Posted inଖେଳ

ଋତୁରାଜ ଗାଏକ୍ୱାଡ୍‌ଙ୍କ ବିଶ୍ୱ ରେକର୍ଡ

ଅହମ୍ମଦାବାଦ,୨୯ା୧୧(ପି.ଟି.):ବିଜୟ ହଜାରେ ଟ୍ରଫିରେ ଗୋଟିଏ ଓଭରରେ ୪୩ ରନ୍‌ ସଂଗ୍ରହ କରିବା ସହିତ ବିଶ୍ୱ ରେକର୍ଡ କରିଛନ୍ତି ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌। ସୋମବାର ଗୋଟିଏ ଓଭରରେ ୭ ଛକା ମାରିବା ସହିତ ଲିଷ୍ଟ ଏ ରେକର୍ଡ ନିଜ ନାମରେ କରିଛନ୍ତି। ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌ର ୪୯ତମ ଓଭରରେ ସ୍ପିନର ଶିବା ସିଂଙ୍କୁ ସେ ୭ ଛକା ମାରିଥିଲେ। ଗୋଟିଏ ଓଭରରେ ୪୩ ରନ୍‌ ସଂଗ୍ରହ କରିବା ସହିତ ସେ ବ୍ରେଟ୍‌ ହାମ୍ପଟନ୍‌ ଓ ଜୋ କାର୍ଟରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ୨୦୧୮ ଫୋର୍ଡ ଟ୍ରଫିରେ ଉଭୟ ଓ୍ବିଲେମ ଲୁଡିକଙ୍କ ଓଭରରେ ଏହି ରନ୍‌ କରିଥିଲେ। ବାମହାତୀ ସ୍ପିନର ଶିବା ନିଜ ଓଭରର ୫ମ ବଲରେ ଏକ ନୋ ବଲ୍‌ ମଧ୍ୟ ପକାଇଥିଲେ। ଓପ୍‌ନର ଭାବେ ବ୍ୟାଟିଂ ପାଇଁ ଆସିଥିବା ଗାଏକ୍ୱାଡ୍‌ ଇନିଂସ ଶେଷପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ବେଳେ ୧୫୯ ବଲ ଖେଳି ୨୨୦ ରନ୍‌ କରିଥିଲେ। ଏହି ଇନିଂସରେ ୧୦ ଚୌକା ଓ ୧୬ ଛକା ସାମିଲ ଥିଲା। ଶିବାଙ୍କ ପ୍ରଥମ ବଲ୍‌ ଲୋ ଫୁଲଟସ୍‌ ରହିଥିବା ବେଳେ ଏହାକୁ ମିଡ୍‌ ଉଇକେଟ୍‌ ଉପରେ ଛକା ମାରିଥିଲେ ଗାଏକ୍ୱାଡ୍‌। ଦ୍ୱିତୀୟ ବଲକୁ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ଛକା, ତୃତୀୟ ବଲ୍‌ଟି ଡିପ୍‌ ସ୍କୋୟାର ଲେଗ୍‌ ଉପରେ ଓ ୪ର୍ଥ ବଲ୍‌କୁ ଲଙ୍ଗ ଅଫ୍‌ରେ ଛକା ମାରିଥିଲେ ଗାଏକ୍ୱାଡ୍‌। ପଞ୍ଚମ ବଲଟି ନୋ ରହିଥିବା ବେଳେ ଏହା ମଧ୍ୟ ଲଙ୍ଗଅଫ୍‌ରେ ଛକା ମାରିଥିଲେ ଋତୁରାଜ। ଫ୍ରି ହିଟ୍‌କୁ ଲଙ୍ଗ ଅନ୍‌ରେ ଛକା ମାରିବା ସହିତ ଅନ୍ତିମ ବଲକୁ ମିଡ୍‌ ଉଇକେଟ୍‌ ଉପରେ ଛକାମାରି ରେକର୍ଡ କରିଥିଲେ ଋତୁରାଜ। ଏହାସହିତ ୬ ବଲରେ ୬ ଛକା ମାରି ଏକ୍ସକ୍ଲ୍ୟୁସିଭ୍‌ କ୍ଲବରେ ମଧ୍ୟ ସାମିଲ ହୋଇଛନ୍ତି। ସାର ଗ୍ୟାରିଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ, ହରଶ୍ଚେଲ ଗିବ୍ସ, ଯୁବରାଜ ସିଂ, ରସ୍‌ ହ୍ବିଟଲି, ହଜରତଉଲ୍ଲା ଜଜାଇ, ଲିଓ କାର୍ଟର, କିରନ ପୋଲାର୍ଡ ଏବଂ ଥିସାରା ପରେରା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri