Posted inଫୁରସତ

ମାତ୍ର ୯ ବର୍ଷରେ କୋଟିପତି ଏହି ବାଳକ: ଜେଟ୍‌ରେ ବୁଲନ୍ତି, ପିନ୍ଧନ୍ତି ଡିଜାଇନର୍‌ ପୋଷାକ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି। ଏଥିପାଇଁ କିଛି କଠିନ ପରିଶ୍ରମ କରୁଥିବା ବେଳେ କିଛି ଜନ୍ମରୁ ଆଭିଜାତ୍ୟର ସହ ବଢ଼ିଥାନ୍ତି। ସେଭଳି ଜଣେ ହେଲେ ଏହି ବାଳକ। ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲେ ହେଁ ସେ କୋଟିପତି। ତାଙ୍କର ଜୀବନଶୈଳୀ ଦେଖିଲେ ବଡ ସମ୍ଭ୍ରାନ୍ତମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ବାଳକଜଣଙ୍କ ହେଉଛନ୍ତି ମହମ୍ମଦ ଆୱାଲ ମୁସ୍ତଫା ଓରଫ ମୋମ୍ଫା ଜୁନିୟର। ସମ୍ଭ୍ରାନ୍ତ ଜୀବନଶୈଳୀ ଯୋଗୁ ତାଙ୍କୁ ଦୁନିଆର ସବୁଠାରୁ କମ୍‌ ବୟସର କୋଟିପତି ବୋଲି କୁହାଯାଏ। ଯେତେବେଳେ ମୁସ୍ତାଫାଙ୍କୁ ଛଅ ବର୍ଷ ହୋଇଥିଲା, ସେ ଏକ ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ହୋଇଥିଲେ। ଆୱାଲ ମୁସ୍ତାଫାଙ୍କର ନିଜର ବ୍ୟକ୍ତିଗତ ଜେଟ୍‌ ଅଛି। ଏହାଛଡ଼ା ଅନେକ ଦାମୀ କାର୍‌ ମଧ୍ୟ ରହିଛି।

ଛୋଟ ବୟସରେ ବି ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନାଇଜେରିଆର ଲାଗୋସରେ ରହୁଥିବା ମୋମ୍ଫା ଜୁନିୟର ସେଠାକାର ଇଣ୍ଟରନେଟ୍‌ ସେଲିବ୍ରିଟି ଇସମାଇଲିଆ ମୁସ୍ତାଫା ମହମ୍ମଦ ଆୱାଲ ମୁସ୍ତାଫାଙ୍କ ପୁଅ। ମୋମ୍ଫା କେବଳ ଡିଜାଇନର୍‌ ପୋଷାକ ପିନ୍ଧନ୍ତି। ଏହି ସବୁ ଉପହାର ତାଙ୍କ ପିତା ଦେଇଛନ୍ତି। ତାଙ୍କର ରହଣି ଦେଖି ବଡ ବଡ଼ କୋଟିପତି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାରଣ ବହୁତ କମ୍‌ ଲୋକ ଏତେ କମ ବୟସରେ ଏପରି ଜୀବନ ଜିଇଁଥାନ୍ତି।

 

View this post on Instagram

 

A post shared by Muhammed Awal Mustapha (@momphajnr)


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri