ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ଆଜି ରାତିରେ ଏକ ସମ୍ପୂର୍ଣ୍ଣ ସଭ୍ୟତାର ବିନାଶ ହୋଇପାରେ, ଯାହା ହୁଏତ କେବେ ଫେରିବ ନାହିଁ।
ଟ୍ରମ୍ପ କହିଛନ୍ତି, “ମୁଁ ଚାହୁଁନାହିଁ ଏମିତି କିଛି ଘଟୁ, କିନ୍ତୁ ହୁଏତ ଏହା ହିଁ ହେବାକୁ ଯାଉଛି। ଆଜି ରାତିରେ ଆମେ ଜାଣିବାକୁ ପାଇବା ଯେ ଏହା ବିଶ୍ୱ ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଏକ। ୪୭ ବର୍ଷର ଦୁର୍ନୀତି, ଜବରଦସ୍ତି ଚାନ୍ଦା ଆଦାୟ ଏବଂ ମୃତ୍ୟୁର ଯୁଗ ଆଜି ଶେଷ ହେବ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରାନରେ ଅଧିକ ବୁଦ୍ଧିମାନ ଏବଂ କମ୍‌ ମୌଳିକ ଚିନ୍ତାଧାରା ଥିବା ଲୋକେ ଆଗକୁ ଆସିଲେ, ହୁଏତ କିଛି ବୈପ୍ଳବିକ ଏବଂ ଚମତ୍କାର ଘଟିପାରେ।
ତେବେ ଟ୍ରମ୍ପଙ୍କ ଏହି ଡେଡଲାଇନ ଶେଷ ହେବା ପୂର୍ବରୁ ହିଁ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ ଆଇଲ୍ୟାଣ୍ଡ’ (Kharg Island)କୁ ଟାର୍ଗେଟ କରିଛି। ଇରାନର ପ୍ରାୟ ୯୦% ତୈଳ ରପ୍ତାନି ଏହି ଦ୍ୱୀପ ମାଧ୍ୟମରେ ହୋଇଥାଏ। ଏହାକୁ ଇରାନର ‘ଅଏଲ ଲାଇଫଲାଇନ୍‌’ ବୋଲି କୁହାଯାଏ। ଏଠାରେ ବଡ଼ ବଡ଼ ଅଏଲ ଟର୍ମିନାଲ ଏବଂ ଷ୍ଟୋରେଜ ସୁବିଧା ରହିଛି, ଯେଉଁଥିପାଇଁ ଏହାକୁ ‘ଫରବିଡେନ ଆଇଲ୍ୟାଣ୍ଡ’ (Forbidden Island) ମଧ୍ୟ କୁହାଯାଏ।
ଆମେରିକାର ଏହି ଧମକ ପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ପକ୍ଷରୁ ମଧ୍ୟ କଡ଼ା ଚେତାବନୀ ଦିଆଯାଇଛି। “ଯଦି ଆମେରିକା ଆମର ନାଗରିକ ସୁବିଧା ସୁଯୋଗ ବା ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଆମର ପ୍ରତିକ୍ରିୟା କେବଳ ଏହି ଅଞ୍ଚଳରେ ସୀମିତ ରହିବ ନାହିଁ। କାରଣ ଆମର ଯୁଦ୍ଧ ବିମାନର ସକ୍ଷମ ମଧ୍ୟରେ ଆମେରିକାର ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରହିଛି।”
ତେବେ ସୋମବାର ପ୍ରେସ କନଫରେନ୍ସରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ, ଯଦି ଇରାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଆମେରିକା ସହ ବୁଝାମଣା ନ କରେ, ତେବେ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସାରା ବିଶ୍ୱର ନଜର ଏବେ ଆଜି ରାତି (ଭାରତୀୟ ସମୟ ବୁଧବାର ସକାଳ ୫:୩୦) ଉପରେ ରହିଛି। ଏହା କେବଳ ଏକ ମାନସିକ ଯୁଦ୍ଧ କିମ୍ବା ଏକ ବଡ଼ ଧରଣର ସାମରିକ ସଂଘର୍ଷର ଆରମ୍ଭ, ତାହା ସମୟ କହିବ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri