ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡି,୮।୭(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମଜୁରି ପାଉନାହାନ୍ତି ଜବ୍‌କାର୍ଡଧାରୀ। ଉକ୍ତ ପଞ୍ଚାୟତ ଟପେରିଙ୍ଗିଆ ଗ୍ରାମର ଡିଙ୍ଗେଲି ଅଞ୍ଚଳରେ ଜମି ଉନ୍ନୟନ କାର୍ଯ୍ୟ କରି ଶ୍ରମିକଙ୍କୁ ମଜୁରୀ ମିଳୁନାହିଁ। ବରଂ ଯେଉଁମାନେ କାମ କରି ନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ମଜୁରୀ ଟଙ୍କା ଯାଇଥିବା ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ନିକଟରେ କେତେଜଣ ଜବ୍‌କାର୍ଡଧାରୀ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବୁଡାଗୁଡା ଗ୍ରାମରୋଜଗାର ସେବକ କେଦାରନାଥ ସାହୁ କହିଛନ୍ତି, ଗାଁ ସାଥିମାନେ ଯେଉଁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ସେମାନଙ୍କ ନାମରେ ବିଲ ହେଉଛି। ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ଆଧାର ଲିଙ୍କ୍‌ ହୋଇ ନଥିଲା। ଏବେ କରାଯାଇଛି ଶୀଘ୍ର ମଜୁରୀ ପାଇବେ। ଏନେଇ ବିଡିଓ ଜଗଦୀଶ ଷଡଙ୍ଗୀ କହିଛନ୍ତି , ଅଭିଯୋଗ ମିଳିଛି, ତଦନ୍ତ ପରେ କେଉଁ ପରିସ୍ଥିତିରେ ମଜୁରୀ ମିଳିନାହିଁ ଏବଂ ମିଥ୍ୟା ବିଲ୍‌ ସମ୍ପର୍କରେ ସେ ତଦନ୍ତ କରିବେ।