ବୈତରଣୀରେ ଭାସିଗଲେ ଶ୍ରମିକ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ସହରର ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରେ ଏକ ବ୍ୟାରେଜ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ଶୁକ୍ରବାର ଉକ୍ତ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲାର ସୋମନାଥ ପଟେଲ(୪୫)। ସୋମନାଥ କାର୍ଯ୍ୟସାରି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ନଦୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀରେ ଭାସି ଯାଇଥିଲେ। ତେବେ ବ୍ୟାରେଜ୍‌ କାର୍ଯ୍ୟ ଯୋଗୁ ସେଠାରେ ନଦୀର ଗଭୀର ଅଧିକ ରହିଥିବାରୁ ଘଟଣାସ୍ଥଳରେ ସୋମନାଥ ନିଖୋଜ ହୋଇ ଯାଇଥିଲେ। ଖବର ପ୍ରଚାରିତ ହେବାପରେ ସେଠାରେ ବହୁ ଜନ ସମାଗମ ହୋଇଥିଲା। ବ୍ୟାରେଜରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ପହଞ୍ଚତ୍ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚତ୍ ପ୍ରାୟ ୨ ଘଣ୍ଟା ପରେ ସୋମନାଥଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ପରେ ତାଙ୍କ ମୃତଦେହ ଯାଜପୁର ଟାଉନ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ ଅଫିସ,୧୬ା୬:  ରଥଯାତ୍ରା ପାଇଁ ଚାଲିଥିବା ତିନିରଥ ନିର୍ମାଣ କାମ ସରି ସରି ଆସୁଛି। ରଥଖଳାରୁ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରଥ ଉପରେ...

ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ

ନିରାକାରପୁର,୬ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ...

‘ବନ୍ଦେ ଉକତ୍ଳ ଜନନୀ’ ସଙ୍ଗୀତ ପ୍ରତିଯୋଗିତା

ବାଙ୍ଗିରିପୋଷି,୧୬ା୬(ଡି.ଏନ୍‌.ଏ.)- ‘ଗାଁକୁ ଫେରିଚାଲ’ ସାମାଜିକ ଅନୁଷ୍ଠାନ ପକ୍ଷରୁ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ନିଶ୍ଚିନ୍ତା ପଞ୍ଚାୟତର ହେମଚନ୍ଦ୍ରପୁର (ଶୁଣ୍ଡିସାହି) ଗ୍ରାମରେ ବନ୍ଦେ ଉକତ୍ଳ ଜନନୀ...

ସଂକ୍ରମିତ ଅନୁଗୋଳ ଯୁବକ ଜୀବନବୀମା ଏଜେଣ୍ଟ

ଅନୁଗୋଳ ଅଫିସ, ୧୧।୫: ସକାଳେ ରିପୋର୍ଟ ଆସିଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଜଣେ ଅନୁଗୋଳ ସହରର ଯୁବକ ବୋଲି ଜଣାପଡ଼ିବା ପରେ ପ୍ରଶାସନ, ପୋଲିସ ଓ ସ୍ବାସ୍ଥ୍ୟ...

ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା: ମିଳିଛି ଫୁଟେଜ, ଧରାପଡିନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୭ା୧୦-ଜଣେ ବରିଷ୍ଠ ନାଗରିକଙ୍କ ଟଙ୍କା ବ୍ୟାଗ ବ୍ୟାଙ୍କରୁ ଜଣେ ଦୁର୍ବୃତ୍ତ ଝାମ୍ପି ନେଇଥିଲେ। ଏହି ଘଟଣା ୨ ମାସ ପୁରିବାକୁ ବସିଲାଣି। ବ୍ୟାଙ୍କରେ ଲଗାଯାଇଥିବା...

ପଞ୍ଚୟତ ଉପନିର୍ବାଚନ: ୱାର୍ଡସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ

ଛତ୍ରପୁର,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ୯ ନଂ ୱାର୍ଡସଭ୍ୟ ଉପନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ନେଇ ବିବାଦ ଦେଖାଦେଇଛି। ଛତ୍ରପୁର...

ସୁରକ୍ଷା ଖୋଜୁଛି ସୁରକ୍ଷାକବଚ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍‌.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା...

ରାଉରକେଲାରେ ନିୟମ ମାନୁ ନାହାନ୍ତି ବାଇକ୍‌ ଚାଳକ

ରାଉରକେଲା ଅଫିସ,୧୧ା ୪-ରାଉରକେଲାରେ ଅମାନିଆ ବାଇକ ଚାଳକ ବାଟକୁ ଆସୁ ନାହାନ୍ତି। ଘର ପାଖରେ ସମସ୍ତ ସୁବିଧା ସତ୍ତ୍ୱେ ରାସ୍ତାରେ ମାଳ ମାଳ ବାଇକ୍‌ ବୁଲୁଛି।...

Advertisement
Archives

Model This Week