ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବାଙ୍କ ଚୈତ୍ର ଚଡକ ମେଳା, ଭକ୍ତଙ୍କ ଟିକେଟ ଧାର୍ଯ୍ୟ ୧0ଟଙ୍କା

ଭୋଗରାଇ,୧୨।୩ ( ପ୍ରଦୀପ ଦାସ): ବାଲେଶର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶପ୍ରସିଦ୍ଧ ଚୈତ୍ର ଚଡକ ମେଳା ଆସନ୍ତା ୩୧ରୁ ଶୁଭାରମ୍ଭ ହେଉଛି। ଏଥି ନିମନ୍ତେ ବୁଧୁବାର ମଧ୍ୟାହ୍ନ ୧୧ଟାରେ ଚନ୍ଦନେଶ୍ୱର ଯାତ୍ରୀନିବାସରେ ଜିଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ଼, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ପୌରହିତ୍ୟରେ ହୋଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦିବଂଗତ ଅନନ୍ତ ଦାସଙ୍କ ପରଲୋକରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଚଳିତ ବର୍ଷ ପ୍ରସିଦ୍ଧ ଚଡକପର୍ବର ନୀତି ର୍ନିଘଣ୍ଟ ଓ କାର୍ଯ୍ୟସୂଚୀକୁ ଜିଲାପାଳ ଉଦଘାଟନ କରିଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା ଚଡକ ମେଳାର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ବିବରଣୀ ପାଠ କରିଥିଲେ l ଏହି ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକରେ ଶାନ୍ତିଶୃଙ୍ଖଳା ସମ୍ପର୍କିତ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । କୂଳପାଉନଥିବା ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ଜୀଉଙ୍କ ଠାରେ ଉପବିତଧାରୀ ଭକ୍ତଙ୍କ ସକାଶେ ପୂର୍ବବର୍ଷ ଭଳି ୧୦ ଟଙ୍କା ଟିକେଟ ବାବଦକୁ ରଖାଯଇ ଥିବାର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଘୋଷଣା ହୋଇଥିଲା। ଏହି ପ୍ରସିଦ୍ଧ ମେଳାକୁ ଓଡିଶା ସମେତ ଭିନ୍ନ ରାଜ୍ୟରୁ ୧୦ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ସୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ, ଶୌଚାଗାର, ସୱଚ୍ଛତା, ଯାତ୍ରୀ ପରିବହନ, ଟ୍ରାଫିକ ନିୟନ୍ତ୍ରଣ,ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ରେ ବେରିକେ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚଳିତମାସ ୩୧ ରୁ ଚନ୍ଦନେଶ୍ୱର ଜୀଉଙ୍କ ରୁଦ୍ରାଭିଷେକ, ନୀତିକାନ୍ତିପୂଜା, ମୌରସୀ ଙ୍କ ଆଜ୍ଞାମାଳ, ପଡାବାଉଁଶ ଛେଦନ, ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ, ଦେଉଳିଆ ଙ୍କ ଉପବୀୟ ଧାରଣ, ଅର୍ଘ୍ୟଦାନରୁ ମହାଦେବଙ୍କ ଚଡକ ମେଳା ଶୁଭାରମ୍ଭ ହେବl ଏପ୍ରିଲ ୧ ରୁ ଚନ୍ଦନେଶ୍ୱର ମହାଦେବଙ୍କ ଘଟ ଉତ୍ତୋଳନ ଓ ସମସ୍ତ ସେବାୟତ ଗୃହକୁ ଯାଇ ସୁଆଜ୍ଞା ଆନୟନ ସହ ନୀତିକାନ୍ତି ପୂଜା ଓ ଆରାଧନା କାର୍ଯ୍ୟ ଚାଲୁରହିବ।

୭ ଏପ୍ରିଲ ସୋମବାର ପ୍ରସିଦ୍ଧ କାମିନୀ ମାତା ଙ୍କୁ କନ୍ୟା ସୱୀକୃତି, ୮ ଏପ୍ରିଲ ମଙ୍ଗଳବାର ଶିବ – କାମିନୀ ବିବାହ ର ଆମନ୍ତ୍ରଣ, ୯ ଏପ୍ରିଲ ବୁଧୁବାର ୫ ଅର୍ଘ୍ୟରେ ପ୍ରସିଦ୍ଧ କାମିନୀ ବିବାହ ସମ୍ପନ୍ନ ଓ ସୁସଜ୍ଜିତ ପୁଷ୍ପ ସିଂହାସନ ରେ ବିଶାଳ ଶୋଭାଯାତ୍ରାରେ ଚନ୍ଦନେଶ୍ୱର ମନ୍ଦିର ଗର୍ଭଗୃହକୁ ବର – କନ୍ୟା ବିଜେକରିବେ। ୧ ୨ ଏପ୍ରିଲ ଶନିବାର ୨ ୟ ଅର୍ଘ୍ୟରେ ମହାନୀଳ ପର୍ବ ଓ ୧ ୩ ରବିବାର ଜୀଉଙ୍କ ଶେଷପର୍ବ ପାଟ ଉତ୍ସବ ମହା ସମାହରୋରେ ଅନୁଷ୍ଠିତ ହେବ। ୧୫ ଏପ୍ରିଲ ପର୍ଯ୍ୟନ୍ତ ଜୀଉଙ୍କ ବାର୍ଷରିକ ଉତ୍ସବ ଧର୍ମୀୟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଅନୁରୂପ ଭାବେ କୁମ୍ଭୀରଗ ପାହି ଅଞ୍ଚଳରେ ଅବସ୍ଥିତ ଏସିଆର ସର୍ବବୃହତ ଶିବଲିଙ୍ଗ କୁହାଯାଉଥିବା ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଏକ ସମୟରେ ଚୈତ୍ର ଚଡକ ମେଳା ଉଦଯାପିତ ହେବ lଏହି ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ସୁଧାକର ନାୟକ, ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ତଥା ଭାରପ୍ରାପ୍ତ ଉପଜିଲାପାଳ ଡ଼ଃ ମଧୁସ୍ମିତା ସାମନ୍ତରାୟ, ରାଜସ୍ବ ବିଭାଗର ଏ ଡି ଏମ ହେମନ୍ତ କୁମାର ସିଂ,ସି ଡି ଏମ ଓ ଗୋପୀନାଥ ପରିଡା, ଜିଲା ସୂଚନା ଲୋକସମ୍ପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତରାୟ, ବିଡ଼ିଓ ପ୍ରଶାନ୍ତ କୁମାର ମହାରଣା, ତହସିଲଦାର ସୂର୍ଯ୍ୟ ନାୟକ, ପଞ୍ଚାୟତ ସମିତି ଅଧକ୍ଷ ପ୍ରବୀର କୁମାର ଗିରି,ଏସ ଡିପିଓ ଦିଲ୍ଲୀପ କୁମାର ସାହୁ,ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ବିଦ୍ୟୁତ ବିଭାଗର କାର୍ଯ୍ୟର୍ନିବାହୀ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ରାଉତ,ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ପିନାକୀ ପ୍ରସାଦ ସୱାଇଁ, କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ଦାସ, ଗ୍ରାମଉନ୍ନୟନର ଏସ ଡିଓ ଅବନୀ କୁମାର ରାଉତ, ଆର ଡବ୍ଲୁ ଏସ ଏସ ର କାର୍ଯ୍ୟର୍ନିବାହୀ ଯନ୍ତ୍ରୀ ସମୀର ଦେ ଓ କନିଷ୍ଠ ଯନ୍ତ୍ରୀ ହରପ୍ରିୟା ମହାନ୍ତ, ଟ୍ରଷ୍ଟ ବୋର୍ଡ଼ ର ସଦସ୍ୟ ପଂକଜାକ୍ଷ ପଣ୍ଡା,ଭୁବନାନନ୍ଦ ଦାସ, ରମାକାନ୍ତ କରଣ, ଗଣପତି ଗିରି, ହେମନ୍ତ କୁମାର ବେହେରା, ଗୋବିନ୍ଦ ଦାସ ସହ ବହୁ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ସେମାନଙ୍କର ତଥ୍ୟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri