ବିଶ୍ୱ ବାଣିଜ୍ୟ ମାଲିକାଣୀ

ଗତ କିଛି ବର୍ଷ ହେବ ଦେଖାଯାଉଛି, ନାଇଜେରିଆ କଥା ଉଠିଲେ ଲୋକେ ବୋକୋ ହାରାମ୍‌ ଚିତ୍ର ଆଖିଆଗକୁ ଆଣୁଛନ୍ତି। ଏହି ଉଗ୍ରପନ୍ଥୀ ଗୋଷ୍ଠୀ ଅପହରଣ ଓ ହତ୍ୟା ଘଟାଇ ନାଇଜେରିଆ ଭାବମୂର୍ତ୍ତିକୁ ବିଶ୍ୱସ୍ତରରେ କ୍ଷୁଣ୍ଣ କରିଆସିଛି। ହେଲେ ଏବେ ନାଇଜେରିଆ ତା’ର ଜଣେ ପ୍ରତିଭାମୟୀଙ୍କ ପାଇଁ ସକାରାତ୍ମକ ଭାବେ ବିଶ୍ୱ ନଜରକୁ ଆସିଛି। ନୋଗ୍‌ଜି ଓକୋଞ୍ଜୋ ଇଓ୍ବେଲା ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ମହାନିର୍ଦ୍ଦେଶକ ବା ମୁଖ୍ୟ ଭାବେ ୧ ମାର୍ଚ୍ଚ ୨୦୨୧ରେ ନିଯୁକ୍ତ ହେବା ପରେ ସେ ନିଜ ଦେଶକୁ ଗର୍ବିତ କରାଇଛନ୍ତି। ଏଥିସହିତ ସେ ପ୍ରଥମ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ଭାବେ ଏହି ବିଶ୍ୱ ସଙ୍ଗଠନର ଦାୟିତ୍ୱ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଯୁବପିଢ଼ିଙ୍କୁ ଆକର୍ଷିତ କରିଛି।
ଦେଶଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ବାଣିଜି୍ୟକ ନିୟନ୍ତ୍ରଣ କରୁଥିବା ସଂସ୍ଥା ହେଉଛି ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)। ୧୬୪ ଦେଶ ପ୍ରତିନିଧିତ୍ୱ କରୁଥିବା ଏହି ଅନ୍ତର୍ଜାତୀୟ ସଙ୍ଗଠନ ବାଣିଜି୍ୟକ ପ୍ରସଙ୍ଗ ନେଇ ବିଶ୍ୱ ସ୍ତରରେ ଉଠୁଥିବା ଝଡ଼କୁ ପ୍ରଶମିତ କରିବା ସହ ଏ ସଂକ୍ରାନ୍ତ କାରବାର ସୁଗମ କରିବା ଦିଗରେ ପ୍ରୟାସରତ। ଏଭଳି ଏକ ସଙ୍ଗଠନର ଦାୟିତ୍ୱ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ କରାଯିବା ସୂଚାଇ ଦେଉଛି, ସେ ସେହି ପଦବୀ ପାଇଁ ନିଜକୁ ସେତିକି ମାତ୍ରାରେ ଯୋଗ୍ୟ କରିପାରିଛନ୍ତି। ୧୩ ଜୁନ୍‌ ୧୯୫୪ରେ ନୋଗ୍‌ଜି ନାଇଜେରିଆର ଡେଲ୍‌ଟା ରାଜ୍ୟର ଓଗ୍‌ଓ୍ବାଶି-ଉକ୍ୟୁଠାରେ ଜନ୍ମଗ୍ରହଣ କରିଥିଲେ। ପିତା ପ୍ରଫେସର ଚୁକ୍ୟୁକା ଓକୋଞ୍ଜୋ ଓବାହାଇ ରୟାଲ ଫାମିଲିର ଓବି (ରାଜା) ଥିଲେ। ନୋଗ୍‌ଜି ଏନୁଗୁସ୍ଥିତ କ୍ୟୁନ୍‌ ସ୍କୁଲ ଓ ପରେ ଇବାଦାନ୍‌ର ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିଲେ। ଯୁବାବସ୍ଥାରେ ସେ ଉଚ୍ଚଶିକ୍ଷା ପାଇଁ ୧୯୭୩ରେ ଆମେରିକା ଚାଲିଯାଇଥିଲେ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ୧୯୭୬ରେ ସେଠାରୁ ଅର୍ଥନୀତିରେ ଡିଗ୍ରୀ ଅର୍ଜନ କରିଥିଲେ। ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ରିଜିଓନାଲ ଇକୋନମିକ୍ସ ଆଣ୍ଡ୍‌ ଡେଭଲପ୍‌ମେଣ୍ଟରେ ପିଏଚ୍‌ଡି କରିଥିଲେ। ଅର୍ଥନୀତି ଉପରେ ଗବେଷଣା ଓ ତା’ର ପ୍ରୟୋଗାତ୍ମକ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାନ୍‌ ଆସୋସିଏଶନ୍‌ ଅଫ୍‌ ୟୁନିଭର୍ସିଟି ଓ୍ବିମେନ୍‌ (ଏଏୟୁଡବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଫେଲୋଶିପ୍‌ ମିଳିଥିଲା। ଏହା ପରେ ସେ ବିଶ୍ୱ ବ୍ୟାଙ୍କରେ ଯୋଗଦେଇଥିଲେ। ସେଠାରେ ଜଣେ ଡେଭଲପ୍‌ମେଣ୍ଟ ଇକୋନୋମିଷ୍ଟ ଭାବେ ୨୫ ବର୍ଷର ଅଭିଜ୍ଞତା ତାଙ୍କୁ ସେହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପଦବୀକୁ ଉନ୍ନୀତ କରିଥିଲା। ସେହି ସମୟରେ ସେ ବିଶ୍ୱର ଦରିଦ୍ର ରାଷ୍ଟ୍ର୍‌ଗୁଡ଼ିକର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଥିଲେ।
ନୋଗ୍‌ଜିଙ୍କ ଅର୍ଥନୀତିରେ ଅଗାଧ୍ୟ ଜ୍ଞାନ ତାଙ୍କୁ ବିଶ୍ୱ ସମ୍ଭ୍ରାନ୍ତ ବର୍ଗଙ୍କ ମଧ୍ୟରେ କେବଳ ଯେ ପରିଚିତ କରିଥିଲା ତାହା ନୁହେଁ, ସେ ମଧ୍ୟ ନିଜ ଦେଶ ନାଇଜେରିଆ ସରକାରରେ ନିଜକୁ ସାମିଲ କରି ଲୋକକଲ୍ୟାଣ ଦିଗରେ ନିୟୋଜିତ କରିଥିଲେ। ସେ ସେଠାରେ ଦୁଇ ଥର ଅର୍ଥମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଏପରି କି ଅର୍ଥମନ୍ତ୍ରୀ ସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ତାଙ୍କୁ ମିଳିପାରିଥିଲା। ପ୍ରଥମ ମହିଳା ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରି ସେ ନାଇଜେରିଆରେ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତେବେ ଜୁନ୍‌ ୨୦୨୦ରେ ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମାଦୁ ବୁହାରି ଡବ୍ଲ୍ୟୁଟିଓ ମହାନିର୍ଦ୍ଦେଶକ ପାଇଁ ନିଜ ଦେଶରୁ ନୋଗ୍‌ଜିଙ୍କୁ ମନୋନୀତ କରିଥିଲେ। ତାଙ୍କ ବିରୋଧରେ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ ୟୁ ମ୍ୟୁଙ୍ଗ-ହେଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ୟୁରୋପୀୟ ସଂଘ ନୋଗ୍‌ଜିଙ୍କୁ ସମର୍ଥନ କରିଥିଲା। ପ୍ରଥମେ ଆମେରିକାରୁ ତାଙ୍କୁ ବିରୋଧ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବାଇଡେନ୍‌-ହାରିସ୍‌ ପ୍ରଶାସନ ତାଙ୍କ ପ୍ରତିଭାକୁ ସମ୍ମାନ ଦେଇଥିଲେ।
ନୋଗ୍‌ଜିଙ୍କ ବ୍ୟକ୍ତିଗତ ଜୀବନ କହିଲେ ନାଇଜେରୀୟ ଡାକ୍ତର ସ୍ବାମୀ ଇକେମ୍ବା ଇଓ୍ବେଲା ଓ ୪ ସନ୍ତାନକୁ ନେଇ ତାଙ୍କ ସଂସାର। ପିଲାଙ୍କ ମଧ୍ୟରେ ଅଛନ୍ତି ନାଇଜେରୀୟ-ଆମେରିକୀୟ ଡାକ୍ତର ତଥା ଖ୍ୟାତନାମା ଲେଖକ ପୁତ୍ର ଉଜୋଡିନ୍‌ମା ଇଓ୍ବେଲା।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri