Categories: ଜାତୀୟ

ଇଣ୍ଡିଆକୁ ବଡ଼ ଝଟକା: ଫ୍ଲୋର ଟେଷ୍ଟ ପରେ ବିଧାୟକ ମନୋଜଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ…

ପାଟନା,୧୩।୨ : ଗତ କିଛି ଦିନ ହେବ ବିହାର ରାଜନୀତିରେ ପ୍ରତିଦିନ କିଛି ନୂଆ ଘଟଣା ଘଟୁଛି। ଫ୍ଲୋର ଟେଷ୍ଟ ପରେ ମଙ୍ଗଳବାର ଏଠାରୁ ବଡ ଖବର ଆସୁଛି। ଏଠାରେ ହତ୍ୟା ମାମଲାରେ ସିପିଆଇ (ଏମଏଲ) ବିଧାୟକ ମନୋଜ ମଞ୍ଜିଲଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡ ପରେ ବର୍ତ୍ତମାନ ତାଙ୍କର ସଦସ୍ୟତା  ଯିବାର ଆଶଙ୍କା ରହିଛି। ସେ ୨୦୧୫ ରେ ଜେପି ସିଂ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଥିଲେ। ଏହା ଦ୍ୱାରା ଇଣ୍ଡିଆକୁ ବଡ଼ ଝଟକା ଲାଗିଛି।

ଭୋଜପୁର ଜିଲାର ଆଜିମାବାଦ ପୋଲିସ ଷ୍ଟେଶନ ଅଞ୍ଚଳର ବଡ଼ଗାଓଁ  ଘଟିଥିବା କୃଷକ ଜୟ ପ୍ରକାଶ ସିଂଙ୍କ ହତ୍ୟା ମାମଲାରେ ସ୍ଥାନୀୟ ସିଭିଲ କୋର୍ଟର ଏଡିଜେ ତୃତୀୟ ସତ୍ୟେନ୍ଦ୍ର ସିଂ ଆଗିଗାଓଁର ସିପିଆଇ-ଏମଏଲ ବିଧାୟକ ମନୋଜଙ୍କ ସମେତ ୨୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏମପି-ବିଧାୟକ କୋର୍ଟରେ ଶୁଣାଣି ସମୟରେ ପ୍ରମାଣ ମିଳିବା ପରେ ଉପରୋକ୍ତ ଦଣ୍ଡାଦେଶ କରାଯାଇଛି। ଦଣ୍ଡବିଧାନ ଉପରେ ନିଷ୍ପତ୍ତି ପରେ ବିଧାୟକଙ୍କ ସମେତ ସମସ୍ତ ଦୋଷୀଙ୍କୁ ଗିରଫ କରାଯାଇଛି।

ମନୋଜ ମଞ୍ଜିଲ ୨୦୨୦ ମସିହାରେ ପ୍ରଥମ ଥର ପାଇଁ ଗ୍ରାଣ୍ଡ ଆଲାଇନ୍ସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ନାମାଙ୍କନ ପତ୍ର ଦାଖଲ ସମୟରେ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନରେ ଆସିଥିଲେ।

Share