ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମକରି ମିଳୁନି ପାଉଣା

ନୂଆପଡ଼ା,୧୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକମାନଙ୍କୁ କାମ ଯୋଗାଇ ପ୍ରବାସୀ ଶ୍ରମିକ ରୋକିବାରେ ସହାୟକ ହୋଇଛି ବୋଲି ପ୍ରଶାସନ କହୁଛି। ହେଲେ ଏହି ଯୋଜନାରେ କାମକରି ମଧ୍ୟ ଦୀର୍ଘ ୩ ବର୍ଷ ହେବ ପାଉଣା ନ ପାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବହୁ ଶ୍ରମିକ। ଏଭଳି ଦୃଶ୍ୟ ନୂଆପଡ଼ା ସଦର ବ୍ଲକ୍‌ ଟାନ୍‌ୱାଟ ପଞ୍ଚାୟତରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଟାନ୍‌ୱାଟ ପଞ୍ଚାୟତ ଟାନ୍‌ୱାଟ ଗାଁର ହିତାଧିକାରୀ ହେମୁ କୁମାର ନିଆଲ ୨୦୨୧-୨୨ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଞ୍ଚାୟତ ତରଫରୁ ଏକ ଚହଲା (ଫାର୍ମପଣ୍ଡ) ଖନନ ପାଇଁ ଅର୍ଥ ମଞ୍ଜୁର ହୋଇ ଖନନ କାର୍ଯ୍ୟ ଆରମ୍ଭ କଲେ। ହେଲେ ଆଜକୁ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଚହଲା ଖନନରେ ନିୟୋଜିତ ଶ୍ରମିକଙ୍କୁ ପାଉଣା ମିଳିନାହିଁ। ଟାନ୍‌ୱାଟ ଗାଁର ଶ୍ରମିକ ଗୋବର୍ଦ୍ଧନ ରାଉତ ୨୪ ଗୋଦି, ସତ୍ୟଭାମା ରାଉତ ୨୪ ଗୋଦି, ସୁଶୀଳା ରାଉତ ୧୪ ଗୋଦି, ପେକଲାଲ ସାହୁ ୧୧ ଗୋଦି, ଭିକୁରାମ ସାହୁ ୧୫ ଗୋଦି, କାଶୀରାମ ରାଉତ ଓ ରଇବାରୀ ରାଉତ ୧୬ ଗୋଦି, ରାମଦେଓ ସାହୁ ୨୩ ଗୋଦି, ଆଶାରାମ ସାହୁ ୩୩ ଗୋଦି, ଛବି ସାହୁ ୨୧ ଗୋଦି, ରଜନୀ ରାଉତ ୮ ଗୋଦି, ହଳଧର ସାହୁ ୧୪ ଗୋଦି, ପିଲି ରାଉତ ୧୦ ଗୋଦି, ଗଣେଶୀ ସାହୁ ୭ ଗୋଦି, ରଜନୀ ସାହୁ ୧୨ ଗୋଦି, ଗିରିବର ସାହୁ, ବିଶାଳ ରାଉତ, ରାଜାରାମ ରାଉତ ପ୍ରମୁଖ ମାଟି କାମ କରି ପାଉଣା ପାଇନାହାନ୍ତି। ବର୍ଷ ବର୍ଷ ଧରି ପାଉଣା ନ ପାଇ ସେମାନଙ୍କ ପରିବାର କିପରି ଚଳୁଥିବେ ତାହା ସହଜେ ଅନୁମେୟ। ଶୀଘ୍ର ସେମାନଙ୍କ ପାଉଣା ପ୍ରଦାନ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି।ଏ ସଂକ୍ରାନ୍ତରେ ସଦର ବ୍ଲକ୍‌ ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ଏହାର ତଦନ୍ତକରି ଶୀଘ୍ର ଶ୍ରମିକମାନଙ୍କୁ ପାଉଣା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri