Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତୀୟ ଦଳ ସ୍ବତନ୍ତ୍ର ଆଇସୋଲେଶନରେ ରହିବ

ଦୁବାଇ,୩୦।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ସାଉଥାମ୍ପଟନରେ ସ୍ବତନ୍ତ୍ର ମ୍ୟାନେଜ୍‌ଡ ଅର୍ଥାତ ପ୍ରବନ୍ଧିତ ଆଇସୋଲେଶନରେ ରହିବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସ୍ପଷ୍ଟ କରିଛି। ୟୁକେରେ ପହଞ୍ଚିବା ପରେ ଭାରତୀୟ ଦଳର ସଦସ୍ୟମାନେ ହାର୍ଡ କ୍ୱାରାଣ୍ଟାଇନ୍‌ରେ ରହିବେ। ତେବେ ଏହାର ପ୍ରକୃତ ସମୟ ଅବଧୀ କେତେ ରହିବ ସେ ନେଇ ଆଇସିସି କିଛି କହିନାହିଁ।
ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟେ ର ସାଉଥାମ୍ପଟନର ହାମ୍ପସାୟାର ବାଉଲ୍‌ରେ ବିଶ୍ୱର ଶ୍ରେଷ୍ଠ ଦୁଇଟି ଟେଷ୍ଟ ଦଳ ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ଦଳ ଏବେ ଇଂଲଣ୍ଡ ରହୁଛି ଓ ଘରୋଇ ଦଳ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅପରପକ୍ଷରେ ବିରାଟ କୋହଲିଙ୍କ ଭାରତୀୟ ଦଳ ଜୁନ୍‌ ୩ ତାରିଖରେ ୟୁକେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଭାରତରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ରେ ରହିବେ।
ୟୁକେରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ହାମ୍ପଶୟାର ବାଉଲର ଟିମ୍‌ ହୋଟେଲକୁ ଯିବେ। ଏଠରେ ଖେଳାଳିମାନଙ୍କର ଆଉଥରେ ପରୀକ୍ଷା କରାଯିବ। ଏହାପରେ ଯାଇ ଭାରତୀୟ ଖେଳାଳିମାନେ ସ୍ବତନ୍ତ୍ର ଆଇସୋଲେଶନରେ ରହିବେ ବୋଲି ଆଇସିସି ତରଫରୁ କୁହାଯାଇଛି। କ୍ୱାରାଣ୍ଟାଇନର ସମୟ ଅବଧୀ ସମ୍ପର୍କରେ କିଛି କୁହାଯାଇନାହିଁ। ତେବେ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିମାନେ ୩ ଦିନିଆ ବାଧ୍ୟତାମୂଳକ ରୁମ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଟ୍ରେନିଂ କରିବାର ସୁଯୋଗ ପାଇଥିଲେ। ଆଇଲୋଶେନରେ ନିୟମତ ଭାବେ ଖେଳାଳିମାନଙ୍କ ପରୀକ୍ଷା କରାଯିବ। ମୁମ୍ବାଇରେ ବାୟୋବବଲରେ ୧୪ ଦିନିଆ କ୍ୱରାଣ୍ଟାଇନରେ ରହିବା ଅବସରରେ ୬ଟି ଆରଟି- ପିସିଆର ନେଗେଟିଭ ଟେଷ୍ଟ ପରେ ୟୁକେରେ ପ୍ରବେଶ କରିବେ।
ରବିଚନ୍ଦ୍ରନ ଅଶ୍ୱିନ, ମୟଙ୍କ ଅଗ୍ରଓ୍ବାଲ, ଓ୍ବାଶିଂଟନ ସୁନ୍ଦର ମେ ୨୫ରୁ ଏକ ସପ୍ତାହ ଧରି କ୍ୱାରାଣ୍ଟାଇନ ପରେ ଓ ୩ଟି ନେଗେଟିଭ େଷ୍ଟେ ପରେ ହୋଟେଲ ଜିମ୍ନାସିୟମ ବ୍ୟବହାର କରିବାକୁ ଅନୁମତି ପାଇଛନ୍ତି। ତେବେ କୋହଲି ଓ ରୋହିତ ଶର୍ମା ବିଳମ୍ବରେ ଯୋଗ ଦେଇଥିବାରୁ ରୁମ୍‌ କ୍ୱାରାଣ୍ଟାଇନ ଶେଷ କରିବେ ଓ ତାପରେ ଯାଇ ୟୁକେ ଯିବେ। ରୁମ୍‌ରେ ଏହି ଦୁଇ ଖେଳାଳିଙ୍କୁ ଜିମ୍‌ ସରଞ୍ଜାମ ପ୍ରଦାନ କରାଯାଇଛି।
ୟୁକେରେ ପ୍ରତ୍ୟେକ ନେଗେଟିଭ ଟେଷ୍ଟ ପରେ ଖେଳାଳମାନେ ସମୟକ୍ରମେ ଅଧିକରୁ ଅଧିକ କାର୍ଯ୍ୟକଳାପର ସୁବିଧା ପାଇବେ। ପ୍ରଥମେ ଛୋଟିଆ ଗ୍ରୁପ୍‌ରେ ଏକ୍ସରସାଇଜ କରିବା ପରେ ବଡ଼ ଦଳରେ ନିଜର କ୍ରିୟାକଳାପ କରିବାର ସୁଯୋଗ ପାଇବେ। ତେବେ ସମ୍ପୂର୍ଣ୍ଣ ଜୈବ ସୁରକ୍ଷିତ ଭେନ୍ୟୁରେ ଖେଳାଳିଙ୍କୁ ରହିବାକ ପଡିବ। ଅନ୍ୟପଟେ ଜୁନ୍‌ ୧୫ରେ ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୈବ ସୁରକ୍ଷିତ ପରିବେଶରୁ ଡବ୍ଲ୍ୟୁଟିସି ଫାଇନାଲ ବବଲକୁ ସ୍ଥାନନ୍ତର ହେବ। ସାଉଥାମ୍ପଟନରେ ପହଞ୍ଚିବା ପୂର୍ବରୁ ଓ ପରେ ଦଳ ନିୟମିତ ଭାବେ ପରୀକ୍ଷାର ସମ୍ମୁଖୀନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri