Posted inଖେଳ

ବିଶ୍ୱ ରାପିଡ ଚେସ୍‌: ହମ୍ପି ଚାମ୍ପିୟନ

ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍‌ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ଭାରତର ଏହି ନମ୍ବର ଓ୍ବାନ ମହିଳା ଚେସ୍‌ ତାରକା ହମ୍ପି ଦ୍ୱିତୀୟ ଥରପାଇଁ ଏହି ଟାଇଟଲ ଜିତିଛନ୍ତି। ପୂର୍ବରୁ ସେ ୨୦୧୯ରେ ଜର୍ଜିଆରେ ଚାମ୍ପିୟନ ହୋଇଥିଲେ। ଚାଇନାର ଜୁ ଓ୍ବେନଜୁନଙ୍କ ପରେ ଦ୍ୱିତୀୟ ଖେଳାଳିଭାବେ ସେ ଏକାଧିକଥର ଏହି ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି।

ନିକଟରେ ସିଙ୍ଗାପୁରରେ ଚାଇନାର ଡିଙ୍ଗ ଲିରେନଙ୍କୁ ହରାଇ ଭାରତର ଡି. ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏବେ ହମ୍ପିଙ୍କ ସଫଳତା ଯୋଗୁ ୨୦୨୪ ଭାରତୀୟ ଚେସ୍‌ ପାଇଁ ଆହୁରି ସ୍ମରଣୀୟ ହୋଇଯାଇଛି। ଗତ ସେପ୍ଟେମ୍ବରରେ ବୁଦାପେଷ୍ଟରେ ଅନୁଷ୍ଠିତ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ ପ୍ରଥମଥରପାଇଁ ଉଭୟ ଓପନ ଓ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିଲା। ଏଠାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହମ୍ପି ୧୧ଶ ତଥା ଅନ୍ତିମ ରାଉଣ୍ଡରେ ଏକମାତ୍ର ଖେଳାଳିଭାବେ ବିଜୟୀ ହୋଇ ୮.୫ ପଏଣ୍ଟ ସହିତ ମହିଳା ବିଭାଗରେ ଶୀର୍ଷସ୍ଥାନ ହାସଲ କରିଥିଲେ।

ଚାଇନାର ଓ୍ବେନ୍‌ ଜୁନ୍‌ ଜୁ ଓ ଭାରତର ଡି. ହାରିକାଙ୍କ ସମେତ ୬ ଜଣ ୮ ପଏଣ୍ଟ ଲେଖାଏ ପାଇ ୨ୟରୁ ୭ମ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ୬.୫ ପଏଣ୍ଟ ସହିତ ପ୍ରତିଯୋଗିତା ଶେଷ କରିଥିଲେ। ଫିଡେ ପତାକାରେ ରୁଷିଆ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଭୋଲୋଡର ମୁର୍ଜିନ ୧୦ ପଏଣ୍ଟ ପାଇ ପୁରୁଷ ବିଭାଗରେ ଚାମ୍ପିୟନ ହୋଇଥିଲେ। ଅନ୍ୟ ଦୁଇ ରୁଷୀୟ ପ୍ରତିଯୋଗୀ ଆଲେକଜାଣ୍ଡର ଗ୍ରିଶ୍ଚୁକ ଓ ଇଆନ ପେପୋମନିଆଚି ୯.୫ ପଏଣ୍ଟ ଲେଖାଏ ପାଇ ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri