ବିନା ଲାଇସେନ୍ସରେ ଚାଲିଛି କରତକଳ

ଗୋପ,୨୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଏବେ କାଠମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗୋପ ବ୍ଲକ ଅଞ୍ଚଳରେ ଦିନକୁଦିନ ବେଆଇନ ଭାବେ କରତକଳ ବଢୁଥିବାରୁ ଏହି କାଠମାଫିଆମାନେ ବେଧଡ଼କ ଜଙ୍ଗଲରୁ ଗଛ କାଟି ବିକ୍ରି କରିବାରେ ଲାଗିଛନ୍ତି। ଗୋପ ବନ ବିଭାଗ ଅଧୀନରେ ୪୦ରୁ ଊର୍ଦ୍ଧ୍ୱ ବେଆଇନ କରତକଳ ଚାଲୁଥିବାବେଳେ ଅଞ୍ଚଳରୁ ଗଛଗୁଡ଼ିକ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ସ୍ପଷ୍ଟ ଦିବାଲୋକରେ ଗଛ କଟା ଚାଲୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବନ ବିଭାଗ ଅଧିକାରୀ କେବଳ ଆଖିଦୃଶିଆ କେତୋଟି କରତକଳରେ ଚଢ଼ାଉ କରିବା ସହ କିଛି ହାତଗୁଞ୍ଜା ନେଇ ଚୁପ୍‌ ବସିପଡୁଥିବା ଅଭିଯୋଗ ହେଉଛି।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପ ଅଞ୍ଚଳରେ ଗୋଟିଏ ହେଲେ କରତକଳକୁ ଲାଇସେନ୍ସ ମିଳିନାହିଁ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ୟଠାରୁ ୧୦ କି.ମି. ବ୍ୟାସାର୍ଦ୍ଧରେ କୌଣସି କରତକଳ ରହିପାରିବ ନାହିଁ। ଏହାସତ୍ତ୍ୱେ ସେହି ଅଞ୍ଚଳରେ ବେଆଇନ କରତକଳ ଚାଲୁଛି। ବିଭାଗୀୟ ଅଧିକାରୀ ଏ ସମ୍ପର୍କରେ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିବା ନିର୍ଦ୍ଦେଶନାମାକୁ ବେଖାତିର କରାଯାଉଥିବା ଅଭିଯୋଗ ହେଉଛି। ଦୀର୍ଘମାସ ଧରି ବନ ବିଭାଗ ପକ୍ଷରୁ କରତକଳ ଉପରେ ଚଢ଼ାଉ ହେଉ ନ ଥିବାରୁ ନୂତନ କରତକଳ ଗଢ଼ି ଉଠୁଛି। ସ୍ବଳ୍ପ ଖର୍ଚ୍ଚରେ ବ୍ୟାପକ ପରିମାଣର ଲାଭ ପାଇଁ କରତକଳ ମାଲିକ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି। ବନ ବିଭାଗ କର୍ମଚାରୀଙ୍କୁ ହାତ କରି କରତକଳ ଚଲାଉଛନ୍ତି। ବିଭିନ୍ନ ସମୟରେ ଲୋକଦେଖାଣିଆ ଚଢ଼ାଉ କରାଯାଉଛି। ୬ ମାସ ତଳେ ବନ ବିଭାଗ ୨ଟି କରତକଳ ଉପରେ ଚଢ଼ାଉ କରି କେବଳ ଯନ୍ତ୍ରାଂଶ ଜବତ କରିଥିବା ବେଳେ ମାଲିକଙ୍କୁ ଧରିପାରି ନାହାନ୍ତି। ଅପରପକ୍ଷେ ଭିଜିଲାନ୍ସ ବିଭାଗ ଦୀର୍ଘ ୧ ବର୍ଷ ଧରି କୌଣସି କରତକଳ ଉପରେ ଦୃଷ୍ଟି ନ ଦେବା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋପ ବନ ବିଭାଗ ଅଧୀନରେ ବେଗୁନିଆଁଠାରୁ ପିପିଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବେଆଇନ କରତକଳ ରହିଛି। ଗୋପ ବନ ବିଭାଗର ଜଣେ ତଳିଆ କର୍ମଚାରୀ ଏହିସବୁ କରତକଳରୁ ମାସିକିଆ ବଟି ଆଦାୟ କରୁଛନ୍ତି। ଏ ନେଇ ଜିଲା ବନଖଣ୍ଡ ଅଧିକାରୀ ରାମା ସ୍ବାମୀ ପି, ପୁରୀ ଜିଲା ଅତିରିକ୍ତ ବନଖଣ୍ଡ ଅଧିକାରୀ ଉତ୍ତମ ଗଡ଼ନାୟକଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ଗୋପ ବନ ବିଭାଗ ଅଧୀନ ଅନ୍ତୁଆର, ପୟରା, ପାଞ୍ଚଣା, ଶଙ୍ଖାରିଆ, ଗଣେଶ୍ୱରପୁର, ବାମଦେବୀପୁର ଆଦି ସ୍ଥାନରେ ଏକାଧିକ କରତକଳ ଚାଲୁଥିବା ନଜିର ରହିଛି। ଅଧିକାଂଶ ସ୍ଥାନରେ କରତକଳକୁ ସୁରକ୍ଷା ଦେବା ଲାଗି ପାଚେରି ନିର୍ମାଣ ସହ କିଛି ଅସାମାଜିକ ବ୍ୟକ୍ତିଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଚଢ଼ାଉ ସମୟରେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଯୋଗୁ ବିଭାଗ ଚଢ଼ାଉ କରୁ ନ ଥିବା ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି। ଅପରପକ୍ଷେ କରତକଳ ମାଲିକଙ୍କ ସହ କେତେଜଣ କର୍ମଚାରୀଙ୍କ ସିଧାସଳଖ ହାତ ଥିବା ଯୋଗୁ ଚଢ଼ାଉ ସମୟରେ ମୂଲ୍ୟବାନ୍‌ ଯନ୍ତ୍ରାଂଶ ମାଲିକମାନେ ଗାଏବ କରିଦେଉଥିବା ଅଭିଯୋଗ ହେଉଛି।

ରାଜ୍ୟ ସରକାର କାମ୍ପା ଫଣ୍ଡ ଯୋଜନାରେ ଚାରାରୋପଣ କରି ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଗୋପ-ଚାରିଛକ, ଗଳଦରୀରୁ ଡଭାର ରାସ୍ତା ସହିତ ୧୦ରୁ ଊର୍ଦ୍ଧ୍ୱ ରାସ୍ତାରେ ଚାରାରୋପଣ କରାଯାଇଥିଲା। ହେଲେ ଏବେ ଗଛଗୁଡ଼ିକର ଗୁରୁତ୍ୱ ଦିଆଯାଉ ନ ଥିବାରୁ କାଠମାଫିଆମାନେ କାଟି ନେବା ଆଶଙ୍କା ରହିଛିି। ଏ ନେଇ ପୁରୀ ଜିଲା ଅତିରିକ୍ତ ବନଖଣ୍ଡ ଅଧିକାରୀ ଉତ୍ତମ ଗଡ଼ନାୟକଙ୍କୁ ପଚାରିବାରେ, କୌଣସି ମତ ଦେଇପାରିବେ ନାହିଁ ବୋଲି କହିଥିଲେ। ଅନ୍ୟପଟେ ଜିଲା ବନଖଣ୍ଡ ଅଧିକାରୀ ରାମାସ୍ବାମୀ ପି. କୁହନ୍ତି, ବେଆଇନ କରତକଳ ଉପରେ ଚଢ଼ାଉ ପାଇଁ ଯୋଜନା କରିଛୁ, ଖୁବ୍‌ଶୀଘ୍ର ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଏଥିସହ ଚାରାର ସୁରକ୍ଷା ପାଇଁ ବନ ବିଭାଗର ୩ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri