ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଆମେରିକା ବୁଡ଼ା ଜାହାଜ ରୁଷିଆ ସମୁଦ୍ରରେ…

ମସ୍କୋ/ଓ୍ବାଶିଂଟନ, ୧୩।୨ : ୟୁକ୍ରେନକୁ ନେଇ ବିଶ୍ୱର ଦୁଇଟି ମହାଶକ୍ତି, ଆମେରିକା ଏବଂ ରୁଷିଆ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ରୁଷିଆ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଘେରାବନ୍ଦ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇିଡେନଙ୍କ ସୈନ୍ୟବାହିନୀ ମଧ୍ୟ ପୂର୍ବ ଫ୍ରଣ୍ଟ ଉପରେ କାର୍ଯ୍ୟକଳାପକୁ ଜୋରଦାର କରିଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ଚେତାବନୀ ପରେ ନୈସେନାର ଆଣବିକ ବୁଡ଼ାଜାହାଜ ରୁଷିଆର ସାମୁଦ୍ରିକ ସୀମା ଭିତରକୁ ପ୍ରବେଶ କରିଛି।

ଦୁଇ ଦେଶ ମଧ୍ୟରେ ସମ୍ପର୍କ ଶୀତଳ ଯୁଦ୍ଧର ଯୁଗରେ ପହଞ୍ଚିଥିବାର ଦେଖାଯାଉଛି। ଏହି କାରଣରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢ଼ିିବାରେ ଲାଗିଛି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆମେରିକାର ଓ୍ବର୍ଜିନିଆ ଶ୍ରେଣୀର ଆଣବିକ ବୁଡ଼ାଜାହାଜ ଏହାର ସାମୁଦ୍ରିକ ସୀମାରେ ପ୍ରବେଶ କରାଇଛି। ଯେତେବେଳେ ରୁଷିଆର ଯୁଦ୍ଧ ଜାହାଜ ଆମେରିକାର ବୁଡ଼ାଜାହାଜକୁ ଭୂପୃଷ୍ଠକୁ ଆସିବାକୁ କହିଲା, ସେତେବେଳେ ଏହାକୁ ଅଣଦେଖା କରାଯାଇଥିଲା। ଏହା ପରେ ରୁଷିଆର ନୌସେନା ଆମେରିକାର ବୁଡ଼ାଜାହାଜ ବିରୁଦ୍ଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା।

ପରେ ଆମେରିକାର ବୁଡ଼ାଜାହାଜ ତୁରନ୍ତ ରୁଷିଆର ସମୁଦ୍ରିକ ଅଞ୍ଚଳରୁ ପଳାଇଥିଲା। ଏହି ଘଟଣାରେ ରାଗିଯାଇ ରୁଷିଆ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରିଙ୍କୁ ଡକାଇ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ ଦେଇଛି। ତେବେ ରୁଷିଆର ଏଭଳି ଅଭିଯୋଗକୁ ଆମେରିକା ଅସ୍ବୀକାର କରିଛି।

ଯଦି ୟୁକ୍ରେନ ନାଟୋରେ ଯୋଗ ଦିଏ, ତେବେ ପରମାଣୁ ଯୁଦ୍ଧ ହେବ ବୋଲି ରୁଷିଆ ରାଷ୍ଟ୍ରପତି ବ୍ଳାଡିମୀର ପୁଟିନ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ପୁଟିନ ଚେତାବନୀ ଦେଇ କହିଛନ୍ତି ଯେ ନିଶ୍ଚିତ ଭାବରେ ନାଟୋ ଏବଂ ରୁଷିଆ ମଧ୍ୟରେ ସାମରିକ ଶକ୍ତି ତୁଳନାତ୍ମକ ନୁହେଁ। ଆମେ ଏହାକୁ ବୁଝୁୁଛୁ। କିନ୍ତୁ ଆମେ ଏହା ମଧ୍ୟ କହୁଛୁ ଯେ ରୁଷିଆ ଏକ ପ୍ରମୁଖ ଆଣବିକ ଶକ୍ତି ଏବଂ ଆମର କିଛି ଆଧୁନିକ ଅସ୍ତ୍ର ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ହୋଇପାରେ। ଏହି ଯୁଦ୍ଧରେ କେହି ବିଜେତା ରହିବେ ନାହିଁ। ନିଜର ଇଚ୍ଛା ବିନା ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏହି ବିବାଦରେ ଜଡିତ ହୋଇଯିବେ ବୋଲି ପୁଟିନ୍‌ କହିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri