Posted inଫୁରସତ

ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି। ରନ୍ଧା ଖାଦ୍ୟ ବଦଳରେ ସେ ପଚାଶଢା ଖାଦ୍ୟ ଖାଇବାକୁ ଭଲପାନ୍ତି। ସେଥିପାଇଁ ତ ଏବେ ତାଙ୍କୁ ବିଶ୍ୱର ସବୁଠୁ ଅସନା ମଣିଷ ବୋଲି କୁହାଯାଉଛି। ବିଶ୍ୱାସ ହେଉ ନ ଥିଲେ ବି ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇରାନର ଅମଉ ହାଜି।
ଅମଉ ହାଜିଙ୍କ ବୟସ ଏବେ ୮୩ ବର୍ଷ, କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ। ମାତ୍ର ଅମଉଙ୍କର ଅପରିଷ୍କାର ଲାଇଫ୍‌ଷ୍ଟାଇଲ୍‌କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ବିଶ୍ୱର ସବୁଠୁ ଅସନା ଅପରିଷ୍କାର ବ୍ୟକ୍ତିଭାବେ ସେ ଏବେ ରେକର୍ଡ କରିଛନ୍ତି। କାହିଁକି ନା ୬୫ ବର୍ଷ ହେଲାଣି ସେ ସ୍ନାନ କରି ନାହାନ୍ତି। ସ୍ନାନ କଲେ ତାଙ୍କ ଦେହ ଖରାପ ହୋଇଯିବ ବୋଲି ସେ କହନ୍ତି। ଖାଦ୍ୟ ଜିନିଷକୁ ସେ କେବେ ପରିଷ୍କାର ରଖନ୍ତି ନାହିଁ। ଅଧିକାଂଶ ସମୟରେ ସେ ମୃତ ପଶୁପକ୍ଷୀଙ୍କ ପଚା ଶରୀରର ମାଂସ ଖାଇବାକୁ ପସନ୍ଦ କରନ୍ତି। ଏଭଳି ଖାଦ୍ୟ ତାଙ୍କ ପାଖରେ ଉପଲବ୍ଧ ନ ହେଲେ ସେ ଘରେ ଥିବା ପଚା ଶଢା ପନିପରିବା ଓ ଶାଗ ଖାଇଥାନ୍ତି। କିନ୍ତୁ ଘରେ ତିଆରି ହେଉଥିବା ସ୍ବାଦିଷ୍ଟ ଭୋଜନ ସେ କେବେ ହେଲେ ଖାଆନ୍ତି ନାହିଁ। ଅମଉଙ୍କର ନିଜର କୌଣସି ଘର ନାହିଁ। ଗାଁ ବାହାରେ ଏକ ଗାତ ଖୋଳି ସେ ମାଟିରେ ଶୋଇବାକୁ ପସନ୍ଦ କରନ୍ତି। କୌଣସି ପ୍ରକାରର ଖରାପ ଅପରିଷ୍କାର ଜିନିଷ ପାଇଁ ତାଙ୍କର କେବେ ହେଲେ ଇନଫେକ୍‌ସନ୍‌ ହୁଏନି। ବରଂ ଏହି ଅପରିଷ୍କାର ଗୁଣ ଯୋଗୁଁ ସେ ଏତେ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଏବଂ ହୃଷ୍ଟପୁଷ୍ଟ ଅଛନ୍ତି ବୋଲି କହନ୍ତି। ଅମଉଙ୍କର ସିଗାରେଟ୍‌ ପିଇବାର ଅଭ୍ୟାସ ଅଛି, କିନ୍ତୁ ସିଗାରେଟ୍‌ ବି ଅସନା ଢଙ୍ଗରେ ସେ ପିଇଥାନ୍ତି। ଗାଁ ଲୋକେ ତାଙ୍କୁ ଦେଇଥିବା ସିଗାରେଟ୍‌ ସରିଯିବା ପରେ ସେ ଚିଲମରେ ବିଭିନ୍ନ ପଶୁପକ୍ଷୀଙ୍କ ମଳକୁ ଶୁଖାଇ ତାକୁ ସିଗାରେଟ୍‌ ଭଳି ପିଅନ୍ତି। ଦୁନିଆର ସବୁ ସୁଖସୁବିଧାକୁ ତ୍ୟାଗ କରି ଅମଉ ତାଙ୍କ ଷ୍ଟାଇଲରେ ଜୀବନକୁ ବେଶ୍‌ ଉପଭୋଗ କରନ୍ତି ବୋଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri