ଗାର୍ଡ, ଫରେଷ୍ଟର ଅଭାବରୁ କାର୍ଯ୍ୟ ସଙ୍କଟ

ଭୁବନେଶ୍ୱର, ୨୨।୭: ରାଜ୍ୟରେ ଜଙ୍ଗଲ, ବନ୍ୟପ୍ରାଣୀ ସୁରକ୍ଷା ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ବନ ବିଭାଗ ନୂଆ ନୂଆ ନିୟମ ଓ ନିର୍ଦ୍ଦେଶନାମା ଜାରି କରୁଛି। ହେଲେ ଏହା କିପରି ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ନଜର ନ ଥିବା ଭଳି ମନେ ହେଉଛି। କାରଣ ଯେଉଁମାନେ ବନବିଭାଗର ଏହି ନିର୍ଦ୍ଦେଶନାମାକୁ ବାସ୍ତବତାରେ ପରିଣତ କରିବେ ସେମାନଙ୍କ ବହୁ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ଏବଂ ବନ୍ୟପ୍ରାଣୀ ପରିଚାଳନା ମୁଖ୍ୟତଃ ଫିଲ୍ଡ ଲେଭଲ୍‌ ଷ୍ଟାଫ୍‌ ବା କ୍ଷେତ୍ରସ୍ତରର କର୍ମଚାରୀ ଅର୍ଥାତ୍‌ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟରମାନେ ସମ୍ପାଦନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ମୋଟ ୫,୩୭୬ ଫରେଷ୍ଟ ଗାର୍ଡ ପଦବୀରୁ ୨୧୯୧ଟି ଖାଲି ପଡ଼ିଛି। ସେହିପରି ରାଜ୍ୟରେ ମୋଟ ୨,୫୩୦ ଫରେଷ୍ଟର ପଦବୀ ମଧ୍ୟରୁ ୪୫୩ ଖାଲି ପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏବେ ୮୦୬ ଫରେଷ୍ଟ ଗାର୍ଡ ପଦବୀ ପାଇଁ ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ନିକଟରେ ଆବେଦନ ପଡ଼ି ରହିଛି। କିନ୍ତୁ ତାହା କେବେ ପୂରଣ ହେବ ସେନେଇ ଅନିଶ୍ଚିତତା ଜାରି ରହିଛି। କାରଣ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସେହିପରି କ୍ଷେତ୍ରସ୍ତରୀୟ ବିଭିନ୍ନ କାର୍ଯ୍ୟରେ ଗାର୍ଡ ବା ଫରେଷ୍ଟରମାନଙ୍କୁ ସହଯୋଗ କରିବାକୁ ଫରେଷ୍ଟ ୱାଚର ଏବଂ ଏଲିଫ୍ୟାଣ୍ଟ ଟ୍ରାକରଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ କରୋନା ଆର୍ଥିକ କଟକଣା ଯୋଗୁ ଆଉ ସେମାନଙ୍କ ନିଯୁକ୍ତି ନବୀକରଣ ମଧ୍ୟ ହେବ ନାହିଁ। ଅଧିକାଂଶ ବନଖଣ୍ଡରେ ଅସ୍ଥାୟୀ କର୍ମଚାରୀ ଛଟେଇ ମଧ୍ୟ ଆରମ୍ଭ ହୋଇଗଲାଣି। ଯାହାଫଳରେ ଗାର୍ଡ ଫରେଷ୍ଟରଙ୍କ ଉପରେ କାମର ଚାପ ବଢ଼ିବାରେ ଲାଗିଛି। ବିଶେଷ କରି ଫିଲ୍ଡ ଲେଭଲରେ ବନୀକରଣ, ଜଙ୍ଗଲ ସୁରକ୍ଷା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରୂପାୟନ, ମଣିଷ-ବନ୍ୟପ୍ରାଣୀ ବିବାଦ ସମାଧାନ, ଫସଲ ହାନି, ଜଙ୍ଗଲ ନିଅଁା ଇତ୍ୟାଦି ଅନେକ କାମରେ ଗାର୍ଡ ଏବଂ ଫରେଷ୍ଟରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ମାତ୍ର ସଂଖ୍ୟା ଅଭାବରୁ ସେମାନଙ୍କୁ ମଲ୍ଟି ଫରେଷ୍ଟ କାମ କରିବାକୁ ପଡୁଛି। ଆଗକୁ ଯେତେବେଳେ ସବୁ ଅସ୍ଥାୟୀ କର୍ମଚାରୀ ବିଦା ହୋଇଯିବେ, ଅବସ୍ଥା ଅସମ୍ଭାଳ ହେଇଯିବ ବୋଲି ଏବେଠାରୁ ଜଳଜଳ ହୋଇ ଦିଶିଲାଣି।
ମଣିଷ-ବନ୍ୟପ୍ରାଣୀ ଲଢ଼େଇ ପରିଚାଳନା କରିବା କ୍ଷେତ୍ରରେ ସବୁଠୁ ଅଧିକ ସମସ୍ୟା ସୃଷ୍ଟି ହେଉଛି। କାରଣ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଣିଷ-ବନ୍ୟପ୍ରାଣୀ ଦ୍ୱନ୍ଦ୍ୱରେ ସବୁଠାରୁ ଅଧିକ ଚିନ୍ତା ବଢ଼ାଉଛି ହାତୀ-ମଣିଷ ଲଢ଼େଇ। ସୁପ୍ରିମକୋର୍ଟଙ୍କ ବାରଣ ପରେ ହାତୀ ଘଉଡ଼ାଇବା ପାଇଁ ହାବେଳି ବାଣ ବା ଫୋଟକା ବାଣ କିମ୍ବା ନିଆଁ ହୁଳା ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଛି। ହାତୀ ମଣିଷ ଲଢ଼େଇ ଯୋଗୁ ଗାର୍ଡ ଏବଂ ଫରେଷ୍ଟରମାନେ ଅଧିକାଂଶ ସ୍ଥାନରେ ଜନ ଅସନ୍ତୋଷର ସମ୍ମୁଖୀନ ହେଉଛନ୍ତି। ଏପରି କି ଅନେକ ସ୍ଥାନରେ ମରଣାନ୍ତକ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି। ଆବଶ୍ୟକ ସଂଖ୍ୟକ ଗାର୍ଡ ଓ ଫରେଷ୍ଟର ପଦବୀ ପୂରଣ ହେଉ ନ ଥିବାରୁ କମ୍‌ ସଂଖ୍ୟକ କର୍ମଚାରୀରେ ବିଭିନ୍ନ ମଲ୍ଟି ଫରେଷ୍ଟ କାମ କରାଯାଉଛି। ଜଣେ ଲୋକ କଦାପି ସବୁ ଜାଗାରେ ଉପସ୍ଥିତ ରହିବା ଅସମ୍ଭବ। ଯଦି କେବେ କେଉଁଠି ହାତୀ ମୃତ୍ୟୁ ହେଲା ଡିଏଫ୍‌ଓମାନେ କେବଳ ଗାର୍ଡ ଓ ଫରେଷ୍ଟରଙ୍କୁ ନିଲମ୍ବନ କରୁଛନ୍ତି, ଯାହାକି ସେମାନଙ୍କ ମନୋବଳ ଭାଙ୍ଗି ଦେଉଛି ବୋଲି ରାଜ୍ୟ ଅଣଗେଜେଟେଡ୍‌ ବନ କର୍ମଚାରୀ ସଂଘର ସମ୍ପାଦକ ସମୀର ବେହେରା କହିଛନ୍ତି। ଆମର କିଛି ଗାର୍ଡ ଭାଇମାନେ ହାତୀ ଆକ୍ରମଣର ମଧ୍ୟ ଶିକାର ହୋଇଛନ୍ତି। କାରଣ ଟର୍ଚ୍ଚ ଲାଇଟ୍‌ କିମ୍ବା ସାଇରନ୍‌ ବଜେଇ ହାତୀଙ୍କୁ ଫସଲ କିଆରିରୁ ଘଉଡ଼େଇବା ଅସମ୍ଭବ। ଏବେ ହାତୀ ଫସଲ ଖାଇବା ବେଳେ ଗାଁ ଲୋକଙ୍କ ରୋଷ ବି ଆମକୁ ଭୋଗିବାକୁ ପଡୁଛି। ଆମେ କାମ କରିବାକୁ ସବୁବେଳେ ପ୍ରସ୍ତୁତ ହେଲେ କର୍ମଚାରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସମୀର କହିଛନ୍ତି। ପଦବୀ ଖାଲିପଡ଼ିଥିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।
ଗତ ମାସରେ ହାତୀଙ୍କ ଗତିବିଧି ମନିଟରିଂ କରିବା ପାଇଁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ପ୍ରଣୟନ କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ହାତୀଙ୍କର ଯାତାୟାତକୁ ନିରୀକ୍ଷଣ କରିବା ପାଇଁ ତ୍ରିସ୍ତରୀୟ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି। ଏହା ୨୪ଘଣ୍ଟିଆ କାର୍ଯ୍ୟ କରିବ ଓ ସବୁ କଣ୍ଟ୍ରୋଲ ରୁମ୍‌ରେ ଗାର୍ଡ ଓ ଫରେଷ୍ଟର ନିୟୋଜିତ ହେବେ। ଫଳରେ ଗାର୍ଡ ଓ ଫରେଷ୍ଟରଙ୍କୁ ସିଫ୍ଟ ଅନୁସାରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍‌ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଯଦି ଜଣେ ଗାର୍ଡ ବା ଫରେଷ୍ଟର କଣ୍ଟ୍ରୋଲ ରୁମରେ ଡ୍ୟୁଟି କରିବେ, ତେବେ ତାଙ୍କର ଅନ୍ୟ କାମ ନିଶ୍ଚୟ ବାଧାପ୍ରାପ୍ତ ହେବ। କାରଣ ଏବେ ୨୫୦୦ ପଦବୀ ଖାଲି ପଡ଼ିଛି ଏବଂ ନିକଟ ଭବିଷ୍ୟତରେ ପୂରଣ ହେବାର ଆଶା ମଧ୍ୟ ଖୁବ୍‌ କ୍ଷୀଣ। ତେଣୁ ଯଦି ଗାର୍ଡ ଓ ଫରେଷ୍ଟର ପଦବୀ ଖୁବ ଶୀଘ୍ର ପୂରଣ କରା ନ ଯାଏ, ତେବେ ହାତୀ ଗତିବିଧି ମନିଟରିଂ ଯେ ବିଫଳ ହେବ ଏଥିରେ ସନ୍ଦେହ ନାହିଁ। ଏସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କୁହନ୍ତି, ହାତୀଙ୍କ ପାଇଁ ହୋଇଥିବା ଏହି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ଯେଉଁ ନିୟମାବଳୀ ରହିଛି ତାହା କ୍ଷେତ୍ର ସ୍ତରରେ କାର୍ଯ୍ୟ କରି ହେବ ନାହିଁ। ଏଥି ପାଇଁ ଅଧିକ ଲୋକସଂଖ୍ୟା ଆବଶ୍ୟକ ବୋଲି ମହାନ୍ତି କହିଛନ୍ତି।

ମଙ୍ଗଳାଯୋଡ଼ିରେ ମାତିଛନ୍ତି ପକ୍ଷୀ ଶିକାରୀ

ଭୁବନେଶ୍ୱର, ୨୨।୭(ବ୍ୟୁରୋ): ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଚିଲିକା ମଙ୍ଗଳାଯୋଡ଼ିରେ ମାତିଛନ୍ତି ପକ୍ଷୀ ଶିକାରୀ। ଫାଶ ଜାଲ ବସାଇ ବେଧଡ଼କ ଭାବେ ପକ୍ଷୀ ଶିକାର କରୁଛନ୍ତି। କରୋନା ବାହାନାରେ ବନ ବିଭାଗର ପାଟ୍ରୋଲିଂ ଏକପ୍ରକାର ବନ୍ଦ ହୋଇଯାଇଥିବାରୁ ଏହା ଶିକାରୀଙ୍କ ପାଇଁ ସୁଯୋଗ ପାଲଟିଛି। କରୋନା ସଂକଟ କେବେ ଟଳିବ ତାହା କହିବା ମୁସ୍କିଲ୍‌। ଏପରିସ୍ଥଳେ ଦାୟିତ୍ୱରେ ରହୁଥିବା ଅଧିକାରୀ ଓ କର୍ମଚାରୀ ଏଭଳି ଅବହେଳା କଲେ କେଇଟା ଦିନରେ ମଙ୍ଗଳାଯୋଡ଼ି ପକ୍ଷୀଙ୍କ ଅନ୍ତୁଡିଶାଳ ବଦଳରେ ଶ୍ମଶାନ ପାଲଟିଯିବ। ପୁଣି ଆଗକୁ ବିଦେଶୀ ପକ୍ଷୀଙ୍କ ଆଗମନ ଋତୁ ଆସୁଥିବାରୁ ଏବେଠୁ
ପଦକ୍ଷେପ ନିଆଯିବାକୁ ଦାବି ହେଉଛି। ଚିଲିକା ବନଖଣ୍ଡ ଅନ୍ତର୍ଗତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳରେ ରହିଛି ମଙ୍ଗଳାଯୋଡ଼ି। କିଛି ବର୍ଷ ତଳେ ଶିକାରୀଙ୍କୁ ସଚେତନ କରାଇ ଏଠାରେ ଇକୋ ଟୁରିଜମ୍‌ ଆରମ୍ଭ ହୋଇଛି। ଏଥିସହ ଆବଶ୍ୟକ ପାଟ୍ରୋଲିଂ କରାଯାଇ ପକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ସେବେଠାରୁ ଏଠାରେ ଶିକାର ଅନେକ ପରିମାଣରେ କମି ଯାଇଥିଲା। କିନ୍ତୁ କରୋନା କଟକଣା ପରଠାରୁ ମଙ୍ଗଳାଯୋଡ଼ିର ଆଖପାଖ ଗାଁଗୁଡ଼ିକରେ ବେଧଡ଼କ ପକ୍ଷୀ ଶିକାର ଚାଲିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଶୀତ ଦିନରେ ଦେଶବିଦେଶରୁ ଚିଲିକାକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ଯାଏ ଅନେକ ଅସ୍ଥାୟୀ କ୍ୟାମ୍ପ କରାଯାଇ ନିୟମିତ ପାଟ୍ରୋଲିଂ କରାଯାଇଥାଏ। ଏହାଛଡ଼ା ଅନ୍ୟ ସମୟରେ ମଧ୍ୟ ପାଟ୍ରୋଲିଂ ହୋଇଥାଏ। ଏବେ ଏହି ଅଞ୍ଚଳରେ ପାଟ୍ରୋଲିଂର ଠିକ୍‌ଠିକଣା ନାହିଁ। ଫଳରେ ଆଖପାଖ ଗାଁଗୁଡ଼ିକରେ ବେଧଡ଼କ ପକ୍ଷୀ ଶିକାର ଚାଲିଛି। ମଙ୍ଗଳାଯୋଡ଼ି ନିକଟରେ ବାଲିନାଶୀ ଓ ପଞ୍ଚୁ ପାଟିଆ ୨ଟି ଗାଁ ରହିଛି। ଏଠାକୁ ମଧ୍ୟ ପ୍ରତିବର୍ଷ ଲକ୍ଷଲକ୍ଷ ଦେଶୀ ଓ ବିଦେଶୀ ପକ୍ଷୀ ଆସନ୍ତି। ଅନେକ ପକ୍ଷୀ ମଧ୍ୟ ଏହି ଅଞ୍ଚଳକୁ ବାସସ୍ଥାନ କରିଦେଇଛନ୍ତି। ଏହି ପକ୍ଷୀଗୁଡ଼ିକ ମଧ୍ୟରେ ପର୍ପଲ ମୁର ହେନ୍‌, କମନ ମୁର ହେନ୍‌, ପର୍ପଲ ହେରନ୍‌, ଗ୍ରେ ହେରନ୍‌, କମନ୍‌ କୁଟ୍‌, ଓ୍ବାଟର୍‌ କକ୍‌, ୩ ପ୍ରଜାତିର ଇଗ୍ରେଟ୍‌ ପକ୍ଷୀଙ୍କ ସହିତ ବିରଳ ବ୍ଲାକ୍‌ ବିଟର୍ନ, ୟେଲୋ ବିଟର୍ନ, ସିନାମନ୍‌ ବିଟର୍ନ ପ୍ରଜାତି ଅଧିକାଂଶ ରହିନ୍ତି। ସ୍ପଟ୍‌ ବିଲ୍‌ଡ ପେଲିକାନ ମଧ୍ୟ ଦେଖାଯାଉଛନ୍ତି। ସେଥିପାଇଁ ବାଲିନାଶୀ ଅଞ୍ଚଳରେ ମଧ୍ୟ ଅକ୍ଟୋବରରେ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇ ପାଟ୍ରୋଲିଂ ହୋଇଥାଏ। ଏବେ ଆଉ ପାଟ୍ରୋଲିଂ ନ ଥିବାରୁ ଅସ୍ଥାୟୀ କ୍ୟାମ୍ପ ସ୍ଥାନରେ ୧୦ରୁ ଊର୍ଦ୍ଧ୍ୱ ବଡ଼ ପକ୍ଷୀଧରା ଫାଶ ବିଛା ଯାଇଥିବା ଦେଖିବାକୁ ମିଳୁଛି। ବଡ଼ବଡ଼ ବାଉଁଶ ପୋତି ପ୍ରାୟ ୫୦ ଫୁଟ ବା ତା’ଠୁ ଅଧିକ ଲମ୍ବ ଓ ଉଚ୍ଚର ସରୁ ଜାଲ ଫାଶ ଟଙ୍ଗା ଯାଇଛି। ଚଢ଼େଇମାନେ ଦଳଦଳ ହୋଇ ଉଡ଼ି ଯିବାବେଳେ ସେହି ଜାଲ ଫାଶରେ ପଡ଼ିଯାଉଛନ୍ତି। ଶିକାରୀମାନେ ଜୀବନ୍ତ ହେଉ ଅବା ମୃତ ଅବସ୍ଥାରେ ଧରିନେଇ ବିକ୍ରି କରୁଛନ୍ତି। ଉଚ୍ଚକୁ ପୋତା ହୋଇଥିବା ବାଉଁଶ ଓ ନୀଳ ରଙ୍ଗର ଜାଲରେ ତିଆରି ଫାଶଗୁଡ଼ିକ ସମସ୍ତଙ୍କୁ ଦିଶୁଛି, କିନ୍ତୁ ବନ ବିଭାଗ କିପରି ଦେଖିପାରୁନି ତାହାକୁ ନେଇ ପକ୍ଷୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ନେଇ ଚିଲିକା ବନଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ହୋତା କୁହନ୍ତି, ଏ ସମ୍ପର୍କରେ ଆମ ପାଖକୁ କିଛି ଖବର ଆସିନାହିଁ। ତେବେ ଘଟଣାସ୍ଥଳକୁ କର୍ମଚାରୀଙ୍କୁ ପଠାଇ ଯାଞ୍ଚ କରି ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

 

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri