Posted inଫୁରସତ

ଶ୍ରମିକ ହାଟ

ଗାଁ ଅପେକ୍ଷା ସହରରେ ଭଲ ରୋଜଗାର ଆଶାରେ ବହୁ ଦୂରଦୂରାନ୍ତ ଗ୍ରାମାଞ୍ଚଳରୁ ସହରକୁ ପ୍ରତିଦିନ ଧାଇଁ ଆସନ୍ତି ଅନେକ ଲୋକ। ବିଶ୍ୱାସ ଥାଏ କିଛି ନା କିଛି କାମ ମିଳିଯିବ ନିଶ୍ଚୟ। ସେଇଥିପାଇଁ ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଛକରେ ପ୍ରତିଦିନ ସେମାନେ ଏକାଠି ହୋଇ ଅପେକ୍ଷା ରଖନ୍ତି କେତେବେଳେ କିଏ ଆସି ତାଙ୍କୁ ଡାକିବ କାମ ପାଇଁ। ସେମାନଙ୍କ ପାଇଁ କାମର ବି କୌଣସି ନିର୍ଦ୍ଦିଷ୍ଟ ସଜ୍ଞା ନଥାଏ। କାଠହଣା ଠାରୁ ଆରମ୍ଭ କରି ବାଲି, ଗୋଡ଼ି କାମ ପର୍ଯ୍ୟନ୍ତ ଯିଏ ଯେଉଁ କାମ ଦେବ ତାହା କରିବାକୁ ସେମାନେ ପ୍ରସ୍ତୁତ। ପ୍ରତିଦିନ ମଜୁରି ମିଳିବା ଆଶାରେ ଘଣ୍ଟା ଘଣ୍ଟାଧରି ଅପେକ୍ଷା କରିବାକୁ ପଡିଥାଏ ସେମାନଙ୍କୁ।
ଅବଶ୍ୟ ଡାକରା ଆସେ ହେଲେ ବେଳେବେଳେ କେତେକଙ୍କ ଭାଗ୍ୟରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି କୌଣସି ଡାକରା ମିଳି ନଥାଏ। ଆଉ ବାଧ୍ୟ ହୋଇ ସେମାନେ ଅପେକ୍ଷା କରି କରି ଫେରିଯାନ୍ତି। ଆଉ ରୋଜଗାରର ସେମାନଙ୍କ ପାଖେ କୌଣସି ଚାରା ନଥାଏ। ପୁଣି ଅପେକ୍ଷା ରଖନ୍ତି ତା’ ପରଦିନ ସକାଳକୁ। ପୁଣି ସକାଳ ହେବ ଆଉ ପୁଣିଥରେ ସେମାନେ କାମ ଆଶାରେ ଆସି ପହଁଞ୍ଚତ୍ବେ ରାଜଧାନୀର ବିଭିନ୍ନ ଛକ ଜାଗାରେ।

ଭୁବନେଶ୍ୱର ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ନୟାପଲ୍ଲୀ ଦୁର୍ଗାମଣ୍ଡପ ଛକ ଓ ନାବାର୍ଡ ବ୍ୟାଙ୍କ । ଏଠାରେ ପହଞ୍ଚତ୍ଲା ବେଳକୁ ସମୟ ପ୍ରାୟ ସକାଳ ୭ଟା ହେବ । ବାଇକରୁ ଓହ୍ଲେଇବାକୁ ଫୁର୍‌ସତ ମିଳିନି ହଠାତ୍‌ ଆମ ପାଖକୁ ଘେରିଆସିଲେ ପ୍ରାୟ ୫/୬ଜଣ ମଧ୍ୟବୟସ୍କ ପୁରୁଷ ଓ ମହିଳା। ସେମାନଙ୍କ ମଧ୍ୟରୁ ଜଣେ କହି ଉଠିଲେ ବାବୁ, କିଛି କାମ ଅଛି କି? ଆମେ ଭଲ କାମକରୁ , କେତେଜଣ ଯିବୁ …ଇତ୍ୟାଦି। ଏମିତି ବିଭିନ୍ନ ଘରୋଇ କାମରେ ଶ୍ରମଦାନ ପାଇଁ ଆଶା ରଖୁଥିବା ଲୋକଙ୍କ ହାବଭାବରୁ ଜାଣିପାରୁଥିଲୁ ସେମାନଙ୍କ ପଚାରିବାର ଉଦ୍ଦେଶ୍ୟ। ମାତ୍ର କିଛି କ୍ଷଣପରେ ଶ୍ରମଦାନ ପାଇଁ ଉପସ୍ଥିତ ହୋଇଥିବା କେତେଜଣ ବ୍ୟକ୍ତିଙ୍କଠାରୁ ପଚାରି ବୁଝିଥିଲୁ ସେମାନଙ୍କ ପରିସ୍ଥିତି ସମ୍ପର୍କରେ। ଏହି ଛକରେ ଭିଡ଼ ଜମାଇଥିବା ଅଧିକାଂଶ ଲୋକଙ୍କ ପାଖରେ ରହିଥାଏ କେତୋଟି ହାତକରଣା ସାମଗ୍ରୀ। ଏହି ସମୟରେ ହାତରେ ଏକ ଜରିବ୍ୟାଗ୍‌ ଝୁଲାଇ, କାନ୍ଧରେ ଫାଉଡ଼ା ଏବଂ ମୁଣ୍ଡରେ ଏକ ଝୁଡ଼ିକୁ ମୁଣ୍ଡାଇ ଆସୁଥିବା ଅଶୋକ ପ୍ରଧାନ ଆମ ନିକଟରେ ଆସି ଠିଆ ହେଲେ । ସେ କୁହନ୍ତି, ଆଜକୁ ପ୍ରାୟ ୫ବର୍ଷ ହେବ ଏହି ଛକକୁ ସକାଳୁ ସକାଳୁ ଆସିଥାନ୍ତି। ସାଥିରେ ସଜପଖାଳ ଆଣିଥାନ୍ତି। ଏଠାରେ ବଡ଼ିଭୋରରୁ ପହଞ୍ଚତ୍ଗଲେ ମାଲିକମାନେ ଏଠାକୁ ଆସନ୍ତି। ସେମାନଙ୍କ ଆବଶ୍ୟକତା ପଡ଼ୁଥିବା ବିଭିନ୍ନ କାମକରିବା ପାଇଁ ମଜୁରି ଦରକୁ ତୁଟାଇ ସେମାନଙ୍କ ସହିତ ଯାଇଥାଉ। ବାଲି ସିମେଣ୍ଟ, ଘରମେଜିଆ ଆଦିି ବିଭିନ୍ନ କାମ କରିବାକୁ ପଡ଼େ। କାମସାରି ସନ୍ଧ୍ୟାବେଳକୁ ମୂଲ ଟଙ୍କା ଧରି ଘରକୁ ଫେରିଥାଉ। ପାଖରେ କୋଦାଳ, ଶାବଳ, ଗଇନ୍ତି ରଖି ଅପେକ୍ଷା କରିଥିବା ହରି ଜେନା କୁହନ୍ତି, ଆମେ ଆଜ୍ଞା ଗାଁରୁ ଆସି ପ୍ରାୟ ୮ବର୍ଷ ହେଲା ଏଇ ଭୁବନେଶ୍ୱରରେ ରହି ବାଲିସିମେଣ୍ଟ କାମ କରି ଯାହା ପାରିଶ୍ରମିକ ମିଳୁଛି ସେଥିରେ ଚଳୁଛୁ। ସବୁଦିନ ସକାଳୁ ସକାଳୁ ନୟାପଲ୍ଲୀ ଦୁର୍ଗାମଣ୍ଡପ ଛକକୁ ଆସିବାକୁ ପଡ଼େ। ବସ୍ତି ଅଞ୍ଚଳରେ ଭଡ଼ାନେଇ ରହୁଛୁ। ଏହି ଛକରେ ଜମା ହୋଇଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ କାହା ହାତରେ ଶାବଳ ଫାଉଡ଼ା ତ ପୁଣି କୋଦାଳ ବା ଆଉ କିଏ ଧରିଥାନ୍ତି ଝୁଡ଼ି, କରଣି ଏମିତି କେତେକ ସରଞ୍ଜାମ। ବେଳକୁ ବେଳ ଲୋକଙ୍କ ଭିଡ଼ ଜମୁଥାଏ। ଏହି ସମୟରେ ପ୍ରାୟ ୩ବର୍ଷର ଝିଅକୁ ଜଣେ ମହିଳା କାଖରେ ଧରିଥାନ୍ତି ଓ ତାଙ୍କ ସାଥିରେ ଜଣେ ପୁରୁଷ ଆସୁଥିବାର ଆମର ନଜର ପଡ଼ିଲା। ପଚାରିବାରୁ ଜାଣିପାରିଥିଲୁ, ସେମାନେ ଥିଲେ ସ୍ବାମୀ ସ୍ତ୍ରୀ। ସ୍ବାମୀଙ୍କ ନାଁ ବାଦଲ ବେହେରା। ସେ କୁହନ୍ତି, ଆମ ଘର ବଲାଙ୍ଗୀର ଜିଲାରେ। ୫ବର୍ଷ ଧରି ଭୁବନେଶ୍ୱରରେ ଘରଭଡ଼ା ନେଇ ମଜୁରି ଲାଗି ଚଳୁଛୁ। ପ୍ରତିଦିନ ଏହି ଛକକୁ ଆସି ଥାଉ। ବାବୁମାନଙ୍କ ଘରର ବିଭିନ୍ନ କାମ କରିବା ପାଇଁ ଯାଇଥାଉ। ଏଠାରୁ ଜୟଦେବ ବିହାର ଛକଆଡ଼କୁ ଯାଉଥିବାବେଳେ ଦେଖିଲୁ ଶତାଧିକ ପୁରୁଷମହିଳା ହାତରେ ଝୁଡ଼ି, କରଣି, ଜରିବ୍ୟାଗ, ଟିଫିନ ଧରି ଠିଆ ହୋଇଛନ୍ତି। ଆଉ ନିକଟ ଗଛମୂଳେ ବସିଥିବା ବିରଞ୍ଚତ୍ ଭୋଇ କୁହନ୍ତି,

ଗଞ୍ଜାମ ଜିଲାର ଦିଗପହଣ୍ଡି ଅଞ୍ଚଳରୁ ଆସିଛୁ । ଏଠାରେ ପ୍ରାୟ୧୬ବର୍ଷ ହୋଇଗଲାଣି । ସବୁଦିନ ମଜୁରିଆ ଭାବେ ବାଲିସିମେଣ୍ଟ କାମକରି ପେଟ ପୋଷୁଛୁ। ମାତ୍ର ଦିନେ ଦିନେ କାମପାଇଁ ଅପେକ୍ଷା କରିକରି ଘରକୁ ଫେରିବାକୁ ପଡ଼ିଥାଏ। ନ ହଲେ ଯଦି କେଉଁ ଠିକାଦାର ଆସନ୍ତି ତାଙ୍କ ସାଥିରେ ଗଲେ ସେମାନେ ଆମ ପରିଶ୍ରମ ଟଙ୍କାରୁ ଶହେଟଙ୍କା କାଟି ରଖନ୍ତି। ବାଧ୍ୟରେ ସେମାନଙ୍କୁ ଦେବାକୁ ପଡ଼େ । ଗାଁରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଶାଶୁଶ୍ୱଶୁରଙ୍କ ପାଖେ ଛାଡ଼ି ଆସିଛୁ। ଯେତେବେଳେ ଗାଁରେ କିଛି କାମ ପଡ଼ୁଛି ଘରକୁ ଯାଉଛୁ। ମାତ୍ର ଏଇ ଛକରେ ଥିବା ପାନଦୋକାନରୁ ଏମାନଙ୍କ ମଧ୍ୟରୁ କେହିକେହି ପାନ ଆଦି ବିଭିନ୍ନ ଅମଳଦ୍ରବ୍ୟ କିଣିଆଣୁଥାନ୍ତି। ବ୍ରହ୍ମପୁରରୁ ଆସିଥିବା କୁମାରୀ ସେଠୀ କୁହନ୍ତି, ମୋର ଦୁଇଝିଅ, ଦୁଇପୁଅ ଗାଁରେ ଅଛନ୍ତି ଆମେ ସ୍ବାମୀ ସ୍ତ୍ରୀ ଭୁବନେଶ୍ୱରରେ ରହି ବିଭିନ୍ନଘର କାମ କରୁଛୁ। ପ୍ରାୟ ୧୦ବର୍ଷଧରି ରହିଲୁଣୁ। ଯାହା କିଛି ରୋଜଗାର ହେଉଛି, ସେଥିରୁ ଘରଭଡ଼ା, ଆମଖର୍ଚ୍ଚ ଯାଇ କିଛି ସଞ୍ଚୟ କରୁଛୁ । ସେଥିରୁ ପିଲାମାନଙ୍କ ଚଳିବା ପାଇଁ ଘରକୁ ପଠାଉଛୁ। ଏଥର ଯାଇ ପହଞ୍ଚଥିଲୁ ପଟିଆ ଛକରେ। ବିଭିନ୍ନ କ୍ଷେତ୍ରରେ ପରିଶ୍ରମ ପାଇଁ ଅପେକ୍ଷାକରି ରହିଥାନ୍ତି କେତେଜଣ ପୁରୁଷ ଓ ମହିଳା ଶ୍ରମିକ। ରଙ୍ଗି ଦେଈ କୁହନ୍ତ, ଏବେ ମୋର ବୟସ ପ୍ରାୟ ୫୮ହେଲାଣି। ତାଙ୍କ ସ୍ବାମୀଙ୍କ ଆଡ଼କୁ ହାତ ଦେଖାଇ କହିଲେ ତାଙ୍କୁ ବି ୬୫ହେଲାଣି । କ’ଣ କରିବୁ ଏ ବୟସରେ ଅଧିକ ପରିଶ୍ରମ ହେଉଛି। ତଥାପି କାହାରିକୁ କିଛି ପ୍ରତିବାଦ କରିବାର ନାହିଁ। ଖଟୁଛୁ ଖାଉଛୁ। ମାଲିକଙ୍କ ଦୟାରେ ଦାନାପାଣି ମିଳୁଛି। ଯେତେଦିନ ଯାଏ ହାତଗୋଡ଼ ଚାଲିଥିବ କାମକରି ବଞ୍ଚୁଥିବୁ। ହେଲେ ଲେବର କାର୍ଡଖଣ୍ଡେ କରିପାରି ନାହୁଁ। ଶୁଣିଛି ସେଥିରେ କୁଆଡ଼େ କେହି କେହି ସବୁ ସରକାରୀ ଟଙ୍କା ପାଇଛନ୍ତି। ଆମେ ତ ମୂର୍ଖ ଲୋକ, ଏତେକଥା କେମିତି ଜାଣିବୁ। ଏଇ ଛକରେ ଆସି ଠିଆ ହେଉଛି ମାଲିକଙ୍କ ଘରକୁ ଗଲେ ବାସନକୁସନ ସଫା କରୁଛି। ସିଏ ଘରରର ଛୋଟମୋଟ କିଛିକାମ କରିଦେଉଛନ୍ତି। ଏମିତିରେ ଯାହା ଟଙ୍କା ଦେଲେ ସେଥିରେ ଚଳୁଛୁ। ଖରା,ବର୍ଷା ଓ ଶୀତ ସବୁଦିନ ଏଠି ହାଟବସେ। ଏଠାରୁ ଯାଇ ପହଞ୍ଚିଥିଲୁ ଲିଙ୍ଗରାଜ ଷ୍ଟେଶନ ରୋଡ୍‌ରେ । ବହୁ ସଂଖ୍ୟକ ଶ୍ରମିକ ରୁଣ୍ଡ ହୋଇଥାନ୍ତି। ପ୍ରମୋଦ ସାହୁ କୁହନ୍ତି, ଆମ ଘର ଚିଲିକା ବାଣପୁର ଅଞ୍ଚଳରେ । ଆଜକୁ ପ୍ରାୟ ୮ବର୍ଷ ହେଲା ରହିଆସୁଛୁ ଏଇ କାର୍ଗିଲ ବସ୍ତିରେ । କିନ୍ତୁ ଏଇ ଷ୍ଟେଶନ ରୋଡ୍‌ ଛକରେ ହିଁ ଅପେକ୍ଷା କରିବାକୁ ପଡ଼େ। ସକାଳୁ ସକାଳୁ ବାବୁଭାୟାମାନଙ୍କ ଘରର କାମ କରିବାକୁ ଯାଇଥାଏ। ଯେଉଁଦିନ ଯେଉଁଠି ଯାହା କାମ ମିଳିଲା ସେଥିରୁ ରୋଜଗାର ହୁଏ। ସେହିପରି ହୀନ ନାୟକ ୪୧ବର୍ଷ, ପ୍ରାୟ୧୨ବର୍ଷଧରି ରହିଲିଣି। ବଡ଼ି ଭୋରରୁ କାମକୁ ଯାଇଥାଏ। ଫେରିଲାବେଳକୁ ପୁଣି ସନ୍ଧ୍ୟା ୫ଟା ହେବ। ଯେଉଁଠିକୁ ଯିଏ ଡାକିଲା କାମରେ ଯୋଗଦେଲୁ। ମଜୁରି ୪୫୦ଟଙ୍କା ଦେଉଛନ୍ତି। ସେଥିରୁ ବି ବେଳେ ବେଳେ ଯିଏ ଆମକୁ ନେଇଥାଏ ସେ ଶହେଟଙ୍କା ଲେଖାଏ ରଖିଦିଅନ୍ତି। ରାମ ପରିଡ଼ା କୁହନ୍ତି, ଖଣ୍ଡଗିରି ତପୋବନ ବସ୍ତିରେ ଛୋଟ ଘରଟିଏ ଭଡ଼ା ନେଇ ପରିବାର ସହ ରହୁଛୁ। ପ୍ରତିଦିନ ଲିଙ୍ଗରାଜ ଷ୍ଟେଶନ ରୋଡ୍‌ ଆଡ଼େ ଯିବାକୁ ପଡ଼ୁଛି। ସେଠାରୁ ବିଭିନ୍ନ ଘରୋଇକାମ ମିଳୁଛି। ଏମିତି ବିତିଗଲାଣି ୭ବର୍ଷ । ସବୁ ଠିକ୍‌ଠାକ୍‌ ଚାଲିଛି। ସେହିପରି ଭାରତୀ ନାୟକ କୁହନ୍ତି, ପ୍ରତିଦିନ କାଳୁପଡ଼ାଘାଟରୁ ଟ୍ରେନ୍‌ଯୋଗେ କେବେ ଜଟଣୀ ତ କେବେ ଭୁବନେଶ୍ୱର ଆସିଥାଏ । ଜଟଣୀ ହରିଭାଇନା ଛକରେ ଠିଆହେବାକୁ ପଡ଼େ । ଭୁବନେଶର ଲିଙ୍ଗରାଜ ରୋଡ୍‌ଆଡ଼େ ଆସେ। ବିଭିନ୍ନ ଘରୋଇକାମପାଇଁ ଯାଏ। କାମ ସରିଗଲେ ମଜୁରି ଟଙ୍କା ଧରି ଘରକୁ ଫେରିଥାଏ । ଆମ ଅଞ୍ଚଳରୁ ଶହଶହ ଲୋକ ଏମିତି ଦିନମଜୁରିଆ ଭାବେ ଭୁବନେଶ୍ୱରକୁ ଆସୁଛନ୍ତି। ରବି ନାୟକ କୁହନ୍ତି, ବିଭିନ୍ନ କାମକୁ ନେଇ ଭିନ୍ନ ଭିନ୍ନ ଦର ତୁଟେ। ଦିନମଜୁରିଆଙ୍କ ପାଇଁ ଦିନକର ପରିଶ୍ରମ ବାବଦକୁ ମିଳୁଛି ୪୫୦ଟଙ୍କା। ସକାଳ ୫ରୁ ସନ୍ଧ୍ୟା ୫ଟା ଯାଏ ଖଟିବାକୁ ପଡ଼େ। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ସୁଦାମ ସାହୁ କୁହନ୍ତି, ରାଜଧାନୀରେ ବିଭିନ୍ନ ଛକ ରହିଛି। ଯେଉଁଠି ଆମେ ସକାଳୁ ସକାଳୁ ପହଞ୍ଚତ୍ଗଲେ ବାବୁମାନେ ଆସି ସେମାନଙ୍କ ଘରର ବିଭିନ୍ନ କାମରେ ଆମକୁ ଲୋଡ଼ନ୍ତି। ତାଙ୍କ ସହିତ ଯାଇଥାଉ । ଆମ ଗାଁର ପ୍ରାୟ ୮ଜଣ ଏକାଠି ସବୁଦିନ ଆସୁଛୁ । କେଉଁ ଦିନ ଛାତ ପକାଇବା କାମ ତ କେଉଁ ଦିନ ଡ୍ରେନ୍‌ରୁ ମାଟି ସଫାକରିବା ପୁଣି କେଉଁ ଦିନ ବଗିଚା କାମ, ଘର ମରାମତି ଆଦି କରିବାକୁପଡ଼େ। ବାଙ୍କୀ ଅଞ୍ଚଳରୁ ଆସିଥିବା ରଘୁ ନାୟକ କୁହନ୍ତି, ଏବେ କଳିଙ୍ଗ ଷ୍ଟୁଡିଓ ଛକ ନିକଟକୁ ସବୁଦିନ ବିଭିନ୍ନ ଆଡ଼ୁ ଶ୍ରମିକମାନେ ଆସିଥାନ୍ତି। ବିଭିନ୍ନ କାମରେ ଯାଆନ୍ତି। ଢେଙ୍କାନାଳ ପଜରଙ୍ଗ ଅଞ୍ଚଳରୁ ଆସିଥିବା ରଶ୍ମିରଞ୍ଜନ ପରିଡ଼ା କୁହନ୍ତି, ଗାଁରୁ ଆସି କଟକ ବଜ୍ରକବାଟି ଛକରେ ସକାଳୁ ସକାଳୁ ପହଞ୍ଚିଯାଏ। ଘରୋଇ ବାଲିସିମେଣ୍ଟ କାମପାଇଁ ଯାଉଥିଲି। ଏବେ ୨ବର୍ଷ ହେଲା ଭୁବନେଶ୍ୱର ଆଇଗିଣିଆ ଅଞ୍ଚଳରେ ଘରଭଡ଼ାନେଇ ରହୁଛି । ଏହି ଛକରେ ସକାଳୁ ସକାଳୁ ଶ୍ରମିକମାନଙ୍କ ଭିଡ଼ ଜମୁଛି, ବିଭିନ୍ନ କାମ ମିଳୁଛି। ହେଲେ ଆମର ଏଯାଏ ଲେବର କାର୍ଡଟିଏ ହୋଇପାରିଲା ନାହିଁ। ବୟସ ୬୮ହେଲାଣି । ତଥାପି ପରିଶ୍ରମ କରୁଛି, ହେଲେ ଭୁବନେଶ୍ୱରରେ ରହୁଛୁ ବୋଲି ଦାନାପାଣି ପାଇବାରେ ସୁବିଧା ହେଉଛି। ପ୍ରକୃତ ଶ୍ରମିକଙ୍କୁ ଚିହ୍ନଟ କରାଯାଉନି। ଆମଭଳି ଲୋକଙ୍କୁ ଅଣଦେଖା କରାଯାଉଛି। କାହାକୁ କହିବି, କିଏ ଶୁଣିବ। ଖଟିଲେ ଖାଉଛି । କାହା ଉପରେ ଲଦି ହୋଇ ବଞ୍ଚୁନି। ଏଇଛକରେ ଠିଆ ହେବାରୁ ମାଲିକମାନେ ଆମକୁ କାମ ଦେଉଛନ୍ତି। ରାଜ୍ୟର ଅନ୍ୟକେତେକ ସହର ବଜାର ସ୍ଥାନରେ ସକାଳୁ ସକାଳୁ ଶ୍ରମିକମାନଙ୍କ ଭିଡ଼ଜମେ। ମାତ୍ର ବିଭିନ୍ନ ଗ୍ରାମାଞ୍ଚଳରୁ ରାଜଧାନୀକୁ ଜୀବିକା ଅର୍ଜନ ପାଇଁ ଧାଇଁଆସୁଥିବା ଲୋକଙ୍କୁ ଭୁବନେଶ୍ୱରର ଏମିତି କେତେକ ଛକ ଅଞ୍ଚଳ ରୋଜଗାରପାଇଁ ବାଟ ଦେଖାଇଥାଏ। ସେଥିପାଇଁ ସକାଳୁ ସକାଳୁ ହାଟପରି ଭିଡ଼ ଜମେ । ଏଥିପାଇଁ ଅନେକ ବ୍ୟକ୍ତି ସେମାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଗାଁରେ ଛାଡ଼ିଆସି କାମ ପାଇଁ ଏଠାରେ ରହୁଛନ୍ତି। ତେବେ ପ୍ରତ୍ୟେକ ପରିଶ୍ରମୀ ଲୋକଙ୍କ ପ୍ରଚ୍ଛଦପଟରେ ରହିଛି ବହୁ ଅକୁହାକଥା। ଯାହା ସେମାନଙ୍କ ପ୍ରତ୍ୟକ୍ଷ ଅନୁଭୂତିରୁ ବାରି ହୋଇପଡ଼େ। ମାତ୍ର ପେଟପାଟଣା ପାଇଁ ନିଜର ରକ୍ତକୁ ପାଣିକରି କଠିନ ପରିଶ୍ରମ କରନ୍ତି। ଏମାନେ ସମାଜର ବିକାଶ କରନ୍ତି। ଖୁସି ବାଣ୍ଟନ୍ତିି। ଶ୍ରମ ହିଁ ଜୀବନର ମୂଳମନ୍ତ୍ର। ତେବେ ଶ୍ରମକୁ ବାଦ୍‌ ଦେଲେ ବିକାଶକଥା ଚିନ୍ତା କରି ହୁଏନା। କିନ୍ତୁ ଶ୍ରମିକମାନଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକ ସଚେତନତାର ଆବଶ୍ୟକତା ରହିଛି। ନଚେତ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନରେ ବିଳମ୍ବ ଘଟିବ।-ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri