ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୨୩ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧: ଭାରତର ପ୍ରାଦେଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେ କର୍ଡ କରଛନ୍ତି। ଶିଶୁପୁତ୍ର ହେଉଛନ୍ତି ବଲାଙ୍ଗୀର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକାଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ପୁଅ ଧର୍ମପଦ ସାହୁ ତାଙ୍କୁ ଏକ୍ସକ୍ଲୁସିଭ୍‌ ୱାର୍ଡ ରେକର୍ଡସ୍‌ ପକ୍ଷରୁ ଏନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅନ୍‌ଲାଇନ୍‌ ମୋଡରେ ଅନୁଷ୍ଠିତ ପ୍ରତିଯୋଗିତାରେ ଧର୍ମପଦ ଏହି ସଫଳତା ପାଇଥିବା ତାଙ୍କ ବାପା କହିଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ସେ ଏହି ରେକର୍ଡ ପ୍ରତିଷ୍ଠା କରି ପ୍ରମାଣପତ୍ର ପାଇଛନ୍ତି। ଦେଶର ସର୍ବକନିଷ୍ଠ ଶିଶୁ ଭାବେ ଧର୍ମପଦ ସମସ୍ତ ପ୍ରାଦେଶିକ ରାଜଧାନୀର ନାମ ଆବୃତି କରି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ।