Posted inଫୁରସତ

ଏହି ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ଚାଲିଯାଏ ଜୀବନ ! କୁହାଯାଏ ‘ମୃତ୍ୟୁର ସେଓ’

ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏଭଳି କିଛି ଜିନିଷ ବିଷୟରେ ଜଣାପଡେ, ଯେଉଁ କଥା ଶୁଣି ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଚକିତ ହୋଇପାରନ୍ତି। କାରଣ, ଏହା ଏକ ସାଧାରଣ ଗଛ ନୁହେଁ, ବରଂ ଦୁନିଆର ସବୁଠାରୁ ବିଷାକ୍ତ ଗଛ। ଏହାର ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ମୃତ୍ୟୁ ହେବା ସୁନିଶ୍ଚିତ।
ଏହି ବିଶାକ୍ତ ଗଛର ନାମ ହେଉଛି ମଞ୍ଚିନିଲ୍‌। ଫ୍ଲୋରିଡା ଏବଂ କାରିବିଆନ ସମୁଦ୍ର କୂଳରେ ଏହାକୁ ଦେଖିବାକୁ ମିଳେ। ଗଛର ଉଚ୍ଚତା ୫୦ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ଏହାର ପତ୍ରଗୁଡ଼ିକ ଅତ୍ୟନ୍ତ ଚକଚକିଆ ଏବଂ ଗୋଲାକୃତିର। ଏହି ଗଛ ଏତେ ବିଷାକ୍ତ ଯେ ଯଦି କେହି ଏହାର ସଂସ୍ପର୍ଶରେ ଆସନ୍ତି, ତେବେ ଏହା ଶରୀର ଫୁଲି ଯାଇଥାଏ। ଗଛର ପ୍ରତ୍ୟେକ ଅଂଶଠାରୁ ଫଳ ଅଧିକ ବିଷାକ୍ତ। ଫଳର ଗୋଟିଏ ଖଣ୍ଡ ଖାଇବା ଦ୍ୱାରା ମଣିଷର ମୃତ୍ୟୁ ହୋଇଯାଇପାରେ। ଏହି ଗଛ ଏବଂ ଫଳ ବିଷୟରେ ଅନେକ ଗବେଷଣା ମଧ୍ୟ କରାଯାଇଛି। ଦେଖିବାକୁ ଗଲେ ଏହି ଫଳ ସେଓ ପରି । ଖ୍ରୀଷ୍ଟୋଫର୍‌ କଲମ୍ବସ ଏହି ଫଳକୁ ମୃତ୍ୟୁର ଛୋଟ ସେଓ ବୋଲି କହିଛନ୍ତି।
କେବଳ ଏତିକି ନୁହେଁ, ଯଦି ଗଛର କିଛି ଅଂଶ କୌଣସି ବ୍ୟକ୍ତିଙ୍କ ଆଖି ସଂସ୍ପର୍ଶରେ ଆସେ ତେବେ ସେ ଅନ୍ଧ ହୋଇଯାଇପାରନ୍ତି। ଏହି ଗଛ ଏତେ ବିପଜ୍ଜନକ ଯେ ଲୋକଙ୍କୁ ଏହାର ଆଖପାଖରେ ବୁଲିବାକୁ ଦିଆଯାଇ ନ ଥାଏ। ଗଛ ଚାରିପାଖରେ ସତର୍କତା ବୋର୍ଡ ମଧ୍ୟ ଲଗାଯିବା ସହ ଏଥିରୁ ଦୂରେଇ ରହିବାକୁ ଲୋକଙ୍କୁ ଚେତାବନୀ ଦିଆଯାଇଛି। ନିକୋଲା ଏଚ୍‌ ଷ୍ଟ୍ରିକଲ୍ୟାଣ୍ଡ ନାମକ ଜଣେ ବୈଜ୍ଞାନିକ କହିଛନ୍ତି ଯେ ଥରେ ସେ ଏବଂ ତାଙ୍କର କିଛି ବନ୍ଧୁ ଟୋବାଗୋ କାରିବିଆନ ଦ୍ୱୀପ କୂଳରେ ଥିଲେ। ସେମାନେ ଭୁଲରେ ଉକ୍ତ ଫଳ ଖାଇଥିଲେ। ଫଳ ଖାଇବାର ଅଳ୍ପ ସମୟ ପରେ ସେମାନଙ୍କ ଶରୀର ଜଳାପୋଡା ହେବା ସହ ଫୁଲିବା ଆରମ୍ଭ କରିଥିଲା। ତେବେ ତୁରନ୍ତ ଚିକିତ୍ସା ପାଇବା ଯୋଗୁ ସେମାନେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri