ଦଦରା ଗାଡ଼ିରେ କାମ ଚଳୁଛି

ଖଇରା, ୧୬।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ଏକ ସମ୍ବେଦଦନଶୀଳ ଥାନା ହୋଇଥିବା ବେଳେ ବହୁବିଧ ସମସ୍ୟା ସାଧାରଣ ଲେକଙ୍କୁ ନ୍ୟାୟ ପ୍ରଦାନରେ ବାଧକ ସାଜିଛି। କର୍ମଚାରୀ ସାଙ୍ଗକୁ ଗାଡି ଅଭାବ ଓ ନୂତନ ଗୃହ ନିର୍ମାଣରେ ବିଳମ୍ବ କେବଳ କର୍ମଚାରୀଙ୍କ ମନୋବଳକୁ କାର୍ଯ୍ୟ କରିବାରେ ଅନ୍ତରାୟ ହେଉନାହିଁ ବରଂ ଥାନା ଉପରୁ ସାଧାରଣ ଲୋକଙ୍କ ଭରସାକୁ ଏହା ପ୍ରଭାବିତ କରୁଛି। ତୁରନ୍ତ ସମସ୍ୟାର ସମାଧାନ ପାଇଁ ବୁଦ୍ଧିଜୀବୀ ଶିକ୍ଷାବିତ୍‌ ତଥା ବିଭିନ୍ନ ନାଗରିକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।
ଥାନା ସ୍ବାଧୀନତା ପୂର୍ବରୁ ପ୍ରତିଷ୍ଠା ଲାଭ କରିଥିବା ବେଳେ ଏହା ଅଧୀନରେ ୨୯ ପଞ୍ଚାୟତ ରହିଛି। ୫ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ବର୍ଷକୁ ହାରାହାରି ୨୮୦ ମାମଲା ରୁଜୁ କରାଯାଇଥାଏ। ଆବଶ୍ୟକ କର୍ମଚାରୀ ଓ ଗାଡି ଅଭାବରୁ ପୋଲିସକୁ ସମୟୋଚିତ ପଦକ୍ଷେପ ଦେବା ମୁସ୍କିଲ ହୋଇପଡୁଛି। ୬ ଏଏସ୍‌ଆଇ ପଦବୀ ଥିବା ବେଳେ ବର୍ତ୍ତମାନ ଥାନାରେ ଜଣେ ହେଲେ ଏଏସ୍‌ଆଇ ନାହାନ୍ତି। ସେହିଭଳି ହାବିଲଦାର ପଦବୀଗୁଡିକ ମଧ୍ୟ ଖାଲିପଡିଛି। ୨ବର୍ଷ ତଳେ ଖଇରା ଥାନାର ନିଜସ୍ବ ବୋଲେରୋ ଦୁର୍ଘଟଣାରେ ଭାଙ୍ଗିରୁଜି ନଷ୍ଟ ହୋଇପଡିଥିବା ବେଳେ ଏ ପର୍ଯ୍ୟନ୍ତ ନୂଆଗାଡି ବ୍ୟବସ୍ଥା କରାଯାଉନାହିଁ। କିଛିଦିନ ତଳେ ଥାନାକୁ ଦିଆଯାଇଥିବା ଏକ ଦଦରା ଗାଡି ପ୍ରତ୍ୟେକ ଦିନ କିଛି ନା କିଛି ମରାମତି ଆବଶ୍ୟକ କରୁଛି। ନୂତନ ଗୃହ ନିର୍ମାଣକୁ ନେଇ ସାଧାରଣରେ ଅସନ୍ତୋଷ ବଢି ବଢି ଚାଲିଛି। ଗୃହ ନିର୍ମାଣ ଅବଧି ସରିବାକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଏ ପର୍ଯ୍ୟନ୍ତ ୪୦ ଭାଗ କାର୍ଯ୍ୟ ମଧ୍ୟ ସରିନାହିଁ।
ବୋରିଂଗୁଡିକ ୮ମିଟର କରାଯିବାର ନିୟମ ଥିବା ବେଳେ ଏହାଠାରୁ ଯଥେଷ୍ଟ କମ୍‌ କରାଯିବା ଏବଂ ବ୍ୟବହୃତ କଞ୍ଚାମାଲ ବିଶେଷ କରି ବାଲି ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଘରର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ନରହରି ବେହେରାଙ୍କୁ ଯୋଗାଯୋଗ କରାଯିବାରେ ମାଟି ଖରାପ ଯୋଗୁ ଏଷ୍ଟିମେଟରେ କିଛିଟା ପରିବର୍ତ୍ତନ କରାଯାଇଥିବା କହିଛନ୍ତି।
ଖଇରା ଥାନା ଅଧିକାରୀ ସୁବ୍ରତ ବେହେରାଙ୍କୁ ପଚାରିବାରେ ଅଭାବ ଅସୁବିଧା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri