ଠାକୁରାଣୀ ଯାତ୍ରାରେ ବିଶ୍ୱଶାନ୍ତି ମହାଯଜ୍ଞ: ଦେବୀଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍‌

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୨୦ ଦିନରେ ପହଞ୍ଚିଛି। ଆଜି ମହା ବିଷୁବ ସଂକ୍ରାନ୍ତି ଅବସରରେ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ବିଶ୍ୱ ଶାନ୍ତି ପାଇଁ ଦିନ ତମାମ ହୋମ ଯଜ୍ଞ ଚାଲିଛି। ରାତି ୭ ଟା ୩୦ ମିନିଟରେ ପୂର୍ଣ୍ଣାହୁତି ହେବ। ଦେବୀଙ୍କ ଦର୍ଶନ ପାଇଁ ମଣ୍ଡପରେ ଲମ୍ବା ଧାଡ଼ି ଲାଗିଛି। ଆଜି ସଂକ୍ରାନ୍ତି ଯୋଗୁ ଦେବୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ବନ୍ଦ ଅଛି। ଭଞ୍ଜନଗର ଯାତ୍ରା ଆଉ ୫ ଦିନ ପରେ ଉଦଯାପିତ ହେବ। ଆସନ୍ତା ୧୯ ତାରିଖରେ ସିଂହ ବାହିନୀ ଯାତ୍ରା ହେବ। ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ଯାତ୍ରା କମିଟି ଏବଂ ପୋଲିସ ପ୍ରଶାସନ ଚେଷ୍ଟା ଚଳାଇଛନ୍ତି।

 

Dharitri – Odisha’s No.1 Odia Daily

 

Share