Posted inଫୁରସତ

୯ ବର୍ଷରେ ବିଶ୍ୱ ରେକର୍ଡ

ହାଇଦ୍ରାବାଦ: ହାଇଦ୍ରାବାଦର ବାଳକ ଏସ୍‌.ପି. ଶଙ୍କର। ମାତ୍ର ୯ ବର୍ଷ ବୟସରେ ସେ ବିଭିନ୍ନ ଶୈଳୀରେ ରୁବିକ୍ସ କ୍ୟୁବ୍‌ ସମାଧାନ କରି ଆନ୍ତର୍ଜାତୀୟ ସ୍ତରର ପୁରସ୍କାର ହାସଲ କରିପାରିଛନ୍ତି।
ହାଇଦ୍ରାବାଦର ମାତ୍ର ୯ ବର୍ଷ ବୟସର ବାଳକ ହେଉଛନ୍ତି ଏସ୍‌.ପି. ଶଙ୍କର। ରୁବିକ୍ସ କ୍ୟୁବ୍‌କୁ ଭିନ୍ନ ଶୈଳୀରେ ସମାଧାନ କରି ଏବେ ସେ ଜାତୀୟ ସ୍ତରର ପୁରସ୍କାର ସହିତ ଅନ୍ତର୍ଜାତୀୟ ପୁରସ୍କାର ବି ହାସଲ କରିପାରିଛନ୍ତି। ଶଙ୍କରଙ୍କ ମା’ ଦିବ୍ୟାମଙ୍ଗଳ ଶଙ୍କରଙ୍କ କହିବା ଅନୁସାରେ ଛୋଟବେଳରୁ ହିଁ ତାଙ୍କ ପୁଅର ରୁବିକ୍ସ କ୍ୟୁବ୍‌ ପ୍ରତି ଏଭଳି ଏକ ଆକର୍ଷଣ ରହିଛି। ମାତ୍ର ୬ ବର୍ଷ ବୟସରୁ ସେ ରୁବିକ୍ସ କ୍ୟୁବ୍‌ ଖେଳ ଆରମ୍ଭ କରି ସଫଳତା ହାସଲ କରିଛନ୍ତି। ଶଙ୍କର ସବୁବେଳେ ରୁବିକ୍ସ କ୍ୟୁବ୍‌ ହାତରେ ଧରି ଖେଳୁଥାନ୍ତି। ଆଉ ଏହି ଖେଳ ପ୍ରତି ଛୋଟବେଳରୁ ତାଙ୍କର ଆକର୍ଷଣ ହିଁ ତାଙ୍କୁ ଖୁବ୍‌ଶୀଘ୍ର ଏହି ସଫଳତା ଦେଇପାରିଛି। ଏବେ ସେ ମାତ୍ର ୯ ବର୍ଷ ବୟସରେ ମଗାମିକ୍ସ (୧୨ ଫେସ୍‌ ଥିବା ଏକ ପ୍ରକାରର ରୁବିକ୍‌ କ୍ୟୁବ୍‌) ବି ସମାଧାନ କରିପାରୁଛନ୍ତି। ତେବେ ଶଙ୍କରଙ୍କର ରୁବିକ୍ସ କ୍ୟୁବ ସମାଧାନ ଅଭ୍ୟାସ ଏତେ ଅଧିକ ହୋଇଯାଇଛି ଯେ, ଏବେ ସେ ପାଣି ଭିତରେ ଥାଇ ବି ଏହି ସମାଧାନ କରିପାରୁଛନ୍ତି। କେବଳ ସେତିକି ନୁହେଁ ଶଙ୍କର ସ୍କେଟିଂ ବି ଅଭ୍ୟାସ କରୁଛନ୍ତି ଆଉ ଏହି ସ୍କେଟିଂ ସମୟରେ ବି ସେ ରୁବିକ୍ସ କ୍ୟୁବ ସମାଧାନ କରି ରେକର୍ଡ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri