ଡିପିଆର୍‌ ଅନୁମୋଦନ ବିନା ଚାଲିଛି କାମ

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବାବେଳେ ମେଘନାଦ ପାଚେରିଠାରୁ ୫୫ ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ। ଏଥିଲାଗି ବୁଧବାର ନମୁନା ଆସି ପହଞ୍ଚିଛି। ଶ୍ରୀମନ୍ଦିର ନିକଟରେ ଏହି ନମୁନାକୁ ରଖାଯାଇଛି। ଏହାର ଉଚ୍ଚତା ୫ ଫୁଟ୍‌ ଓ ଦୈର୍ଘ୍ୟ ୮ ଫୁଟ୍‌ରୁ ସାଢ଼େ ୮ଫୁଟ୍‌। ତେବେ ଏହି ନମୁନାକୁ ଏପର୍ଯ୍ୟନ୍ତ ସ୍ବୀକୃତି ମିଳିନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ଅଂଶୀଦାର ଏହି ନମୁନାକୁ ମଞ୍ଜୁର କରିବା ପରେ ଚୂଡ଼ାନ୍ତ ପ୍ରାଚୀର ଉପରେ ମୋହର ଲାଗିବ। ଏହି ନମୁନାକୁ ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ନମୁନାରେ ଉତ୍କଳୀୟ ଶୈଳୀର କାରୁକାର୍ଯ୍ୟ ରହିଥିବାବେଳେ ଏହା ପଛପଟେ ଖଣ୍ଡୋଲାଇଟ୍‌ ପଥରର ଏକ ବାଡ଼ ରହିଛି। ଉତ୍କଳୀୟ କାରୁକାର୍ଯ୍ୟରେ ପ୍ରାଚୀର ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ ବିନା କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି। ଗତ ଫେବୃୟାରୀ ୫ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ପୁରୀ ସବ୍‌ସର୍କଲ ଅଫିସରୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକସନ କର୍ପୋରେଶନ ଲିମିଟେଡ୍‌ (ଓବିସିସି)କୁ ହୋଇଥିବା ଚିଠିରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଖନନ ଓ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା। କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ନଚେତ୍‌ କେଉଁ ଅନୁମତି ଆଧାରରେ ନିର୍ମାଣ ଓ ଖନନ ହେଉଛି ସେନେଇ ତଥ୍ୟ ଦେବାକୁ ଏଏସ୍‌ଆଇ କହିଥିଲା। ବେଆଇନ ଖନନକୁ ବିରୋଧ ହେଉଥିବାବେଳେ ଏବେ ପ୍ରାଚୀର ନିର୍ମାଣ ଲାଗି ବିନା ସ୍ବୀକୃତିରେ ନମୁନା ଅଣାଯିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି।

ଫେବୃୟାରୀ ୧୧ରେ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓବିସିସିକୁ ଚିଠି ଲେଖି ଜଣାଇଥିଲେ ଯେ, ଆମ୍‌ସାର୍‌ ଆକ୍ଟ ୨୦(ସି) ଅନୁଯାୟୀ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ହିଁ ନିର୍ମାଣ କାର୍ଯ୍ୟ କରିପାରିବେ। ଶହେ ମିଟର ପରିଧି ଭିତରେ ଚାଲିଥିବା କାର୍ଯ୍ୟକୁ ନେଇ ଜିଲା ପ୍ରଶାସନ ପାଖରେ କେଉଁ ଅନୁମୋଦନ ପତ୍ର ରହିଛି ସେସମ୍ପର୍କରେ ମଧ୍ୟ ଦର୍ଶାଇବା ପାଇଁ ଚିଠିରେ ଉଲ୍ଲେଖ ରହିଥିଲା। ଏହି ଚିଠିର ଏକ ନକଲ ଆଇନ ବିଭାଗର ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ, ଏସ୍‌ପି, ଏଏସ୍‌ଆଇ ଡିଜି କାର୍ଯ୍ୟାଳୟ, ଆଞ୍ଚଳିକ ଡିଜି (କୋଲକାତା), ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏବଂ ପୁରୀ ଏଏସ୍‌ଆଇ ସବ୍‌ସର୍କଲ ଅଫିସକୁ ପଠାଯାଇଥିଲା। ଏହି ଚିଠି ପଠାଇବା ପରେ ଏଏସ୍‌ଆଇ ଡିଜି ଭି. ବିଦ୍ୟାବତୀ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ଫେବୃୟାରୀ ୨୨ରେ ରାଜ୍ୟ ସରକାରଙ୍କ ସହିତ ଏଏସ୍‌ଆଇ ଡିଜିଙ୍କ ବୈଠକ ହୋଇଥିଲା। ଏହାପରେ ମାର୍ଚ୍ଚ ୫ରେ ସାନି ଡିପିଆର୍‌ ପଠାଇବା ପାଇଁ ଚିଠିରେ କୁହାଯାଇଥିଲା। ସଂପୃକ୍ତ ଚିଠି ଆଧାରରେ ମାର୍ଚ୍ଚ ୮ରେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ପଠାଯାଇଥିବା ସାନି ଡିପିଆର୍‌କୁ ଏଏସ୍‌ଆଇ ଡିଜି ଅନୁମୋଦନ କରି ନ ଥିବାବେଳେ ସରକାର ଏକପାଖିଆ ଭାବେ ନିର୍ମାଣ କାର୍ଯ୍ୟ କରିଚାଲିଛନ୍ତି। ତେବେ ଖନନ କାର୍ଯ୍ୟ ପରେ ଏବେ ପ୍ରାଚୀର ନିର୍ମାଣକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ପ୍ରାଚୀର ନମୁନା ସମ୍ପର୍କରେ ଓବିସିସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ୫୫ ମିଟରରେ ଏହି ପ୍ରାଚୀର ନିର୍ମାଣ ହେବ। ୫୫ ମିଟରର ବାହାର ୨୦ ମିଟରକୁ ବାହ୍ୟ ରାସ୍ତା ହୋଇଥିବା ବେଳେ ୫୫ ମିଟରକୁ ଲାଗି ବଫର୍‌ ଜୋନ୍‌ ନିର୍ମାଣ ହେବ। ବଫର୍‌ ଜୋନ୍‌ରେ ପ୍ଲାଣ୍ଟେଶନ୍‌ କରାଯିବ। ତାହାକୁ ଲାଗି ପରିକ୍ରମା ମାର୍ଗ, ବସିବା ପାଇଁ ସ୍ଥାନ, ବାହ୍ୟ ପ୍ରଦକ୍ଷିଣ ଓ ମୌଳିକ ସୁବିଧା ପାଇଁ ହେବାକୁ ଥିବା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟ କ୍ରମେ କରାଯିବ। ଅନ୍ୟପକ୍ଷରେ ନମୁନା ପ୍ରାଚୀରକୁ ନେଇ ଆଇନଜୀବୀ, ବେଆଇନ ନିର୍ମାଣକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଏବଂ ଶ୍ରୀଜଗନ୍ନାଥ ସେନା ସମେତ ବିଭିନ୍ନ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକଳ୍ପ ଅଂଶୀଦାରଙ୍କ ସ୍ବୀକୃତି ଓ ବିନା ଡିପିଆର୍‌ ଅନୁମୋଦନରେ କାର୍ଯ୍ୟ ହେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri