Posted inଫୁରସତ

ନାଟ୍ୟକାର ମନ୍ମଥ

ଦର୍ଶକଙ୍କୁ ନାଟକ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ଏହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ସମାଜର ନିଚ୍ଛକ ଛବି ନିଖୁଣଭାବେ ନାଟକରେ ହିଁ ପ୍ରତିଫଳିତ ହୋଇଥାଏ। ଏଥିପାଇଁ ଦୀର୍ଘ ୬ ଦଶନ୍ଧି ଧରି ନାଟ୍ୟକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ ଜୀବନ ଓ ସ୍ବପ୍ନ। ଥିଏଟର, ଅପେରା, ରେଡିଓ, ଟିଭି ଓ ସିନେମା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ଭିନ୍ନ ଭିନ୍ନ ପରିଚୟ। ଓଡ଼ିଶାର ଲୋକକଳା ନାଟକ ସମ୍ପର୍କରେ ଅନେକ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି। ଲୋକକଳା ଲୋକନାଟ୍ୟ ସଂସ୍କୃତିରେ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ, ସର୍ବ ଭାରତୀୟ ସ୍ତରରେ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ପ୍ରାବନ୍ଧିକ ଓ ଗବେଷକ ମନ୍ମଥ କୁମାର ଶତପଥୀ। ଜନ୍ମ ୪ ଜୁନ ୧୯୪୪ ମସିହା। ପିତା ପଣ୍ଡିତ ଶ୍ରୀଧର ଶତପଥୀ ଥିଲେ ଜଣେ ଜ୍ୟୋତିର୍ବିଦ୍‌, କର୍ମକାଣ୍ଡବିତ୍‌ ଓ ଭଞ୍ଜସାହିତ୍ୟ ଗବେଷକ। ମାତା ଶକୁନ୍ତଳା ଦେବୀ। ଘର ଗଞ୍ଜାମ ଜିଲାର ଭଞ୍ଜନଗର ନିକଟ ବାସୁଦେବପୁର ଶାସନରେ। ସେ କୁହନ୍ତି, ଆମଘର ସାହିତ୍ୟ, ସଂସ୍କୃତିସମ୍ପନ୍ନ ପରିବାର। ଘରେ ୪ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ମୁଁ ବଡ଼ ଥିଲି। ସେତେବେଳେ ଗାଁ ଚାଟଶାଳୀରେ ପାଠ ପଢିଥିଲି। ୧୯୬୧ରେ ଗଞ୍ଜାମ ଜିଲାପାଳଙ୍କ ଅଫିସ୍‌ରେ କିରାଣିଭାବେ ଚାକିରି କରିଥିଲି। ସମୟକ୍ରମେ ଘରୋଇ ଭାବେ ପରୀକ୍ଷା ଦେଇ ବିଏ ଆକଉଣ୍ଟ୍‌ସ ପାସ୍‌ କରିଥିବାରୁ ସେକ୍ରେଟାରିଏଟରେ ଚାକିରି କଲି । ୧୯୯୨ଯାଏ ଅଡିଟରଭାବେ କାର୍ଯ୍ୟ କରିଥିଲି। ପରେ ଅର୍ଥସେବା ବିଭାଗରେ ପଦସ୍ଥ ଅଫିସର ଭାବେ ଯୋଗଦେଇ ୨୦୦୨ରେ ଅବସର ନେଇସାରିଛି। ତେବେ ମୋର ଯାହା ମନେପଡ଼ୁଛି ପ୍ରାୟ ୬ ବର୍ଷ ବୟସରୁ ଗାଁ ଦଣ୍ଡ ନାଚରେ ଅଭିନୟ କରୁଥିଲି। ଘରୁ ବୋଉର ଶାଢି ପିନ୍ଧି ନାଚିଛି। ଏମିତି ଅଭ୍ୟାସ ରହିଥିଲା। ସେତେବେଳ ନାଚ ହେଲେ ଗାଁରେ ଦୁହୁଡ଼ି ଜାଳି ଦଣ୍ଡ ନାଚ କରାଯାଉଥିଲା। ଯେତେବେଳେ ଉପେନ୍ଦ୍ରଭଞ୍ଜ ହାଇସ୍କୁଲରେ ପଢୁଥିଲି ସେତେବେଳେ ଛୋଟଛୋଟ ଏକାଙ୍କିକା, ନାଟକରେ ଅଭିନୟ କରିବା ଅଭ୍ୟାସ ଜାରି ରହିଥିଲା। ପିଲାଦିନରୁ କଳାସାହିତ୍ୟ ଓ ଅଭିନୟ ପ୍ରତି ରୁଚି ରହିଥିଲା। ଅନେକ ନାଟକରେ ଅଭିନୟ କରିଥିବାବେଳେ ମୁଖ୍ୟତଃ ସୀତା ହରଣ, ଅଭିମନ୍ୟୁ ବଧ ଆଦି ଗୀତିନାଟ୍ୟରେ ଅଭିନୟ କରିଥିଲି। ସମୟକ୍ରମେ ସାମାଜିକ ନାଟକଭାବେ ମୁଖ୍ୟତଃ ଯୌତୁକ, ଝରାବଉଳ, ଶେଷଶ୍ରାବଣ, ରକ୍ତର ଡାକ, ସେହିପରି ନିର୍ଦ୍ଦେଶନା ଦେଇଥିଲି ଯୌତୁକ, ରକ୍ତର ଡାକ, ପରିଶୋଧ ଏବଂ ରଚନା କରିଥିବା ଏକାଧିକ ନାଟକ ମଧ୍ୟରେ ପ୍ରାୟ ୨୨ଖଣ୍ଡ ପୁସ୍ତକ ଛପା ହୋଇଛି । ସେଥି ମଧ୍ୟରେ ଏ ନୁହେଁ କାହାଣୀ, ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ, ଉଠକଙ୍କାଳ, ଜିଅନ୍ତା ଶବ, ଆଜିର ମଣିଷ, ଯୌବନତୀର୍ଥ, ବ୍ୟର୍ଥରାଗିଣୀ, ଅରଣ୍ୟବହ୍ନି, ମଣିଷ ଗଛ ଆଦି ନାଟକ ରଚନା କରିଥିଲି। ସର୍ବଭାରତୀୟ ସ୍ତରରେ ଡ୍ରାମାରେ ମୋ ଦ୍ୱାରା ରଚିତ ନାଟକ ବହି ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ ପୁରସ୍କୃତ ହୋଇଥିଲା। ପୁଣି ଜିଅନ୍ତା ଶବ ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ଆଉ ଅପେରା ନାଟକ ମାଙ୍କଡ଼ ପିନ୍ଧିଛି ଗାନ୍ଧୀ ଟୋପି, ମୁଁ ଚକରା କହୁଛି (ବିପ୍ଲବୀ ଚକରା ବିଷୋୟୀ ସ୍ବାଧୀନତା ସଂଗ୍ରାମୀଙ୍କ କଥା) ଲୋକଲୋଚନକୁ ଆସିଥିଲା। ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ପ୍ରବନ୍ଧ ଲେଖିସାରିଲିଣି। ସେତେବେଳେ ପୀପାଶା, ପ୍ରତିଧ୍ୱନି, ଅନୁରାଗ, ଏଇ ସଂଘର୍ଷ ଆଦି କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ସଂଳାପ, ଅଭିନୟ ପୁଣି ଆସୋସିଏଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିପାରିଥିଲି। ସମୟକ୍ରମେ ୨୦୦୭ରୁ ୨୦୦୯ ଯାଏ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଛି ଓ ବର୍ତ୍ତମାନ ଉପସଭାପତି ରହିଛି। ମୁଁ ଶଙ୍କରା କହୁଛି ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି। ସଙ୍ଗୀତ ନାଟକ ଏକାଡେମୀ ଲାଇଫ ଟାଇମ ପୁରସ୍କାର, ଓଡ଼ିଶା ଲୋକକଳା ଗବେଷଣା ପାଇଁ ନ୍ୟାଶନାଲ ଫେଲୋଶିପ ପାଇଛି। ୨୦୧୬ରୁ ଲୋକକଳାର ପୁନରୁଦ୍ଧାର ଚାଲିଛି। ଏଯାଏ ଭାରତୀୟ ବିଦ୍ୟାଭବନଠାରେ ୧୦୭ଟି ଲୋକକଳାର ଏପିସୋଡ ହୋଇସାରିଲାଣି। ପ୍ରାୟ ୯୨ଟି ର ଡକ୍ୟୁମେଣ୍ଟେଶନ ହୋଇସାରିଛି। ଲୋକକଳା ଗବେଷଣା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମାସ ମାସ ଧରି ଯାଇଛି। ଏମିତିରେ କନ୍ଧମାଳର କଳିଙ୍ଗଘାଟିି ନିକଟରେ ରହିଥିବା ବିଶିପଡ଼ାର ଲଙ୍କାପୋଡ଼ି ଯାତ୍ରାର ପ୍ରସିଦ୍ଧିକୁ ବିଶ୍ୱଦରବାରରେ ପହଞ୍ଚାଇବାର ପ୍ରୟାସ କରିଥିଲି। ପ୍ରାୟ ୨୦୦୮ରୁ ଲୋକକଳା ମଧ୍ୟରେ ପ୍ରହଲ୍ଲାଦ, ସଖୀ କଣ୍ଢେଇ, ଲଙ୍କାପୋଡ଼ି ଆଦିକୁ ଉଜ୍ଜୀବିତ କରିବାର ଉଦ୍ୟମ ଜାରି ରଖିଥିଲି। ଫେଷ୍ଟିଭାଲ ଆଣ୍ଡ ଫୋକ୍‌ ଥିଏଟର ଅଫ ଓଡ଼ିଶା ନାମରେ ବହି ବି ପ୍ରକାଶିତ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିଛି। ଇନ୍‌ଫୋସିସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଆୟୋଜିତ ଲୋକକଳାର ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ଦାୟିତ୍ୱରେ ରହିଛି। ଓଡ଼ିଶାର ଲୋକକଳାକୁ ସାଧାରଣତଃ ଗାଁର ଲୋକମାନେ ବଞ୍ଚାଇ ରଖିଥାନ୍ତି। ଲୋକକଳା ବଞ୍ଚାଇବା ପାଇଁ ଓଡ଼ିଶାରେ ଲୋକକଳା ତାଲିମ କେନ୍ଦ୍ରର ଆବଶ୍ୟକତା ରହିଛି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri