ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୨୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହୋଇ ଗଲାଣି । ଇତିମଧ୍ୟରେ ସୋମବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ ଏକ ବଡ ବୟାନ ଦେଇଛନ୍ତି । ସେ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ଜାରି ରଖିବା କଥା କହିଛନ୍ତି । ହେଲେ ଅନ୍ୟପଟେ ତୃତୀୟ ବିଶ୍ୱଯୁଦ୍ଧର ବାସ୍ତବିକ ବିପଦର ଚେତାବନି ଦେଇଛନ୍ତି । ଏହାସହ ରୁଷିଆ ସମାଚାର ଏଜେନ୍ସି ସହ କଥା ହେବା ସମୟରେ ସେ ଶାନ୍ତି ବାର୍ତ୍ତାକୁ ନେଇ ୟୁକ୍ରେନର ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭଲ ଇଚ୍ଛାର ଏକ ସୀମା ରହିଛି, ହେଲେ ଏହା ଦୁଇ ପକ୍ଷର ସମାନ ନ ହେଲେ କଥାବାର୍ତ୍ତାର ପ୍ରକ୍ରିୟା କୌଣସି ସାହାଯ୍ୟ କରିବ ନାହିଁ ।
ଲାବରୋବ ଆହୁରି ମଧ୍ୟ କହିଛନ୍ତି, ଆମେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଟିମ୍ ସହ କଥା ହେଉଛୁ ଆଉ ଏହା ଆଗକୁ ବି ଜାରି ରହିବ । ଏହାସହ ସେ ଜେଲେନସ୍କିଙ୍କ ଉପରେ କଥାବାର୍ତ୍ତାକୁ ନେଇ ସେ ‘ନାଟକ’ କରୁଥିବା ଅଭିଯୋଗ କରିଛନ୍ତି । ଲାବରୋବ କହିଛନ୍ତି ଜେଲେନସ୍କି ଜଣେ ଭଲ ଅଭିନେତା । ଯଦି ଆପଣ ଭଲଭାବେ ଦେଖିବେ ଅବା ଭଲଭାବେ ପଢିବେ ତେବେ ଆପଣ ହଜାର ହଜାର ବିରୋଧାଭାସ ପାଇବେ ।

ବର୍ତ୍ତମାନର ସ୍ଥିତିକୁ ଦେଖି ରୁଷିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି, ତୃତୀୟ ବିଶ୍ୱ ଯୁଦ୍ଧର ବିପଦ ବାସ୍ତବିକ । ବିପଦ ଅତି ଗମ୍ଭୀର, ଏହା ବାସ୍ତବିକ, ଆପଣ ଏହାକୁ କମ କରି ଦେଖିପାରିବେ ନାହିଁ । ୟୁକ୍ରେନ୍ ସହ ଚାଲିଥିବା ସଂଘର୍ଷକୁ ନେଇ ସେ କହିଛନ୍ତି, ମୁଁ ବିଶ୍ୱାସ କରୁଛି ବୁଝାମଣା ଉପରେ ହସ୍ତାକ୍ଷର ସହ ସବୁ କିଛି ନିଶ୍ଚିତ ଭାବେ ଶେଷ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri