୪ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ ଅଫିସ,୧୩ା୧: ବିଶ୍ୱବିଖ୍ୟାତ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ ଆସନ୍ତା ଫେବୃୟାରୀ ୪ରେ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ। ମହିମା ଧର୍ମାବଲମ୍ବୀଙ୍କ ମୁଖ୍ୟ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି ଏକ ପ୍ରସ୍ତୁତି ବୈଠକ ଗୁରୁବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ହୋଇଯାଇଛି। ତେବେ ଉପାସନାସ୍ଥଳୀ ଉଚ୍ଛେଦକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇ ନ ଥିବାରୁ କୌପୀନଧାରୀ ମହିମା ସମାଜର ସାଧୁସନ୍ଥମାନେ ବୈଠକ ବର୍ଜନ କରିଥିବା ବେଳେ କେବଳ ବଳ୍‌କଳଧାରୀ ଗୋଷ୍ଠୀର ସାଧୁସନ୍ନ୍ୟାସୀ ଉପସ୍ଥିତ ଥିଲେ। ଉଭୟ ଗୋଷ୍ଠୀ ଆପୋସ ବୁଝାମଣା ମାଧ୍ୟମରେ ମେଳା ଆୟୋଜନ କରିବା ଏବଂ ମହିମା ଧର୍ମର ଗରିମା ବୃଦ୍ଧି କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି।
କୌପୀନଧାରୀ ମହିମା ସମାଜ ପକ୍ଷରୁ ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି, ବାରମ୍ବାର ନିବେଦନ ସତ୍ତ୍ୱେ ଜିଲା ପ୍ରଶାସନ କୌପୀନଧାରୀ ଗୋଷ୍ଠୀକୁ ଅଣଦେଖା କରିଚାଲିଛି। ନ୍ୟାୟାଳୟଙ୍କ ଆଦେଶକୁ ଅଣଦେଖା କରି ନ୍ୟାଯ୍ୟ ଦାବିରୁ ବଞ୍ଚତ୍ତ କରାଯାଉଛି। ମହିମା ସ୍ବାମୀଙ୍କ ସମ୍ପତ୍ତି, ନୀତିକାନ୍ତି ପାଳନରେ ସମାନ ଅଧିକାର ଦେବାରେ ପକ୍ଷପାତିତା କରାଯାଉଛି। ଏଭଳି ସ୍ଥିତିରେ ମାଘମେଳା ବୈଠକରେ ଯୋଗଦାନ ମୂଲ୍ୟହୀନ ବୋଲି କୌପୀନଧାରୀ ମହିମା ସମାଜ ସଭାପତି ଶ୍ରୀମଦ୍‌ ବାବା ରଘୁନାଥ ଦାସ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଆଲୋଚନାରେ ଭାଗ ନେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ମେଳା ଆୟୋଜନରେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ବିଶୃଙ୍ଖଳା ଏଡ଼ାଇବାକୁ ଆବଶ୍ୟକସ୍ଥଳେ କଟକଣା ଜାରି କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା, ଯାନବାହନ ନିୟନ୍ତ୍ରଣ, ପାର୍କିଂ, ମାଦକଦ୍ରବ୍ୟ ବ୍ୟବସାୟ ନିୟନ୍ତ୍ରଣ ଲାଗି ବିହିତ ବ୍ୟବସ୍ଥା କରାଯିବ। ଦୁଇ ଗୋଷ୍ଠୀର ସାଧୁସନ୍ଥମାନେ ସହଯୋଗ ମନୋଭାବ ନେଇ ମେଳା ଆୟୋଜନ କରିବାକୁ ସେ ନିବେଦନ କରିଛନ୍ତି। ଖୁବ୍‌ଶୀଘ୍ର ଉଭୟ ଗୋଷ୍ଠୀକୁ ନେଇ ଏକ ବୈଠକ ହେବ। ମେଳାର ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିବା ପାଇଁ ପରିଚାଳନା କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ପାର୍କିଂ ଫି’ ଧାର୍ଯ୍ୟ, ଆଲୋକୀକରଣ, ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମାଦକଦ୍ରବ୍ୟ ନିଷେଧ, ଜଳଉତ୍ସ ବିଶୋଧନ, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପାନୀୟ ଜଳଯୋଗାଣ, ଜାଳେଣି କାଠ ଯୋଗାଣ, ନିୟନ୍ତ୍ରଣ କକ୍ଷ ସ୍ଥାପନ, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଖାଦ୍ୟପଦାର୍ଥ ଯାଞ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା। ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ଥାନାଧିକାରୀ ସତ୍ୟବ୍ରତ ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri