Categories: ଜାତୀୟ

ସୁପ୍ରିମ କୋର୍ଟ ରେଜିଷ୍ଟ୍ରାରଙ୍କ ପାଖରେ ପହଞ୍ଚିଲେ କେଜରିଓ୍ବାଲଙ୍କ ଓକିଲ, ଅଧା ରାତିରେ ଶୁଣାଣି ପାଇଁ କଲେ ଅପିଲ

ନୂଆଦିଲ୍ଲୀ,୨୧।୩: ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯାଇଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଟିମ୍‌ ବର୍ତ୍ତମାନ ଔପଚାରିକତା ପୂରଣ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଆମ ଆଦମୀ ପାର୍ଟିରୁ ଖବର ଆସୁଛି ଯେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଓକିଲମାନେ ମଧ୍ୟରାତ୍ରିରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ଘରକୁ ଯାଉଛନ୍ତି। ରେଜିଷ୍ଟ୍ରାରଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ମାମଲାର ତୁରନ୍ତ ଶୁଣାଣି କରିବାକୁ ଓକିଲମାନଙ୍କର ଏକ ଟିମ ତାଙ୍କ ଘରକୁ ଯାଉଛନ୍ତି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କୌଣସି ଦଣ୍ଡନୀୟ କାର୍ଯ୍ୟରୁ ସୁରକ୍ଷା ମାଗିଛନ୍ତି। ଏହି ମାମଲାରେ ଦଣ୍ଡବିଧାନ କାର୍ଯ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ। କିଛି ଘଣ୍ଟା ପରେ କେଜରିୱାଲ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ ସୁରେଶ କୁମାର କୌତଙ୍କ ନେତୃତ୍ୱରେ ହାଇକୋର୍ଟର ବେଞ୍ଚ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା କରିବା ପରେ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ କେଜରିୱାଲ ତାଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି।

Share