ମହାନଦୀ ସେତୁରୁ ଖସିପଡ଼ି ଶ୍ରମିକଙ୍କ ଜୀବନଗଲା

ପୁରୁଣାକଟକ,୫।୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରଶଙ୍କୁଲୋଇ ନିକଟ ମହାନଦୀରେ ନିର୍ମାଣାଧୀନ ସେତୁ ଉପରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଶ୍ରମିକ ସମିର ଘୋଷ(୨୫)।
ସୂଚନା ମୁତାବକ, ଗୁରୁବାର ରାତିରେ ସେତୁ ଉପରେ ଶ୍ରମିକମାନେ କାମ କରୁଥିଲେ। କାମ ସାରି ସମିର ତଳକୁ ଓହ୍ଲାଉଥିଲେ। ସେତିକିବେଳେ ସମିର ୩୦ ଫୁଟ ତଳକୁ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧଳପୁର ଡାକ୍ତରଖାନା ଏବଂ ପରେ ବୌଦ୍ଧ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ହରଭଙ୍ଗା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।