲେ। ୧୯୯୧ ମସିହା ପର୍ଯ୍ୟନ୍ତ ରୋନି ଓ ଡୋନି ଏହି କାମ ଜାରି ରଖିଥିଲେ। ଏହାପରେ ସେମାନେ ସର୍କସ କାମ ଛାଡ଼ି ଦେଇ ୨୦୧୦ ପର୍ଯ୍ୟନ୍ତ ଏକୁଟିଆ ରହିଲେ। କିନ୍ତୁ ଯେତେବେଳେ ଦେହ ଖରାପ ହେଲା ସେମାନେ ତାଙ୍କର ଅନ୍ୟତମ ଭାଇ ଜିମ୍‌ଙ୍କ ପାଖରେ ଯାଇ ରହିଲେ। ଜିମ୍‌ ଓ ତାଙ୍କ ସ୍ତ୍ରୀ ରୋନି ଓ ଡୋନିଙ୍କ ସେବା କରିଥିଲେ। ୨୦୧୩ରେ ଯେତେବେଳେ ରୋନି ଓ ଡୋନି ୬୩ତମ ଜନ୍ମଦିବସ ପାଳନ କଲେ ଯୋଡ଼ା-ଶରୀର ଭାଇ ଭାବେ ସର୍ବାଧିକ ବର୍ଷ ବଞ୍ଚିବାରେ ରେକର୍ଡ ସ୍ଥାପନ କରିଥିଲେ। ପୂର୍ବରୁ ଯୋଡ଼ା-ଶରୀର ଭାଇ ଭାବେ ଅଧିକ ବର୍ଷ ବଞ୍ଚିବାର ରେକର୍ଡ ଆମେରିକାର ଚେଙ୍ଗ୍‌ ଓ ଆଙ୍ଗଙ୍କ ନାମରେ ରହିଥିଲା। ଚେଙ୍ଗ ଓ ଆଙ୍ଗ ୬୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri