୬ ଦିନ ହେଲା ଧାରଣାରେ ବସିଛନ୍ତି ଗୋପାଳପୁର ପୋର୍ଟ ଶ୍ରମିକ

ଛତ୍ରପୁର,୧୦।୮(ଡି.ଏନ.ଏ)- ଗୋପାଳପୁର ପୋର୍ଟ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୂର୍ବରୁ ୱାଗନ ଲୋଡିଂ ଶ୍ରମିକମାନେ ନର୍ଥ ସାଇଡ୍‌ ଲୋଡିଂ ପଏଣ୍ଟରେ କାମ କରି ଆସୁଥିଲେ। ପରେ ପୋର୍ଟ ସାଉଥ୍‌ ସାଇଡ ନିଜର ଏକ ସ୍ବତନ୍ତ୍ର ନୂତନ ଲୋଡିଂ ପଏଣ୍ଟ ଆରମ୍ଭ କରିଥିଲା। ଏହାପରେ ସେଠାରେ ମାଲ ବୋଝେଇ ଟ୍ରେନ ଲାଗିବା ଆରମ୍ଭ ହୋଇଥିଲା ଏବଂ ଉକ୍ତ ସ୍ଥାନରେ ୱାଗନ ଲୋଡିଂ ଶ୍ରମିକମାନଙ୍କୁ କାମ କରିବାକୁ ବାରଣ କରାଗଲା। କିନ୍ତୁ ଶ୍ରମିକମାନେ ସାଉଥ ସାଇଡ ଲୋଡିଂ ପଏଣ୍ଟରେ କାମ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ସାଉଥ ସାଇଡ ଲୋଡିଂ ପଏଣ୍ଟରେ କାମ କରିବା ପାଇଁ ୩ ଶ୍ରମିକ ସଂଗଠନର ଶ୍ରମିକମାନେ ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ୬ ଦିନ ହେଲା ଧାରଣାରେ ବସିଛନ୍ତି। ଗୋପାଳପୁର ଡକ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ଜି. ଦାଲେୟା, ଉପସଭାପତି ଜି. ଜଗନ୍ନାଥ, ଯୁଗ୍ମ ସମ୍ପାଦକ ଏସ. କ୍ରିଷ୍ଣା, ମଜଦୁର ୟୁନିୟନର ସଭାପତି କେ. ଏଲେୟା, ସମ୍ପାଦକ ପି. ରାମବାବୁ, କର୍ମଚାରୀ ୟୁନିୟନର ସଭାପତି ଦାନିଏଲ ଦାସ, ସମ୍ପାଦକ ଏ. ଭେଙ୍କଟ, କୋଷାଧ୍ୟକ୍ଷ ଏମ. କାନକା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।

ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ସାପୁରଜି ପାଲୁନଜି ଗୋପାଳପୁର ବନ୍ଦରକୁ ନେବା ପରଠୁ ଏହା ବିକାଶ ପଥରେ ଅଗ୍ରସର। ସମସ୍ତ ଶ୍ରମିକଙ୍କୁ ଦୈନିକ କାମ ଓ ନିୟମିତ ବେତନ ପ୍ରଦାନ କରାଯାଉଛି l ରାଜ୍ୟ ଏବଂ କେନ୍ଦ୍ରର ଅର୍ଥନୀତିକୁ ମଧ୍ୟ ଗୋପାଳପୁର ବନ୍ଦର ସୁଦୃଢ଼ କରିପାରୁଛି। ତେବେ କିଛି ନ୍ୟସ୍ତ ସ୍ବାର୍ଥ ସ୍ଥାନୀୟ ଲୋକଙ୍କ ଯୋଗୁ ବାରମ୍ବାର ବନ୍ଦରରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି l ଗୋପାଳପୁର ବନ୍ଦରରେ ୨୦୨୧ ବନ୍ଦର ପକ୍ଷରୁ ପୁରୁଣା ରେଳୟାର୍ଡ଼ରେ ୯୬୦ କର୍ମଚାରୀ ନିଯୁକ୍ତି ଦିଆଯାଇଥିବାବେଳେ ପ୍ରକୃତ କର୍ମଚାରୀଙ୍କ ଆବଶ୍ୟକତା ୧୨୫ରୁ କମ୍‌ ଥିଲା। ପୁରୁଣା ରେଲୱେ ସାଇଡିଂରେ ପ୍ରତି ଶ୍ରମିକ ପିଛା ମାସିକ ରୋଜଗାର ୨୦୧୯ରେ ୧୦୪୪ ଟଙ୍କା, ୨୦୨୦ରେ ୮୬୩୯ ଟଙ୍କା, ବର୍ତ୍ତମାନ ତାହା ୧୮, ୦୦୦ ଟଙ୍କା ହୋଇଛି l କେବଳ ଦିନକୁ ଦୁଇ ଘଣ୍ଟା କାମ କରି ଶ୍ରମିକମାନେ ଏହି ଅର୍ଥ ରୋଜଗାର କରିପାରୁଛନ୍ତି l ଏହା ସତ୍ତ୍ୱେ ଶ୍ରମିକମାନେ ଭାବୁଛନ୍ତି ଯେ ଏହି ଅର୍ଥ ଯଥେଷ୍ଟ ନୁହେଁ ଏବଂ ନୂଆ ସାଇଡିଂରେ କାମ କରିବାକୁ ଦାବି କରୁଛନ୍ତି। ସ୍ଥାନୀୟ ଲୋକଙ୍କ କ୍ରମାଗତ ଅନୁରୋଧ କ୍ରମେ ଗୋପାଳପୁର ବନ୍ଦର ଅତିରିକ୍ତ ୨୧୯ ଜଣ ଲୋକଙ୍କୁ ନୂଆ ୟାର୍ଡ଼ରେ ରେକ ଅନଲୋଡିଙ୍ଗ କରିବା ପାଇଁ ନିଯୁକ୍ତି ଦେଇଛି l ତେବେ ପୁରୁଣା ୟାର୍ଡର ଶ୍ରମିକମାନେ ଅନ୍ୟ କାହାକୁ ସେଠାରେ ପୁରାଇ ଦେବାକୁ ମନା କରିବା ସହ ନୂଆ ୟାର୍ଡର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି l ଏହା ସହ କୋଭିଡ ମହାମାରୀ ସମୟରେ ବନ୍ଦର ପକ୍ଷରୁ କାର୍ଯ୍ୟରତ ଶ୍ରମିକ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯାଇଛି। ବନ୍ଦରରେ କୌଣସି ଦୂର୍ଭାଗ୍ୟପୁର୍ଣ୍ଣ ଘଟଣା ଘଟିଲେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉଛି। ବନ୍ଦର ପାରିପାଶର୍‌ବିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ପ୍ରଶାସନ ଏ କ୍ଷେତ୍ରରେ ଆଗେଇ ଆସି ସାମ୍ପ୍ରତିକ ସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ପଦକ୍ଷେପ ନେବା ସହ ଶ୍ରମିକ ସମସ୍ୟା ସମାଧାନ ହେଲେ ବନ୍ଦର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ ବୋଲି କୁହାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri