ବିନା ଲାଇସେନ୍ସରେ ଚାଲିଛି କରତକଳ

ଗୋପ,୨୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଏବେ କାଠମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗୋପ ବ୍ଲକ ଅଞ୍ଚଳରେ ଦିନକୁଦିନ ବେଆଇନ ଭାବେ କରତକଳ ବଢୁଥିବାରୁ ଏହି କାଠମାଫିଆମାନେ ବେଧଡ଼କ ଜଙ୍ଗଲରୁ ଗଛ କାଟି ବିକ୍ରି କରିବାରେ ଲାଗିଛନ୍ତି। ଗୋପ ବନ ବିଭାଗ ଅଧୀନରେ ୪୦ରୁ ଊର୍ଦ୍ଧ୍ୱ ବେଆଇନ କରତକଳ ଚାଲୁଥିବାବେଳେ ଅଞ୍ଚଳରୁ ଗଛଗୁଡ଼ିକ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ସ୍ପଷ୍ଟ ଦିବାଲୋକରେ ଗଛ କଟା ଚାଲୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବନ ବିଭାଗ ଅଧିକାରୀ କେବଳ ଆଖିଦୃଶିଆ କେତୋଟି କରତକଳରେ ଚଢ଼ାଉ କରିବା ସହ କିଛି ହାତଗୁଞ୍ଜା ନେଇ ଚୁପ୍‌ ବସିପଡୁଥିବା ଅଭିଯୋଗ ହେଉଛି।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପ ଅଞ୍ଚଳରେ ଗୋଟିଏ ହେଲେ କରତକଳକୁ ଲାଇସେନ୍ସ ମିଳିନାହିଁ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ୟଠାରୁ ୧୦ କି.ମି. ବ୍ୟାସାର୍ଦ୍ଧରେ କୌଣସି କରତକଳ ରହିପାରିବ ନାହିଁ। ଏହାସତ୍ତ୍ୱେ ସେହି ଅଞ୍ଚଳରେ ବେଆଇନ କରତକଳ ଚାଲୁଛି। ବିଭାଗୀୟ ଅଧିକାରୀ ଏ ସମ୍ପର୍କରେ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିବା ନିର୍ଦ୍ଦେଶନାମାକୁ ବେଖାତିର କରାଯାଉଥିବା ଅଭିଯୋଗ ହେଉଛି। ଦୀର୍ଘମାସ ଧରି ବନ ବିଭାଗ ପକ୍ଷରୁ କରତକଳ ଉପରେ ଚଢ଼ାଉ ହେଉ ନ ଥିବାରୁ ନୂତନ କରତକଳ ଗଢ଼ି ଉଠୁଛି। ସ୍ବଳ୍ପ ଖର୍ଚ୍ଚରେ ବ୍ୟାପକ ପରିମାଣର ଲାଭ ପାଇଁ କରତକଳ ମାଲିକ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି। ବନ ବିଭାଗ କର୍ମଚାରୀଙ୍କୁ ହାତ କରି କରତକଳ ଚଲାଉଛନ୍ତି। ବିଭିନ୍ନ ସମୟରେ ଲୋକଦେଖାଣିଆ ଚଢ଼ାଉ କରାଯାଉଛି। ୬ ମାସ ତଳେ ବନ ବିଭାଗ ୨ଟି କରତକଳ ଉପରେ ଚଢ଼ାଉ କରି କେବଳ ଯନ୍ତ୍ରାଂଶ ଜବତ କରିଥିବା ବେଳେ ମାଲିକଙ୍କୁ ଧରିପାରି ନାହାନ୍ତି। ଅପରପକ୍ଷେ ଭିଜିଲାନ୍ସ ବିଭାଗ ଦୀର୍ଘ ୧ ବର୍ଷ ଧରି କୌଣସି କରତକଳ ଉପରେ ଦୃଷ୍ଟି ନ ଦେବା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋପ ବନ ବିଭାଗ ଅଧୀନରେ ବେଗୁନିଆଁଠାରୁ ପିପିଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବେଆଇନ କରତକଳ ରହିଛି। ଗୋପ ବନ ବିଭାଗର ଜଣେ ତଳିଆ କର୍ମଚାରୀ ଏହିସବୁ କରତକଳରୁ ମାସିକିଆ ବଟି ଆଦାୟ କରୁଛନ୍ତି। ଏ ନେଇ ଜିଲା ବନଖଣ୍ଡ ଅଧିକାରୀ ରାମା ସ୍ବାମୀ ପି, ପୁରୀ ଜିଲା ଅତିରିକ୍ତ ବନଖଣ୍ଡ ଅଧିକାରୀ ଉତ୍ତମ ଗଡ଼ନାୟକଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ଗୋପ ବନ ବିଭାଗ ଅଧୀନ ଅନ୍ତୁଆର, ପୟରା, ପାଞ୍ଚଣା, ଶଙ୍ଖାରିଆ, ଗଣେଶ୍ୱରପୁର, ବାମଦେବୀପୁର ଆଦି ସ୍ଥାନରେ ଏକାଧିକ କରତକଳ ଚାଲୁଥିବା ନଜିର ରହିଛି। ଅଧିକାଂଶ ସ୍ଥାନରେ କରତକଳକୁ ସୁରକ୍ଷା ଦେବା ଲାଗି ପାଚେରି ନିର୍ମାଣ ସହ କିଛି ଅସାମାଜିକ ବ୍ୟକ୍ତିଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଚଢ଼ାଉ ସମୟରେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଯୋଗୁ ବିଭାଗ ଚଢ଼ାଉ କରୁ ନ ଥିବା ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି। ଅପରପକ୍ଷେ କରତକଳ ମାଲିକଙ୍କ ସହ କେତେଜଣ କର୍ମଚାରୀଙ୍କ ସିଧାସଳଖ ହାତ ଥିବା ଯୋଗୁ ଚଢ଼ାଉ ସମୟରେ ମୂଲ୍ୟବାନ୍‌ ଯନ୍ତ୍ରାଂଶ ମାଲିକମାନେ ଗାଏବ କରିଦେଉଥିବା ଅଭିଯୋଗ ହେଉଛି।

ରାଜ୍ୟ ସରକାର କାମ୍ପା ଫଣ୍ଡ ଯୋଜନାରେ ଚାରାରୋପଣ କରି ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଗୋପ-ଚାରିଛକ, ଗଳଦରୀରୁ ଡଭାର ରାସ୍ତା ସହିତ ୧୦ରୁ ଊର୍ଦ୍ଧ୍ୱ ରାସ୍ତାରେ ଚାରାରୋପଣ କରାଯାଇଥିଲା। ହେଲେ ଏବେ ଗଛଗୁଡ଼ିକର ଗୁରୁତ୍ୱ ଦିଆଯାଉ ନ ଥିବାରୁ କାଠମାଫିଆମାନେ କାଟି ନେବା ଆଶଙ୍କା ରହିଛିି। ଏ ନେଇ ପୁରୀ ଜିଲା ଅତିରିକ୍ତ ବନଖଣ୍ଡ ଅଧିକାରୀ ଉତ୍ତମ ଗଡ଼ନାୟକଙ୍କୁ ପଚାରିବାରେ, କୌଣସି ମତ ଦେଇପାରିବେ ନାହିଁ ବୋଲି କହିଥିଲେ। ଅନ୍ୟପଟେ ଜିଲା ବନଖଣ୍ଡ ଅଧିକାରୀ ରାମାସ୍ବାମୀ ପି. କୁହନ୍ତି, ବେଆଇନ କରତକଳ ଉପରେ ଚଢ଼ାଉ ପାଇଁ ଯୋଜନା କରିଛୁ, ଖୁବ୍‌ଶୀଘ୍ର ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଏଥିସହ ଚାରାର ସୁରକ୍ଷା ପାଇଁ ବନ ବିଭାଗର ୩ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୩ ମନ୍ତ୍ରୀଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରିଛନ୍ତି। ତାଲିକାରେ ୪ ନୂଆ ମୁହଁ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri