ବିଶ୍ୱ ବାଣିଜ୍ୟ ମାଲିକାଣୀ

ଗତ କିଛି ବର୍ଷ ହେବ ଦେଖାଯାଉଛି, ନାଇଜେରିଆ କଥା ଉଠିଲେ ଲୋକେ ବୋକୋ ହାରାମ୍‌ ଚିତ୍ର ଆଖିଆଗକୁ ଆଣୁଛନ୍ତି। ଏହି ଉଗ୍ରପନ୍ଥୀ ଗୋଷ୍ଠୀ ଅପହରଣ ଓ ହତ୍ୟା ଘଟାଇ ନାଇଜେରିଆ ଭାବମୂର୍ତ୍ତିକୁ ବିଶ୍ୱସ୍ତରରେ କ୍ଷୁଣ୍ଣ କରିଆସିଛି। ହେଲେ ଏବେ ନାଇଜେରିଆ ତା’ର ଜଣେ ପ୍ରତିଭାମୟୀଙ୍କ ପାଇଁ ସକାରାତ୍ମକ ଭାବେ ବିଶ୍ୱ ନଜରକୁ ଆସିଛି। ନୋଗ୍‌ଜି ଓକୋଞ୍ଜୋ ଇଓ୍ବେଲା ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ମହାନିର୍ଦ୍ଦେଶକ ବା ମୁଖ୍ୟ ଭାବେ ୧ ମାର୍ଚ୍ଚ ୨୦୨୧ରେ ନିଯୁକ୍ତ ହେବା ପରେ ସେ ନିଜ ଦେଶକୁ ଗର୍ବିତ କରାଇଛନ୍ତି। ଏଥିସହିତ ସେ ପ୍ରଥମ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ଭାବେ ଏହି ବିଶ୍ୱ ସଙ୍ଗଠନର ଦାୟିତ୍ୱ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଯୁବପିଢ଼ିଙ୍କୁ ଆକର୍ଷିତ କରିଛି।
ଦେଶଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ବାଣିଜି୍ୟକ ନିୟନ୍ତ୍ରଣ କରୁଥିବା ସଂସ୍ଥା ହେଉଛି ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)। ୧୬୪ ଦେଶ ପ୍ରତିନିଧିତ୍ୱ କରୁଥିବା ଏହି ଅନ୍ତର୍ଜାତୀୟ ସଙ୍ଗଠନ ବାଣିଜି୍ୟକ ପ୍ରସଙ୍ଗ ନେଇ ବିଶ୍ୱ ସ୍ତରରେ ଉଠୁଥିବା ଝଡ଼କୁ ପ୍ରଶମିତ କରିବା ସହ ଏ ସଂକ୍ରାନ୍ତ କାରବାର ସୁଗମ କରିବା ଦିଗରେ ପ୍ରୟାସରତ। ଏଭଳି ଏକ ସଙ୍ଗଠନର ଦାୟିତ୍ୱ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ କରାଯିବା ସୂଚାଇ ଦେଉଛି, ସେ ସେହି ପଦବୀ ପାଇଁ ନିଜକୁ ସେତିକି ମାତ୍ରାରେ ଯୋଗ୍ୟ କରିପାରିଛନ୍ତି। ୧୩ ଜୁନ୍‌ ୧୯୫୪ରେ ନୋଗ୍‌ଜି ନାଇଜେରିଆର ଡେଲ୍‌ଟା ରାଜ୍ୟର ଓଗ୍‌ଓ୍ବାଶି-ଉକ୍ୟୁଠାରେ ଜନ୍ମଗ୍ରହଣ କରିଥିଲେ। ପିତା ପ୍ରଫେସର ଚୁକ୍ୟୁକା ଓକୋଞ୍ଜୋ ଓବାହାଇ ରୟାଲ ଫାମିଲିର ଓବି (ରାଜା) ଥିଲେ। ନୋଗ୍‌ଜି ଏନୁଗୁସ୍ଥିତ କ୍ୟୁନ୍‌ ସ୍କୁଲ ଓ ପରେ ଇବାଦାନ୍‌ର ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିଲେ। ଯୁବାବସ୍ଥାରେ ସେ ଉଚ୍ଚଶିକ୍ଷା ପାଇଁ ୧୯୭୩ରେ ଆମେରିକା ଚାଲିଯାଇଥିଲେ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ୧୯୭୬ରେ ସେଠାରୁ ଅର୍ଥନୀତିରେ ଡିଗ୍ରୀ ଅର୍ଜନ କରିଥିଲେ। ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ରିଜିଓନାଲ ଇକୋନମିକ୍ସ ଆଣ୍ଡ୍‌ ଡେଭଲପ୍‌ମେଣ୍ଟରେ ପିଏଚ୍‌ଡି କରିଥିଲେ। ଅର୍ଥନୀତି ଉପରେ ଗବେଷଣା ଓ ତା’ର ପ୍ରୟୋଗାତ୍ମକ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାନ୍‌ ଆସୋସିଏଶନ୍‌ ଅଫ୍‌ ୟୁନିଭର୍ସିଟି ଓ୍ବିମେନ୍‌ (ଏଏୟୁଡବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଫେଲୋଶିପ୍‌ ମିଳିଥିଲା। ଏହା ପରେ ସେ ବିଶ୍ୱ ବ୍ୟାଙ୍କରେ ଯୋଗଦେଇଥିଲେ। ସେଠାରେ ଜଣେ ଡେଭଲପ୍‌ମେଣ୍ଟ ଇକୋନୋମିଷ୍ଟ ଭାବେ ୨୫ ବର୍ଷର ଅଭିଜ୍ଞତା ତାଙ୍କୁ ସେହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପଦବୀକୁ ଉନ୍ନୀତ କରିଥିଲା। ସେହି ସମୟରେ ସେ ବିଶ୍ୱର ଦରିଦ୍ର ରାଷ୍ଟ୍ର୍‌ଗୁଡ଼ିକର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଥିଲେ।
ନୋଗ୍‌ଜିଙ୍କ ଅର୍ଥନୀତିରେ ଅଗାଧ୍ୟ ଜ୍ଞାନ ତାଙ୍କୁ ବିଶ୍ୱ ସମ୍ଭ୍ରାନ୍ତ ବର୍ଗଙ୍କ ମଧ୍ୟରେ କେବଳ ଯେ ପରିଚିତ କରିଥିଲା ତାହା ନୁହେଁ, ସେ ମଧ୍ୟ ନିଜ ଦେଶ ନାଇଜେରିଆ ସରକାରରେ ନିଜକୁ ସାମିଲ କରି ଲୋକକଲ୍ୟାଣ ଦିଗରେ ନିୟୋଜିତ କରିଥିଲେ। ସେ ସେଠାରେ ଦୁଇ ଥର ଅର୍ଥମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଏପରି କି ଅର୍ଥମନ୍ତ୍ରୀ ସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ତାଙ୍କୁ ମିଳିପାରିଥିଲା। ପ୍ରଥମ ମହିଳା ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରି ସେ ନାଇଜେରିଆରେ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତେବେ ଜୁନ୍‌ ୨୦୨୦ରେ ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମାଦୁ ବୁହାରି ଡବ୍ଲ୍ୟୁଟିଓ ମହାନିର୍ଦ୍ଦେଶକ ପାଇଁ ନିଜ ଦେଶରୁ ନୋଗ୍‌ଜିଙ୍କୁ ମନୋନୀତ କରିଥିଲେ। ତାଙ୍କ ବିରୋଧରେ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ ୟୁ ମ୍ୟୁଙ୍ଗ-ହେଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ୟୁରୋପୀୟ ସଂଘ ନୋଗ୍‌ଜିଙ୍କୁ ସମର୍ଥନ କରିଥିଲା। ପ୍ରଥମେ ଆମେରିକାରୁ ତାଙ୍କୁ ବିରୋଧ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବାଇଡେନ୍‌-ହାରିସ୍‌ ପ୍ରଶାସନ ତାଙ୍କ ପ୍ରତିଭାକୁ ସମ୍ମାନ ଦେଇଥିଲେ।
ନୋଗ୍‌ଜିଙ୍କ ବ୍ୟକ୍ତିଗତ ଜୀବନ କହିଲେ ନାଇଜେରୀୟ ଡାକ୍ତର ସ୍ବାମୀ ଇକେମ୍ବା ଇଓ୍ବେଲା ଓ ୪ ସନ୍ତାନକୁ ନେଇ ତାଙ୍କ ସଂସାର। ପିଲାଙ୍କ ମଧ୍ୟରେ ଅଛନ୍ତି ନାଇଜେରୀୟ-ଆମେରିକୀୟ ଡାକ୍ତର ତଥା ଖ୍ୟାତନାମା ଲେଖକ ପୁତ୍ର ଉଜୋଡିନ୍‌ମା ଇଓ୍ବେଲା।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri